ଯାଜପୁର/ଜେନାପୁର ୨୬/୧ (ସନ୍ଧାନ ନିୟୁଜ/ପ୍ରଶାନ୍ତ ସାମଲ ) ଦୀର୍ଘବର୍ଷ ଧରି ପୂର୍ବତଟ ରେଳପଥ ଅଧୀନ ଯାଜପୁର ଜିଲ୍ଲାର ଐତିହ୍ୟସମ୍ପନ୍ନ ଜେନାପୁର ରେଳ ଷ୍ଟେସନ୍ରେ ବିଭିନ୍ନ ଏକ୍ସପ୍ରେସ୍ ଓ ପାସେଞ୍ଜର ଟ୍ରେନ୍ ରହଣି ପାଇଁ ବହୁ ଆନେ୍ଦାଳନ ଓ ଗଣଧାରଣା ଅନୁଷ୍ଠିତ ହେବା ସହ ବିଭାଗୀୟ ଉଚ୍ଚ କତ୍ତୁୃପକ୍ଷ ଓ ମନ୍ତ୍ରୀଙ୍କୁ ସମୂହ ଦସ୍ତଖତ ଥାଇ ବାରମ୍ବାର ଅଭିଯୋଗ ସମ୍ବଳିତ ଚିଠି ପଠାଯାଇଆସୁଥିଲା । କିନ୍ତୁ ତାହା ଆଜି ଶତ ପ୍ରତିଶତ ସଫଳ ହୋଇ ନ ଥିଲେ ବି କେତେକାଂଶରେ ପ୍ରତୀକ୍ଷିତ ସ୍ୱପ୍ନ ସାକାର ହୋଇଛି ବୋଲି ସ୍ଥାନୀୟ ରେଳ ବିକାଶ କମିଟି ପକ୍ଷରୁ କୁହାଯାଇଛି । ଫଳସ୍ୱରୂପ ଆଜି ଶନିବାର ପବିତ୍ର ସାଧାରଣତନ୍ତ୍ର ଦିବସରେ ଜେନାପୁର ରେଳ ଷ୍ଟେସନ୍ରେ କେନ୍ଦୁଝରଗଡ-ଭୁବନେଶ୍ୱର ଫାଷ୍ଟ ପାସେଞ୍ଜର (୫୮୪୨୫/୫୮୪୨୬) ଟ୍ରେନ୍ ରହଣିର ଉଦ୍ଘାଟନ ଉସôବ ଖୁବ୍ ଆନନ୍ଦ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଟ୍ରେନ୍ଟି ଜେନାପୁର ରେଳ ଷ୍ଟେସନ୍ରେ ପୂବାହ୍ଣ ୯.୩୫ମିନିଟ୍ ସମୟରେ ପହଞ୍ଚôବା ମାତ୍ରେ ଷ୍ଟେସନ୍ ପରିସର ଖୁବ୍ ଲୋକାରଣ୍ୟ ହୋଇଉଠିବା ସହ ଆତସବାଜି ପ୍ରଦର୍ଶନ ଓ ସ୍ଲୋଗାନ୍ ମଧ୍ୟରେ ପ୍ରକମ୍ପିତ ହୋଇଉଠିଥିଲା । ଏହାଛଡା ଉକ୍ତ ଟ୍ରେନ୍ର ଡ୍ରାଇଭର ଓ ଗାର୍ଡଙ୍କୁ କମିଟି ପକ୍ଷରୁ ପୁଷ୍ପତୋଡା ଦିଆଯାଇ ସ୍ୱାଗତ କରାଯାଇଥିଲା । ଏତିକିବେଳେ ଷ୍ଟେସନ୍ରୁ ବହୁ ଯାତ୍ରୀ ଟିକେଟ୍ କରି କଟକ-ଭୁବନେଶ୍ୱର ଅଭିମୁଖେ ଯିବାର ଦେଖିବାକୁ ମିଳିଥିଲା ।
ପରେ କମିଟି ପକ୍ଷରୁ ଷ୍ଟେସନ୍ ପରିସରରେ ଆୟୋଜିତ ଏକ ସଭାରେ ଜେନାପୁର ରେଳ ବିକାଶ କମିଟିର ସଭାପତି ଚନ୍ଦ୍ରମଣି ଦାସ ଓ ଯାଜପୁର ଜିଲ୍ଲା ମିଡିଆ ସେଲ୍ର ଅଧ୍ୟକ୍ଷ କାହ୍ନୁ ଚରଣ ଦାସ ଯୋଗଦେଇ ଅପେକ୍ଷାର ଫଳ ବିଳମ୍ବରେ ହେଲେ ବି ମିଳିପାରିଛି ବୋଲି ଅଭିବ୍ୟକ୍ତ କରିବା ସଂଗେ ସଂଗେ କେନ୍ଦ୍ର ସରକାର ଏବଂ ବିଭାଗୀୟ ମନ୍ତ୍ରୀ ପିୟୁଷ ଗୋଏଲ୍ ଓ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନିକଟରେ କୃତଜ୍ଞତା ଜ୍ଞାପନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତଟ ରେଳପଥ, ଖୋର୍ଦ୍ଧାର ସହକାରୀ ବାଣିଜି୍ୟକ ପ୍ରବନ୍ଧକ ଦୀନବନ୍ଧୁ ସାହୁ ଓ ମୁଖ୍ୟ ବାଣିଜ୍ୟ ନିରୀକ୍ଷକ ସୁନିଲ୍ କୁମାର ବେହେରା ସମାୟନ୍ତରରେ ଅନ୍ୟସବୁ ଦାବି ପୂରଣ ପାଇଁ ଅପେକ୍ଷା କରିବାକୁ ପଡିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।
https://www.youtube.com/watch?v=YkTrhRf-3Yo
ଏଥିରେ ମୁଖ୍ୟ ଟିକେଟ୍ ନିରୀକ୍ଷକ ଉମାକାନ୍ତ ବାଗ୍, ରେଳ ଟିକେଟ୍ ପରୀକ୍ଷକ ନିମାଇଁ ଚନ୍ଦ୍ର ମଣ୍ଡଳ, ବାଣିଜି୍ୟକ ରେଳ ନିରୀକ୍ଷକ ଚିତ୍ତରଞ୍ଜନ ନାୟକ, ଟିକେଟ୍ ନିରୀକ୍ଷକ ବିଜୟ କୁମାର ସାହୁ, ଜେନାପୁର ରେଳ ଷ୍ଟେସନ୍ ଅଧୀକ୍ଷକ ଦିଲୀପ କୁମାର ସ୍ୱାଇଁ ଓ ଷ୍ଟେସନ୍ ମାଷ୍ଟର୍ ସଞ୍ଜୟ କୁମାର ଦାସ ଉପସ୍ଥିତ ଥିଲେ । ଜେନାପୁର ଗ୍ରାମ ପଞ୍ଚାୟତର ସରପଞ୍ଚ କୃଷ୍ଣଚନ୍ଦ୍ର ପଟ୍ଟନାୟକ, ସମିତି ସଭ୍ୟ ପିତବାସ ମଲ୍ଲିକ୍ ଓ ସମାଜସେବୀ ବ୍ରଜକିଶୋର ସାମଲଙ୍କ ସମେତ ରେଳ ବିକାଶ କମିଟିର ସଭ୍ୟ ଶରତ ମହାନ୍ତି, ସୁଦର୍ଶନ ପ୍ରଧାନ, ପ୍ରମୋଦ ଦାସ, କ୍ଷେତ୍ରବାସୀ ରାଉତ, ମଧୁସୂଦନ ପଟ୍ଟନାୟକ, ଦାଶରଥୀ ତରାଇ, ସରୋଜ ପଟ୍ଟନାୟକ, ମନୋଜ କୁମାର ମହାନ୍ତି, –