ବାରିପଦା ୨୬/୦୮/୨୦୨୦ (ସନ୍ଧାନ ନିଉଜ) କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ବ୍ୟାଙ୍କ ଲୁଟ୍ କରିବାରେ ମାହିର ଥିଲେ । ଏହା ସହିତ ଅନେକ ରାହାଜାନୀରେ ଜଡ଼ିତ ଥିଲେ । ଏହି କୁଖ୍ୟାତ ୭ ଝାଡ଼ଖଣ୍ଡୀ ଲୁଟେରା ଗ୍ୟାଙ୍ଗକୁ ସଦର ପୁଲିସ ଧରିବାରେ ସକ୍ଷମ ହୋଇଛି । କେନ୍ଦୁଝର ସଦର ବୃକ୍ ହାଣ୍ଡିଭଙ୍ଗା କାନାରା ବ୍ୟାଙ୍କରେ ହୋଇଥିବା ଡକାୟତି ଘଟଣାରେ ଏହି ଅଭିଯୁକ୍ତ ଜଡିତ ଥିବା ବେଳେ ଶନିବାର ପଳାଶପଙ୍ଗା ବ୍ୟାଙ୍କ ଅଫ ଇଣ୍ଡିଆରେ ଡକାୟତି ଉଦ୍ୟମ ବେଳେ ପୁଲିସ ହାତରେ ଧରାପଡ଼ିଛନ୍ତି । ଅଭିଯୁକ୍ତଙ୍କ ଠାରୁ ଗୋଟିଏ ବିଦେଶୀ ରିଭଲଭର, ୨ଟି ଦେଶୀ ପିସ୍ତଲ, ୪ଟି ଭୁଜାଲି, ଛୁରି ଓ ଖଣ୍ଡା ଜବତ ହୋଇଛି । ହାସହିତ ୫ଟି ବାଇକ୍, ୪ଟି ଏଟିଏମ୍ କାର୍ଡ ୫ଟି ମୋବାଇଲ ଫୋନ୍, ୧୦୫୦ ଟଙ୍କା ଓ ମୁହଁକୁ ଘୋଡାଇବା ପାଇଁ ପୂରା ମାସ୍ତ୍ର ମିଳିଛି । କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲାରେ ଏହି ଝାଡ଼ଖଣ୍ଡୀ ଲୁଟେରା ଆତଙ୍କ ସୃଷ୍ଟି କରିଥିଲେ । ଗୋଟିଏ ପରେ ଗୋଟିଏ ରୁଟ୍ କରି ଖସି ପଳାଉଥିଲେ । ପୁଲିସ ସେମାନଙ୍କ ଟେର ପାଉନଥିଲା । ଶନିବାର ଠାରୁ ୨ ଦିନିଆ ଲଟାଉନ୍ ଯୋଗୁ ଅପରାଧୀମାନେ ପଳାଶପଙ୍ଗା ବ୍ୟାଙ୍କ ଅଫ ଇଣ୍ଡିଆରେ ଲୁଟ୍ କରିବାକୁ ଉଦ୍ୟମ କରୁଥିଲେ । ଏହି ସମୟରେ ଖବରପାଇ ପୁଲିସ ଚଢ଼ଉ କରି ଅଭିଯୁକ୍ତଙ୍କୁ ଧରିଛି । ସମସ୍ତ ଅଭିଯୁକ୍ତ ଝାଡ଼ଖଣ୍ଡ ରାଜ୍ୟର ବୋଲି ଜଣାପଡିଛି । ସେମାନେ ହେଲେ ଟଣ୍ଟ ଥାନାର ବିରୁଆ ଦରାଇବୁରୁ (୨୮), ଲଛମନ ହନଗା (୨୫), ସାଗର ହିସା (୩୨) ଖରସୁଆଁ ଅଞ୍ଚଳର ଉମାକାନ୍ତ ମହାନ୍ତ (୨୪), ଦୀନନୟାଲ ମହାନ୍ତ (୨୮), କାଳିଚରଣ ମାଲା (୨୯) ଓ ସଢ଼େଇକଳା ଅଞ୍ଚଳର ଲଖିଣ୍ଡା ପ୍ରଧାନ (୨୭) । ଅଭିଯୁକ୍ତଙ୍କୁ ପୁଲିସ ଜେରା ପରେ କୋର୍ଟ ଚାଲାଣ କରିଛି ।
ପୁଲିସ ସୂଚନା ମୁତାବକ, ଅଭିଯୁକ୍ତମାନେ ସଦର ବ୍ଲକ୍ ଅନ୍ତର୍ଗତ ହାଣ୍ଡି ଭଙ୍ଗା କାନାରା ବ୍ୟାଙ୍କରେ ଗତ ଫେବ୍ରୁଆରୀ ମାସ ୧୮ ତାରିଖରେ ୩ ଲକ୍ଷ ୯୨ ହଜାର ୮୮୫ ଟଙ୍କା ବନ୍ଧୁକ ଦେଖାଇ ଲୁଟି ନେଇଥିଲେ । ଏହାସହିତବଡ଼ ବିଲ ଥାନା ଅଞ୍ଚଳରେ ମା’ ସନ୍ତୋଷୀ ଟ୍ରାନପୋର୍ଟରୁ ବନ୍ଧୁକ ଦେଖାଇ ୧ ଲକ୍ଷ ୪୦ ହଜାର ଟଙ୍କା ଗତ ଜୁମାସ ୧୨ ତାରିଖରେ ଲୁଟି ନେଇଥିଲେ। ଯୋଡା ଥାନା ବିଲେଇପଦା ଫାଣ୍ଡି ଅଧୀନ ଏକ ମଦ ଦୋକାନରୁ ୬୫ ହଜାର ଟଙ୍କା ଏବଂ ଏକ ବାଇକ୍କୁ ଗତ ଜାନୁଆରୀ ୧ ତାରିଖରେ ଲୁଟ୍ କରିଥିଲେ। ଯୋଡା ଥାନା ଦେଓଝର ଅଞ୍ଚଳର ଜୟୱାଲା ଟ୍ରାନପୋର୍ଟରୁ ଜୁଲାଇ ୨୯ ତାରିଖରେ ୬୦ ହଜାର ଟଙ୍କା ଓ ୨ଟି ମୋବାଇଲ ଫୋନ୍ ଲୁଟ୍ କରିଥିଲେ। ଏହାସହିତ ମୟୁରଭଞ୍ଜ ଜିଲ୍ଲା ମହୁଲଡିହା ଥାନା ଅଞ୍ଚଳରୁ ଗତମାସ ୧୮ ତାରିଖରେ ବନ୍ଧୁକ ଦେଖାଇ ୨ ଲକ୍ଷ ଟଙ୍କା ଓ ଏକ ବାଇକ୍ ଲୁଟି ନେଇଥିଲେ ଅଭିଯୁକ୍ତମାନେ ଗତ କିଛି ଦିନ ଧରି ଅପରାଧ କରି ପୁଲିସର ନିଦ ହଜାଇ ଦେଇଥିବା ବେଳେ ପୁଲିସ ଝାଡ଼ଖଣ୍ଡ ଯାଇ ଅନେକ ଥର ବିଫଳ ହୋଇ ଫେରିଥିଲା ।