କେନ୍ଦୁପତ୍ର ଫଡ଼ିରେ ଶିଶୁ ଶ୍ରମିକ ଭାବେ  କାମ କରିବା ଘଟଣା : ଶିଶୁ ସୁରକ୍ଷ୍ୟା ପକ୍ଷରୁ କେନ୍ଦୁପତ୍ର ଫଡ଼ିରେ ଚଢ଼ାଉ 

Spread the love
ବାଲିଗୁଡା,(୨୫/୦୫.(ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଖମନ ଖୋଲ ଓ ଲଣ୍ଡାଗାଁରେ ଥିବା କେତେକ କେନ୍ଦୁପତ୍ର ଫଡ଼ିରେ କିଛି ଶିଶୁ ଶ୍ରମିକ ବେଆଇନ ଭାବେ କାମ କରୁଥିବା ଖବର କନ୍ଧମାଳ ଚାଇଲଡ ଲାଇନ ପାଇବା ପରେ ଆଜି ଚାଇଲଡ ଲାଇନର ୨ଜଣିଆ ଟିମ୍ ଶିବଶଙ୍କର ବେହେରା , ଚିକୁନ୍ କୁମାର ପ୍ରଧାନ ଓ ଜିିଲ୍ଲା ଶ୍ରମ ଅଧିକାରୀଙ୍କ ସହିତ ମିଳିତଭାବେ ଖମଣଖୋଲ ଓ ଲଣ୍ଡାଗାଁ କେନ୍ଦୁପତ୍ର ଫଡିରେ ଶିଶୁଶ୍ରମିକ ନିୟୋଜିତ ହୋଇଥିବା  ଦୁଇ ଗ୍ରାମପଞ୍ଚାୟତର ସବୁ ଫଡିରେ ଚଢାଉ ପାଇଁ ପହଞ୍ଚିଥିଲେ, କିନ୍ତୁ ପହଞ୍ଚିବା ସମୟରେ ଫଡିରେ କାମ ବନ୍ଦ ହୋଇଯାଇଥିଲା। କେବଳ ଖମଣଖୋଲ ଫଡିରେ ୪ଜଣ ଶିଶୁ ଶ୍ରମିକ ଭାବେ କାର୍ଯ୍ୟକରୁଥିବା ତଦନ୍ତରୁ ଜଣାପଡିଥିଲା। ଅନ୍ୟ କିଛି ଫଡିମାନଙ୍କରେ ଦାୟୀତ୍ବରେ ଥିବା ମୁନୁସୀମାନଙ୍କୁ ଶ୍ରମ ଅଧିକାରୀ ତାଗିତ କରିଥିଲେ ଶିଶୁଶ୍ରମିକ ନିୟୋଜିତ ନକରିବା ପାଇଁ ଏବଂ ଫଡିମାନଙ୍କରେ ସରକାରଙ୍କ ତରଫରୁ ଦାୟୀତ୍ବରେ ଥିବା କର୍ମଚାରୀଙ୍କ ତଥ୍ୟ ବାଲିଗୁଡା ଜଙ୍ଗଲ ବିଭାଗରୁ ସଂଗ୍ରହ କରି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବେ ଓ ଖମଣଖୋଲ ଫଡିରେ ନିୟୋଜିତ ଶିଶୁ ଶ୍ରମିକ ସମ୍ପର୍କରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଶ୍ରମଅଧିକାରୀ ଚାଇଲଡ ଲାଇନ୍ କୁ ପ୍ରକାଶ କରିଥିଲେ।

Related Posts

About The Author

Add Comment