ଭୁବନେଶ୍ବର ୨୫/୯(ସନ୍ଧାନ ନ୍ୟୁଜ୍ ): ପିଏମ୍ କିଷାନ ସମ୍ମାନ ନିଧ ଯୋଜନା ପ୍ରସଙ୍ଗରେ ବିଜେପିର ୮ ସଂସଦ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ଭେଟିଛନ୍ତି । ସାଂସଦଙ୍କ ପକ୍ଷରୁ କୃଷିମନ୍ତ୍ରୀଙ୍କ ନିଟକରେ ଓଡ଼ିଶାରେ ପିଏମ୍ କିଷାନ ଯୋଜନାର କ୍ରିୟାନୁୟନ ହୋଇନଥିବା ଅଭିଯୋଗ ହୋଇଛି । ରାଜ୍ୟ ସରକାରଙ୍କ ଗୁରୁତର ତୃଟି ଯୋଗୁଁ ରାଜ୍ୟର ଲକ୍ଷଲକ୍ଷ ଯୋଗ୍ୟ ହିତାଧିକାରୀ ଏହି ଯୋଜନାରୁ । ବାଦ୍ ପଡ଼ି ଥିବା ବେଳେ ଥରକୁ ଥର ହିତାଧୁକାରୀଙ୍କ ସଂଖ୍ୟା କ୍ରମାନୁୟରେ ହ୍ରାସ । ପାଉଛି । ତେଣୁ ଏନେଉ ଶ୍ରୀ ତୋମାର ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ବିଜେପି ସାଂସଦମାନେ ଦାବି କରିଛନ୍ତି। ଦାବି ପତ୍ରରେ ଉଲ୍ଲେଖ ରହିଛି ଯେ ୨୦୧୮ ମସିହାରୁ ପିଏମ୍ କିଷାନ ସମ୍ମାନ ନିଷ୍ଠା ଯୋଜନାରେ ପ୍ରତି ଚାଷୀ ପରିବାରକୁ ବାର୍ଷିକ ୬୦୦୦ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି । ନିକଟରେ କେଭିଡ୍- ୧୯ କାରଣରୁ ଦେଶବ୍ୟାପୀ ଚାଷୀମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ କିଷାନ ନିର୍ଦ୍ଧା ଯୋଜନାରେ କେନ୍ଦ୍ର ସରକାର ୬ଷ୍ଠ କିସ୍ତି ଟଙ୍କା ଦେଶବ୍ୟାପୀ ପ୍ରାୟ ୮.୫ କୋଟି କୃଷକଙ୍କୁ ପ୍ରଦାନ କରିଛନ୍ତି । ଓଡ଼ିଶାର ପ୍ରାୟ ୩୭ ଲକ୍ଷ । ୫୭୮ ଜଣ ଚାଷୀ କିଷାନ ନି ଯୋଜନାରେ । ସାମିଲ ହୋଇଥିଲା ବେଳେ ୬ଷ୍ଠ କିସ୍ତିରେ । ରାଜ୍ୟର ମାତ୍ର ୨୦ ଲକ୍ଷ ୧ ହଜାର ୧୯୨ ଜଣ ଚାଷୀ ଯୋଜନାର ଲାଭ ଉଠାଇଛନ୍ତି । ଏହି ବାବଦରେ କେନ୍ଦ୍ର ସରକାର ମୋଟ ୪୦୦ କୋଟି ୨୬ ଲକ୍ଷ ଟଙ୍କା ବ୍ୟୟ କରିଛନ୍ତି । ତେବେ ଉଦ୍ବେଗର କାରଣ ଏହିକି ଯେ ପଞ୍ଜିକୃତ ହୋଇଥିବା ମୋଟ ୩୭ ଲକ୍ଷ ୫୭୮ ଜଣ ଚାଷୀଙ୍କ ମଧ୍ୟରୁ ପ୍ରଥମ କିସ୍ତିରେ ୩୬ ଲକ୍ଷ ୭୦ ହଜାର ୪୮୯ ଚାଷୀ ୨୦୦୦ ଟଙ୍କା ପାଇଛନ୍ତି । ପରବର୍ତ୍ତୀ ସମୟରେ ପ୍ରଦାନ କରାଯାଇଥିବା ୫ଟି କିସ୍ତିରେ ଲଗାତାର ଭାବେ ଓଡ଼ିଶାର ହିତାଧିକାରୀଙ୍କ ସଂଖ୍ୟା ହ୍ରାସ ପାଇ ଚାଲିଛି । ଦ୍ୱିତୀୟ କିସ୍ତିରେ ୩୧ ଲକ୍ଷ ୫୮ ହଜାର ୫୮୯ ଜଣଙ୍କୁ ଏହି ଯୋଜନାରେ ସାମିଲ କରାଯାଇଥିବା ବେଲେ ତୃତୀୟ କିସ୍ତିରେ ୨୩ ଲକ୍ଷ ୯୭ ହଜାର ୭୨୩ ଜଣ, ଚତୁର୍ଥ କିସ୍ତିରେ ୨୦ ଲକ୍ଷ ୭୬ ହଜାର ୮୯୪, ପଞ୍ଚମ କିସ୍ତିରେ ୨୦ ଲକ୍ଷ ୩ ହଜାର ୧୮୫ ଜଣ ଏବଂ ଷଷ୍ଠ କିସ୍ତିରେ ୨୦ ଲକ୍ଷ ୧ ହଜାର ୨୯୨ ଜଣ ହିତାଧିକାରୀଙ୍କୁ ଯୋଜନାରୁ ଲାଭ ମିଳିଛି । ତେବେ ରାଜ୍ୟ ସରକାର ଉପଯୁକ୍ତ କାରଣ ନଥାଇ ରାଜ୍ୟର ପ୍ରାୟ ୧ ୨ ଲକ୍ଷ ୯୩ ହଜାର ଚାଷୀଙ୍କ ନାମରେ କ୍ଲିୟରାନ୍ତି ନଦେବାରୁ । ସେମାନେ ଯୋଜନାରୁ ବଞ୍ଚିତ ହୋଇଥିବା । ସାଂସଦ ନିଜ ଅଭିଯୋଗରେ କହିଛନ୍ତି । । ସେହିପରି ଓଡ଼ିଶାରେ କାଳିଆ ଯୋଜନା କଥା ଉଠାଇ ବିଜେପିର ଏହି ସାଂସଦମାନେ କହିଛନ୍ତି । ଯେ କାଳିଆ ଯୋଜନାରେ ଉପଯୁକ୍ତ ମାନଦଣ୍ଡ । ପୂରଣ କରୁଥିବା ଚାଷୀଙ୍କୁ ଉଭୟ ଖରିଫ୍ ଓ । ରବି ଋତୁରେ ୫ ହଜାର ଲେଖାଏଁ ମୋଟ ୧୦ ହଜାର ଟଙ୍କା ଦେବାକୁ ରାଜ୍ୟ ସରକାର କହିଥିଲେ। ୨୦୧୮-୧୯ରୁ ୨୦୨୦- ୨ ୨ । ମଧ୍ୟରେ ଏହି ଅର୍ଥ ପ୍ରଦାନ କରାଯିବାକୁ ସରକାର ଘୋଷଣା କରିଥିଲେ ମଧ୍ୟ ଗତ ନଭେମ୍ବର ୩୦ ତାରିଖରେ ଏକ ସର୍କୁଲାର ଜାରି କରିଥିଲେ। ସର୍କୁଲାର ଅନୁଯାୟୀ ପିଏମ୍ କିଷାନରେ ସାମିଲ ଥିବା ଚାଷୀଙ୍କୁ କେନ୍ଦ୍ର ପକ୍ଷରୁ ୬୦୦୦ ଏବଂ ରାଜ୍ୟ ପକ୍ଷରୁ ୪୦୦୦ ଟଙ୍କା ପ୍ରଦାନ କରାଯିବା ନେଇ କୁହାଯାଇଥିଲା । ମାତ୍ର ଏଯାବତ୍ ପିଏମ୍ କିଷାନ ସହ କାଳିଆ ଯୋଜନାର ମିଶ୍ରଣ ନେଇ କୌଣସି ତଥ୍ୟ ନଥିବା ସାଂସଦମାନେ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି । ରାଜ୍ୟ ସରକାରଙ୍କ ତୁଟିକୁ ଏକ ସ୍ଵତନ୍ତ୍ର କେନ୍ଦ୍ରୀୟ ଟିମ ଦ୍ବାରା ଅନୁସନ୍ଧାନ କରି ପ୍ରକୃତ ଚାଷୀଙ୍କୁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନନି ଯୋଜନାରେ ସାମିଲ କରି ସହାୟତା ଯୋଗାଇ ଦେବାକୁ ଅନୁରୋଧ କରିଥିଲେ ସାଂସଦ । ସାଂସଦମାନଙ୍କ ମଧ୍ୟରେ ବସନ୍ତ ପଣ୍ଡା, ସୁରେଶ ପୂଜାରୀ, ଅପରାଜିତା ଷଡ଼ଙ୍ଗୀ, ବିଶେଶ୍ବର ଟୁଡୁ, ନିତେଶ ଗଙ୍ଗଦେବ, ସଙ୍ଗୀତା କୁମାରୀ ସିଂହଦେଓ ପ୍ରମୁଖ ସାମିଲ ଥିଲେ।
କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ଭେଟିଲେ ବିଜେପି ସାଂସଦ
|
September 25, 2020 |