ସୁନ୍ଦରଗଡ ତା:୧୫/୧/୨୦୨୬(ସନ୍ଧାନ ନ୍ୟୁଜ) ପ୍ରଶାସନ ଗ୍ରାମାଞ୍ଚଳ ର ରାସ୍ତା ଘାଟ, ପୋଲ ନିର୍ମାଣ, ପଡିଆ ତିଆରି ଓ ଅନ୍ୟାନ୍ୟ କାର୍ଯ୍ୟ କରିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ତାହା ଗ୍ରାମାଞ୍ଚଳରେ ବାଟ ମାରାଣା ହେଉଥିବା ବାରମ୍ବାର ଅଭିଯୋଗ ହେଉଥିବା ଦେଖିବାକୁ ମିଳିଛି । ଦେଖିବାକୁ ଗଲେ ଜଙ୍ଗଲ ଦୁର୍ଗମ ସ୍ଥାନ ରେ କାମ କେବେ ପହଞ୍ଚି ପରେ ନାହିଁ l ଯେଉଁଠି ଠିକାଦାର କାମ ଭଲ ନ କରି ପକେଟ ଗରମ କରିବା ସହିତ ସେ ଭଳିଆ ଜାଗା ରେ କାମ କରି ଲକ୍ଷ ଲକ୍ଷ ଟଙ୍କାରେ ନିଜର ସ୍ବାର୍ଥ ସାଧିତ କରୁଥିବା ଅଭିଯୋଗ ଆସୁଛି । କିନ୍ତୁ ଯେଉଁଠି ଅତି ଅସୁବିଧା ରହିଛି କିମ୍ବା ଲୋକେ ଅସୁବିଧା ର ସମ୍ବୁଖିନ ହେଉଛନ୍ତି ସେଠାରେ କାମ କରିବା ତ ଦୂର ର କଥା ସେଠାକୁ ଜାଣି ଶୁଣି ପ୍ରଶାସନ ର ମଧ୍ୟ ନଜର ପଡ଼ୁ ନି l ଏପରି ଦୃଶ୍ୟ ଦେଖିବାକୁ ମିଳିଛି ବାଲିଶଙ୍କରା ବ୍ଲକ କୁରେଇ ପଞ୍ଚାୟତ ର ଜାମ ଦରହ ରୁ ବାଗଲତା କୁ ଯିବା ବେଳେ ରାସ୍ତା ଏକ ପୋଲ ଅଛି l ସେ ପୋଲ ଟି ବହୁତ ପୁରୁଣା ପୋଲ ଏବଂ ପୋଲ ଟି ବର୍ତ୍ତମାନ ଧସି ଯାଉଥିବା ଦେଖିବାକୁ ମିଳିଛି l ପୋଲ ଟି ଧସି ଯିବା ଦେଖି ଏଠାକାର ଜନ ସାଧାରଣ ପଞ୍ଚାୟତ ସରପଞ୍ଚ, ବ୍ଲକ ଉନ୍ନୟନ ଅଧିକାରୀ, ଉପ ବାଚସ୍ପତି ତଥା ତଲସରା ବିଧାୟକ ଙ୍କୁ ହେଲେ ଲିଖିତ ଦରଖାସ୍ତ ମାଧ୍ୟମ ରେ ଦେଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହି ପୋଲ କିମ୍ବା ରାସ୍ତା ନିର୍ମାଣ ପାଇଁ କୌଣସି ପଦକ୍ଷେପ ନିଆଯାଇ ନାହିଁ । ଦେଖିବାକୁ ବାକି ରହିଲା ବିକାଶ ଆଉ କେତେ ଦୁରରେ ଆଉ ଲୋକେ କେବେ ମୌଳିକ ସୁବିଧା ପାଇପାରିବେ।
କେତେକ ଗ୍ରାମାଞ୍ଚଳରେ ଆଜି ମଧ୍ୟ ମୌଳିକ ସୁବିଧା ପ୍ରଶ୍ନ ଘେରରେ
|
January 15, 2026 |



