କେନ୍ଦୁଝର: ଷ୍ଟ୍ରେଚରରେ ୪ କିମି ରାସ୍ତା ବୁହା ହେଲେ ମହିଳା ପ୍ରସୂତୀ

Spread the love

ରାସ୍ତା ଖରାପ ଯୋଗୁଁ ଗାଁକୁ ଆସି ପାରିଲା ନାହିଁ ଆମ୍ବୁଲାନ୍ସ
୧୪ ଦିନ ପରେ ସମାନ ଗାଁରେ ଦେଖିବାକୁ ମିଳିଲା ସମାନ ଚିତ୍ର

କେନ୍ଦୁଝର, ୨୨/୧ (ସନ୍ଧାନ ନିୟୁଜ) କେନ୍ଦୁଝର ଜିଲ୍ଲାର ଗାଁ ଗହଳିରେ ଦେଖିବାକୁ ମିଳିଛି ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାର ଭୟାନକ ଚିତ୍ର। ଖରାପ ରାସ୍ତା ଯୋଗୁଁ ଗାଁ ଭିତରକୁ ଆସି ପାରଲା ନାହିଁ ଆମ୍ବୁଲାନ୍ସ। ଦୁଇ ଘଣ୍ଟା ଧରି ଷ୍ଟ୍ରେଚର ରେ ଦୀର୍ଘ ୪ କ.ିମି ରାସ୍ତା ବୁହା ହୋଇ ଆସିବା ପରେ ଆମ୍ବୁଲାନ୍ସ ପାଖକୁ ଆସଥିିଲେ ପ୍ରସୂତୀ ମହିଳା। ପୁଣିଥରେ ଏଭଳି ଅଭାବନୀୟ ଲଜ୍ୟା ଜନକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ର ଆଦିବାସୀ ବହୁଳ ବାଂଶପାଳ ବ୍ଲକ ର ଉପରରାଇଗୋଡା ଗ୍ରାମ ପଞ୍ଚାୟତର ଛଡାଡିହୀ ଗାଁ ର ମୁଣ୍ଡାସାହି ରେ। ସବୁଠାରୁ ଦୁର୍ଭାଗ୍ୟପୁର୍ଣ୍ଣ ଘଟଣା ହେଲା ଯେ ଚଳିତ ମାସ ୮ତାରିଖରେ ଏହି ଗାଁରେ ହିଁ ସମାନ ଘଟଣାର ଚିତ୍ର ଦେଖିବାକୁ ମିଲିଥିଲା। ଯାହାକି ଜିଲ୍ଲା ପ୍ରଶାସନ ର ଦକ୍ଷତା ଓ ସରକାରଙ୍କ ବିକାଶମୁଖୀ କାର୍ଯ୍ୟକ୍ରମର ଅସଲ ମୁଖା ଖୋଲି ଦେଇଛି ବୋଲି କୁହାଯାଇଛି।

ଗାଁ ଗାଁ କୁ ପକ୍କା ରାସ୍ତା ସଂଯୋଗ ନିମନ୍ତେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ କେନ୍ଦୁଝର ଜିଲ୍ଲାରେ ରାସ୍ତା ନିର୍ମାଣ ହେଉ କି ନ ହେଉ ହେଲେ ଠାକାଦାର ଓ କିଛି ଅସାଧୁ ଅଧିକାରୀ ଙ୍କର କିନ୍ତୁ ପକେଟ ବେଶ ଗରମ ହେଉଥିବାକୁ ଅସ୍ୱୀକାର କରିହେବ ନାହିଁ। ଫଳରେ ସାଧାରଣ ଗାଁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। କେନ୍ଦୁଝର ରେ ସରକାରଙ୍କର ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ କେବଳ ବାଟବଣା ହୋଇନାହିଁ ଅଧିକନ୍ତୁ ପ୍ରହସନ ପାଲଟିଅଛି। ଯେଉଁଥିପାଇିଁ ଆଜି ପୁଣି ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଂଶପାଳ ବ୍ଲକ ରେ। ଛଡାଡିହୀ ଗାଁ ର ନମିତା ମୁଣ୍ଡା ସୋମବାର ଦିନ ପ୍ରସବ ଯନ୍ତ୍ରଣା ଅନୁଭବ କଲେ। ତାଙ୍କ ଘର ଲୋକେ ସକାଳୁ ସକାଳୁ ଆମ୍ବୁଲାନ୍ସ କୁ ଫୋନ କଲେ। ହେଲେ ଗାଁ ରାସ୍ତା ଅତି ଖରାପ ଯୋଗୁଁ ଗାଁ ଭିତରକୁ ଆମ୍ବୁଲାନ୍ସ ଆସିପାରିଲା ନାହିଁ। ଗାଁ ଠାରୁ ୪ କି.ମି ଦୂର ଉପରରାଇଗୋଡା ଠାରେ ଅଟକି ରହିଲା। ଏପଟେ ନମିତା ଙ୍କର ଅସହ୍ୟ ଯନ୍ତ୍ରଣା ଯୋଗୁଁ ଘର ଲୋକେ ବାଧ୍ୟ ହୋଇ ତାଙ୍କୁ ଏକ ଖଟରେ ବୋହି ବୋହି ଦୀର୍ଘ ୨ ଘଣ୍ଟା ରେ ୪ କି.ମି ରାସ୍ତା ଅତିକ୍ରମ କରି ଆମ୍ବୁଲାନ୍ସ ନିକଟରେ ପହଞ୍ଚାଇଥିଲେ। ଆମ୍ବୁଲାନ୍ସ ରେ ତାଙ୍କୁ ନେଇ ଏବେ ବାଂଶପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ପହଞ୍ଚାଇଥିଲେ। ସବୁଠାରୁ ବିଡମ୍ବନା ର ବିଷୟ ହେଲା ଏହି ଗାଁ କୁ ୨୦୧୩ – ୧୪ ମସିହାରେ ମହାତ୍ମା ଗାନ୍ଧି କର୍ମ ନିଶ୍ଚିନ୍ତ ଯୋଜନାରେ ରାସ୍ତା କାମ ହୋଇଥିବାର ଏକ ଫଳକ ମରାଯାଇଛି ସତ ହେଲେ ସେଥିରେ ପ୍ରକଳ୍ପରେ କେତେ ଖର୍ଚ୍ଚ ହୋଇଛି ତାହା ଉଲ୍ଲେଖ କରାଯାଇ ନାହିଁ। ଏ ସଂପର୍କରେ ଗାଁ ଲୋକେ ବାରମ୍ବାର ଜିଲ୍ଲା ପ୍ରଶାସନ ପାଖରେ ଗାଁକୁ ଏକ ରାସ୍ତା ତିଆରି କରିଦେବାକୁ ଅନୁରୋଧ କରି ଆସୁଥିଲେ ମଧ୍ୟ କେହି ଶୁଣୁ ନଥିବା ଏବଂ ରାସ୍ତା ନିର୍ମାଣ କରାଯାଉ ନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ତେବେ ଗ୍ରାମବାସୀ ସମ୍ମୁଖୀନ ହେଉଥିବା ଯମ ଯନ୍ତ୍ରଣାର ବାସ୍ତବ ବ୍ୟଥାକୁ ଜିଲ୍ଲାର ପ୍ରଶାସନ ମୁଖିଆ କେବେ ଅନୁଭବ କରିବେ ଏବଂ ସେମାନଙ୍କର ଯନ୍ତ୍ରଣା ଲାଘବ ହେବ ତାହା ଅପେକ୍ଷାରେ ଆଜିବି ରହିଛନ୍ତି ଗ୍ରାମବାସୀଙ୍କ।

Related Posts

About The Author

Add Comment