ବୋରିଗୁମ୍ମା ,୪/୬ (ସନ୍ଧାନ ନିୟୁଜ), ବିଜାପୁର ପଂଚାୟେତ କେନ୍ଦୁଗୁଡା ଗ୍ରାମର କ୍ରିଷ୍ଣା ହରିଜନ ଝିଅ ମୋନୀତା ହରିଜନ (୧୩ ବର୍ଷ) ରବିବାର ସନ୍ଦ୍ୟା ୪:୩୦ ରୁ ନିଖୋଜ ଥିବା ବୋରିଗୁମ୍ମା ଥାନାରେ ଅଭିଯୋଗ କରିଥିବା ଜଣା ପଡିଛି । ଝିଅଙ୍କ ବାପା କ୍ରିଷ୍ଣା ହରିଜନ କହିବା ଅନୁଯାଇ ରବିବାର ଦିନ ଠାରୁ ଥାନାରେ ଲିଖିତ ଅଭିଯୋଗ ଜଣେଇବା ସ୍ଵର୍ଥେ ଆଜି ପର୍ଯ୍ୟନ୍ତ ମୋ ଝିଅ ର ଖବର ମିଳୁ ନାହିଁ । ମନିତା ହରିଜନ ବିଜାପୁର ସ୍କୁଲ ସପ୍ତମ ଶ୍ରେଣୀରେ ପଡେ । ବାପା ଓ ମା କହିବା ଅନୁଯାଇ କେନ୍ଦୁଗୁଡା ଗ୍ରାମର ଜୁଆଇଁ ଜିତୁ ହରିଜନ ଘୋର (ଜଗଦଲପୁର) ନାମକ ମନିତା ହରିଜନଙ୍କୁ ବାଇକରେ ବସେଇ ନେବା ନିଜେ ଓ ଗ୍ରାମବାସୀ ଦେଖିଥିବା କହିଛନ୍ତି । କେଉଁଠି ଓ କିପରି ଥିବ ମୋ ଝିଅ ବୋଲି ଦେଢ ବର୍ଷର ଶିଶୁକୁ ଧରି ଟାଣୁଆ ଖରାରେ ଖୋଜିବାରେ ଲାଗିଛନ୍ତି ବାପା ଓ ମା । ଚାଇଡ଼ ଲାଇନ ଟିମ ଖବର ପାଇ ଗୀତା ପଟ୍ଟନାୟକ ଟିମ ଲିଡର ପିଣ୍ଟୁ ନାଥନ ଟିମ ମେମ୍ବର ଏହି ପରିବାରଙ୍କୁ ସାହାଯ୍ୟ କରିବା ଦେଖିବାକୁ ମିଳିଛି ।
Report- Jagat Kisan