କେନ୍ଦ୍ର କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ୩ କୃଷି ଆଇନ ପ୍ରତ୍ୟାହାର ପ୍ରସ୍ତାବକୁ ଲାଗିଛି ମୋହର

Spread the love
ନୂଆଦିଲ୍ଲୀ, ୨୪/୧୧/୨୦୨୧ (ସନ୍ଧାନ ନିଉଜ)  : ଶେଷ ହେଲା କେନ୍ଦ୍ର କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା । ତେବେ ଏହି ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି । ଏହାସହିତ ବିବାଦୀୟ ୩ଟି କୃଷି ଆଇନ୍ ପ୍ରତ୍ୟାହାର ପ୍ରସ୍ତାବକୁ କ୍ୟାବିନେଟ୍‌ର ମୋହର ଲାଗିଛି । ଏନେଇ କେନ୍ଦ୍ରୀୟ ମନ୍ତ୍ରୀ ଅନୁରାଗ ଠାକୁର ପ୍ରେସ୍‌ମିଟ୍ ଯୋଗେ ସବିଶେଷ ସୂଚନା ଦେଇଛନ୍ତି ।  ସୂଚନା ଅନୁସାରେ, ଗତ ବର୍ଷେ ହେଲା ଦେଶରେ ୩ଟି କୃଷି ଆଇନକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ ଚାଲିଥିଲା । ଏପରିକି ଦିଲ୍ଲୀ ସୀମାନେ ପାଖାପାଖି ବର୍ଷେ ହେଲା ଚାଷୀମାନେ ଧାରଣାରେ ବସିଥିଲେ । ଶେଷରେ ୧୯ ତାରିଖ ଦିନ ପ୍ରଧାନମନ୍ତ୍ରୀ ରାଷ୍ଟ୍ରକୁ ସମ୍ଭୋଧିତ କରି ବିବାଦୀୟ ୩ କୃଷି ଆଇନକୁ ପ୍ରତ୍ୟାହାର କରିବା ପାଇଁ ଘୋଷଣା କରିଥିଲେ । ଆଉ ଏବେ କୃଷି ଆଇନ ପ୍ରତ୍ୟାହାରକୁ କେନ୍ଦ୍ର କ୍ୟାବିନେଟ୍‌ର ମୋହର ଲାଗିଛି । ପରେ ସଂସଦର ଉଭୟ ଗୃହରେ ଏହି ପ୍ରସ୍ତାବକୁ ପାରିତ କରାଯିବ ।

Related Posts

About The Author

Add Comment