କେନ୍ଦୁଝର : ବିଧବା ମହିଳା ଗାଁରୁ ବାସନ୍ଧ; ପାଇଖାନା ଘରେ ବିତୁଛି ଜୀବନ

Spread the love

କେନ୍ଦୁଝର, ୮/୬ (ସନ୍ଧାନ ନିୟୁଜ) କେନ୍ଦୁଝର ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ବିଧବା ମହିଳା ଙ୍କୁ ସମାଜର ସେହି ତଥାକଥିତ ଠିକାଦାରଙ୍କ ଦ୍ୱାରା କରାଯାଇଛି ଗାଁରୁ ବାସନ୍ଧ। ତାଙ୍କର ନିଆଁ ପାଣି ଆଦି ସବୁ ବନ୍ଦ କରାଯାଇଥିବା ବେଳେ ଏବେ ପାଇଖାନା ଘରେ ବିତୁଛି ତାଙ୍କ ଜୀବନ। ଏପଟେ କିନ୍ତୁ ଆମ ଦାୟିତ୍ୱ ସଂପନ୍ନ ପ୍ରଶାସନ ସାଜିଛି ନୀରବ ଦ୍ରଷ୍ଟା। ଯାହାକି ସ୍ୱାମୀ କୁ ହରାଇବା କଷ୍ଟ ଠାରୁ ବି ବଳି ପଡିଛି ତାଙ୍କପ୍ରତି ଏହି ପ୍ରକାର ମାନସିକ ଓ ଶାରୀରିକ ଯନ୍ତ୍ରଣା। ଏହା ଦିନେ କିମ୍ବା ମାସକର ଘଟଣା ନୁହେଁ ଦୀର୍ଘ ୬ ମାସରୁ ଉର୍ଦ୍ଧ ସମୟ ହେଲା ବାସନ୍ଦର ଶୀକାର ହୋଇ ଅତି ଦୟନୀୟ ଅବସ୍ଥଆରେ ଜୀବନ ବିତାଉଛନ୍ତି କେନ୍ଦୁଝର ସଦର ବରଦାପାଲ ପନ୍ ଚାୟତ ଚୁଡାକୁଟା ସାହୀର ରଇବାରୀ ମୁଣ୍ଡା।କେନ୍ଦୁଝର ସଦର ବ୍ଲକ ବରଦାପାଲ ପନ୍ ଚାୟତର ଚୁଡାକୁଟା ସାହୀର ମହାନ୍ତି ମୁଣ୍ଡା କିଛି ବର୍ଷ ପୂର୍ବେ ରାଇବାରୀ ମୁଣ୍ଡାଙ୍କୁ ସମାଜର ରିତିନୀତି ଅନୁସାରେ ବିବାହ କରିଥିଲେ। ମହାନ୍ତି ଦିନ ମଜୁରିଆ ଭାବରେ କାମ କରି ପରିବାରର ପ୍ରତିପୋଷଣ କରିଥାନ୍ତି। ସେମାନଙ୍କର ଦୁଇଟି ପୁତ୍ର ସନ୍ତାନ ମଧ୍ୟ ହୋଇଥିଲେ। ମାତ୍ର କୌଣସି କାରଣରୁ ଗତ ଚାରି ବର୍ଷ ତଳେ ମହାନ୍ତି ବିଷ ପିଇ ଆତ୍ମହତ୍ୟା କରିଥିଲେ। ସ୍ୱାମୀଙ୍କର ମୃତ୍ୟୁ ପରେ ରଇବାରୀ ଭାଙ୍ଗି ନପଡି ମୂଲ ମଜୁରୀ ଲାଗି ଦୁଇ ପୁଅଙ୍କୁ କଷ୍ଟେମଷ୍ଟେ ପ୍ରତିପୋଷଣ କରି ଆସୁଥିଲେ। ସ୍ୱାମୀଙ୍କର ମୃତ୍ୟୁ ର କିଛି ଦିନ ପରେ ରଇବାରୀ ପୁଣି ଗର୍ଭଧାରଣ କରିବା ସହ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ। ଆଉ ସେହି ଦିନଠାରୁ ରାଇବାରୀଙ୍କ ଉପରେ ଆରମ୍ଭ ହୋଇଯାଇଥିଲା ଅକଥନୀୟ ଅତ୍ୟାଚାର। ଶିଶୁକନ୍ୟା ଜନ୍ମ ଦେବା ସତେ ଯେମିତି ତାଙ୍କ ପାଇଁ ଏକ ବିରାଟ ବଡ ପାପ ହୋଇ ଯାଇଥିଲା। ଯାହା ତାଙ୍କ ପାଇଁ ଅଭିଶାପ ପାଲଟି ଯାଇଥିଲା। ଗାଁ ଲୋକେ ତାଙ୍କୁ ଗାଁରୁ ବାସନ୍ଦ କରିଦେଲେ। ଫଳରେ ରଇବାରୀଙ୍କୁ କିଛି ଦିନ ସୁଧାର ଗୃହରେ ରହିବାକୁ ମଧ୍ୟ ପଡିଥିଲା। କିଛିଦିନ ପରେ ରାଇବରୀ ଗାଁ କୁ ଫେରିଥିଲା। ଏବଂ ଦିଅର ପାଖରେ ରହି ମୂଲ ମଜୁରି ଲାଗି ପିଲା ଦୁହିଁଙ୍କୁ ପୋଷିବ ସହ ଭଲ ମଣିଷ କରିବ ଗଢି ତୋଳିବ ବୋଲି ମନସ୍ଥ କରିଥିଲା। ହେଲେ ଗାଁ ର ଚିତ୍ର ଥିବା ରହିଥିଲା ସଂପୂର୍ଣ୍ଣ ଭିନ୍ନ। ରାଇବରୀ ଗାଁ ରେ ପହଞ୍ଚିବା ବେଳକୁ ଦେଖିବାକୁ ପାଇଥିଲା ଯେ ତାର ଘର ନାହି କିମ୍ବା କାନ୍ଥ ବାଡ ନାହଁ। ଏପରିକି ଚାଳ ଛପର କିମ୍ବା ଘରର ଖଣ୍ଡେ ଆସବାବ ପତ୍ର ମଧ୍ୟ ନ ଥିଲା। ସେସ୍ଥାନରେ କେବଳ କେତେ ଖଣ୍ଡ ପଥର ଓ ୪ ଖଣ୍ଡ କାଠ ଗଣ୍ଡି ପଡି ରହିଥିଲା। ଗାଁ ଲୋକେ ତା ସହ କେବଳ କଥା ହେବା ବନ୍ଧ କରିଦେଇ ନଥିଲେ ଅଧିକନ୍ତୁ ନିଆଁ ପାଣି ମଧ୍ୟ ବାସନ୍ଧ କରିଦେଇଥିଲେ। ପରେ ସେ ଜାଣିବାକୁ ପାଇଥିଲା ଯେ ତାର ଦିଅର ତାର ଘର ଦ୍ୱାର ଭାଙ୍ଗି ସବୁ ନେଇଯାଇଛି। ପରେ ପରେ ତାର ଦିଅର ଗାଁ ଲୋକ ଙ୍କ ଉପସ୍ଥିତିରେ ଏକ କାଗଜ ରେ ଯୋର ଜବରଦସ୍ତ ରବିବାରୀ ଠାରୁ ଟିପ ଚିହ୍ନ ନେଇ ତାର ଜନ୍ମିତ ଦୁଇପୁଅଙ୍କ ସହ ତାର ରେସନକାର୍ଡ, ବିଧବା ଭତ୍ତା କାର୍ଡ ଓ ଛେଳି ଆଦି ମଧ୍ୟ ସବୁ ଜବରଦସ୍ତ ନେଇଗଲା। ଏବଂ ସେହି ଟଙ୍କା ଓ ଚାଉଳରେ ରବିବାରୀର ଦୁଇ ପୁଅଙ୍କୁ ଖାଇବାକୁ ଦେଉଛି ତାର ଦିଅର। ଶେଷରେ ରବିବାରୀ ତାର ଜୀବନତରୀରେ ଏକା ହୋଇଗଲା। ଏବଂ ଏବେ ଛମାସ ପୂର୍ବେ ରାଇବରୀ ସ୍ୱାମୀଙ୍କ ନାମ ରେ ମିଳିଥିବା ପାଇଖାନା ଘରେ ଏକାକୀ ଜୀବନ ବିତାଇବାକୁ ବାଧ୍ୟ ହୋଇଛି। ଦୁଇ ତିନ ହାତର ପାଇଖାନା ଘରେ ତଳେ କିଛି କୁଟା ବିଛାଇ ତା ଉପରେ ଶୋଇବା ସହ ବସାଉଠା ସବୁ କରିବାକୁ ପଡୁଛୁ ତାକୁ। ସେହି ପାଇଖାନା ଘର କାନ୍ଥରେ ଦୁଇ ତିନୋଟି ଛିଣ୍ଡା ଲୁଗା ଟଙ୍ଗା ହୋଇଥିବା ବେଳେ ଗୋଟିଏ ମାଟିର ହାଣ୍ଡି ରେ କିଛି ପାଣି ରହିଥିବା ଦେଖିବାକୁ ମିଳିଥିଲା। ରଇବାରୀ ଏବେ କିଛି କିଛି ମୂଲ ମଜୁରି କରି ଯାହା ଦୁଇ ପଇସା ପାଉଛି ସେଥିରେ ଗଣ୍ଡେ ଖାଉଛି ନହେଲେ ତାକୁ ଓପାସ ରହିବାକୁ ପଡୁଛି। ଗାଁର କିଛି ଲୋକ ତାକୁ ବେଳେ ବେଳେ ଲୁଚାଇ ଛପାଇ କିଛି ଖାଇବାକୁ ଅବଶ୍ୟ ଦେଇଥାନ୍ତି ହେଲେ ଖପରା ବା ମାଟି ପାତ୍ର ରେ କିନ୍ତୁ ବାସନରେ ନୁହେଁ। ରଇବାରୀ ସହିତ ତାର ପୁଅ ଦୁଇଜଣଙ୍କୁ କଥା ହେବାକୁ ବାରଣ କରାଯାଇଛି। ନ ହେଲେ ସେମାନେ ମଧ୍ୟ ମା ର ସମଦଶା ଭୋଗିବେ ଓ ଗାଁ ରୁ ବାସନ୍ଦ ହେବେ। ଏପଟେ ରାଇବାରୀ ଛୁଆ ଦୁଇଜଣଙ୍କୁ ମନେ ପକାଇ ସବୁବେଳେ ଆଖିରୁ ଲୁହ ଗଡାଉଛି। ଯାହାକୁ ଦେଖୁଛି ତାର ଛୁଆ ଦୁଇଜଣଙ୍କୁ ତାକୁ ଫେରାଇ ଦେବାକୁ ନେହୁରା ହେଉଛି। ହେଲେ କେହି ଶୁଣୁ ନାହାନ୍ତି ତାର ନେହୁରା। ଗାଁ ର କିଛି ଲୋକଙ୍କର କହିବା କଥା ଯେ ସେ ଯେଉଁ ଭୂଲ କରିଛି ସେଥିପାଇଁ ତାକୁ ଜାତିରୁ ବାସନ୍ଦ କରାଯାଇଛି। ତାକୁ ତାଙ୍କ ଜାତିରେ ମିଶିବାକୁ ହେଲେ ନିୟମ ଅନୁସାରେ ଗାଁ ଲୋକ ଙ୍କୁ ହାଣ୍ଡିଆ, ଛେଳି କିମ୍ବା କୁକୁଡା ଭୋଜି ଦେବାକୁ ପଡିବ। ତାପରେ ଯାଇ ତାକୁ ଜାତିରେ ମିଶାଯିବା ଓ ତାଉପରୁ ବାସନ୍ଦ ଉଠିବ। ହେଲେ ଯିଏ ନିଜେ ଗଣ୍ଡେ ଖାଇବାକୁ ପାଉନାହିଁ ଓ ଓଳିଏ ଖାଇଲେ ଓଳିଏ ଉପାସ ରହୁଛି ସେ ପୁଣି ଏତେ ଟଙ୍କା ଆଣିବ କେଉଠୁଁ ଯେ ଗାଁ ଲୋକଙ୍କୁ ଖାଇବାକୁଦେବ। ସେ ଅଞ୍ଚଚଳର ସରପଞ୍ଚ ଏବଂ ସଦର ବ୍ଲକ ବିଡିଓ ଦାୟିତ୍ୱରେ ଥିବା ଏବିଡିଓ ବାସନ୍ଦ ପରି ଏକ କୁତ୍ସିତ ପରମ୍ପରା ନାମରେ ଜଣେ ବିଧବା ମହିଳାଙ୍କୁ ନିର୍ଯ୍ୟାତନା ଦେବା ଭଳି ଘଟଣା ପ୍ରତି ଅବଗତ ଥାଇ ମଧ୍ୟ ଆଜି ପର୍ଯ୍ୟନ୍ତ ସମାଧାନର ରାସ୍ତା ବାହାର କରିବା ଦିଗରେ ଆଗ୍ରହ ପ୍ରକାଶ କରି ନାହାଁନ୍ତି ଏବଂ ଚିରାଚରିତ ଢଙ୍ଗରେ ଏବିଡିଓ ଭଗବାନ ନାଏକ, ତଦନ୍ତ ରିପୋର୍ଟ ଆସିଲେ ବ୍ୟବସ୍ଥା କରାଯିବ ବୋଲି କହି ଦାୟିତ୍ୱ ଶେଷ କରିଛନ୍ତି। ଏହି ଘଟଣାଟି ଜିଲ୍ଲାପାଳଙ୍କ ଅଫିସ ଠାରୁ ମାତ୍ର ୮ କିମି ଦରୂରେ ଜିଲ୍ଲା ପ୍ରଶାସନର ନାକ ତଳେ ଘଟି ଥିଲେ ସୁଦ୍ଧା ଆମ ଦାୟିତ୍ୱ ସଂପନ୍ନ ଫ୍ରଶାସନ ଯେପରି ସଂପୂର୍ଣ୍ଣ ସ୍ଥାଣୁ ପାଲଟି ଯାଇଛି। ଏହା ହିଁ ଆମ ଜିଲ୍ଲାବାସୀଙ୍କ ଦୁର୍ଭାଗ୍ୟ ନୁହେଁ ତ ଆଉ କଣ ?

Related Posts

About The Author

Add Comment