ଯାଜପୁର, ୨୮/୦୧/୨୧ (ସନ୍ଧାନ ନିଉଜ) : କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଅନିଲ କୁମାର ସାମଲଙ୍କୁ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ସମ୍ବଲପୁରର ଅତିରିକ୍ତ ଦାୟିତ୍ୱରେ ଅବସ୍ଥାପିତ କରାଯାଇଛି । ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ନିରଂଜନ ସାହୁ ଚଳିତ ମାସ ୩୧ ତାରିଖରେ ଅବସର ନେଉଥିବାରୁ ଶ୍ରୀ ସାମଲଙ୍କୁ ଏହି ଦାୟିତ୍ୱରେ ସରକାର ଅବସ୍ଥାପିତ କରିଛିନ୍ତି । ଶ୍ରୀ ସାମଲଙ୍କୁ ଯାଜପୁରର ବୁଦ୍ଧିଜିବୀ, ସଂସ୍କୃତି ପ୍ରେମୀ ଓ ଜିଲ୍ଲାବାସୀ ଏଥିପାଇଁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇବା ସହ ମା’ ବିରଜାଙ୍କୁ ତାଙ୍କର ସଫଳତା ପାଇଁ ପ୍ରାର୍ଥନା କରିଛନ୍ତି ।