କେଡିଏମ କ୍ରିକେଟ ଟୁର୍ଣ୍ଣାମେଣ୍ଟ ସେମିଫାଇନାଲରେ ବ୍ରହ୍ମବରଦା ଓ ପଟୁଣିଆ ଦଳ ବିଜୟୀ

Spread the love

ଧର୍ମଶାଳା,୮ା୧୨ (ସନ୍ଧାନ ନିୟୁଜ): କେଡିଏମ ପକ୍ଷରୁ କୋତପୁର ଖେଳ ପଡିଆରେ ଆଜି ଅନୁଷ୍ଠିତ ଦୁଇ ଗୋଟି ସେମିଫାଇନାଲ ମ୍ୟାଚ୍ରେ ବ୍ରହ୍ମବରଦା ଓ ପଟୁଣିଆ ଟିମ ବିଜୟୀ ହୋଇଛନ୍ତି । ପ୍ରଥମ ମ୍ୟାଚରେ ଅରାବଳ ଟିମକୁ ୬ ଓି୍ୱକେଟରେ ପରାସ୍ତ କରି ବ୍ରହ୍ମବରଦା ବିଜୟୀ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚରେ କଦମପାଳ ଟିମକୁ ୧୧୮ ରନ ପରାସ୍ତ କରି ପଟୁଣିଆ ଟିମ ବିଜୟୀ ହୋଇଛି । ପ୍ରଥମ ମ୍ୟାଚରେ ଅରାବଳ ଦଳ ବ୍ୟାଟିଙ୍ଗ୍ କରି ୧୫ ଓଭରରେ ସମସ୍ତ ୱିକେଟ୍ ହରାଇ ୧୩୩ ରନ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ଅନୁପ ପାଳ ୪୫ ଓ ସୁଜିତ ସାମଲ ୨୨ ରନ କରିଥିଲେ । ବିପକ୍ଷ ବ୍ରହ୍ମବରଦା ଦଳର ରିତେଶ ଓଝା ୨ଟି ଓ ଜାହିର ଖାଁ ୩ଟି ୱିକେଟ୍ ଅକ୍ତିଆର କରିଥିଲେ । ଏହାର ଜବାବରେ ବ୍ରହ୍ମବରଦା ଦଳ ବ୍ୟାଟିଂ କରି ୧୩.୨ ଓଭରରେ ୪ ୱିକେଟ ହରାଇ ବିଜୟୀ ହୋଇଥିଲା । ଦଳ ପକ୍ଷରୁ ଲକ୍ଷ୍ମୀଧର ସାହୁ ୪୦ ଓ ସୋହେଲ ଅକତର ଖାଁ ୨୧ ରନ କରିଥିଲେ । ବିପକ୍ଷ ଅରାବଳ ଦଳର ସର୍ବେଶ୍ୱର ୨ଟିି ଓ ସଞ୍ଜୟ ସାମଲ ଗୋଟିଏ ୱିକେଟ ନେଇଥିଲେ । ଦ୍ୱିତୀୟ ମ୍ୟାଚରେ ପଟୁଣିଆ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୫ ଓଭରରେ ୮ ୱିକେଟ ହରାଇ ମାତ୍ର ୨୧୪ ରନ ସଂଗ୍ରହ କରିଥିଲା । ଦଳପକ୍ଷରୁ ପିନାକୀ ରାଉତ ୮୯ ଓ ରାଜେଶ ସାମଲ ୪୩ ରନ କରିଥିଲେ । ବିପକ୍ଷ କଦମପାଳ ଦଳର ଦିଲ୍ଲୀପ ମହାନ୍ତି୍ ୩ଟି ଓ ଶକ୍ତି ପ୍ରସାଦ ମହାନ୍ତି ଗୋଟିଏ ୱିକେଟ୍ ନେଇଥିଲେ । ଜବାବରେ କଦମପାଳ ଦଳ ବ୍ୟାଟିଂ କରି ୧୧.୫ ଓଭରରେ ସମସ୍ତ ୱିକେଟ୍ ହରାଇ ୯୬ ରନ କରି ପରାସ୍ତ ହୋଇଥିଲା । ଦଳପକ୍ଷରୁ ସୁଶାନ୍ତ ପ୍ରଧାନ ୨୫ ଓ ଅମୁଲ୍ୟ ସେଠୀ ୧୬ରନ କରିଥିଲେ । ବିପକ୍ଷ ପଟୁଣିଆ ଦଳର ସୂର୍ଯ୍ୟପ୍ରକାଶ ଦାସ ୩ଟି ଓ ସଞ୍ଜୟ ରାଉତ ୨ଟି ୱିକେଟ୍ ନେଇଥିଲେ । ଉଭୟ ମ୍ୟାଚକୁ ଅମରେଶ ପରିଡା, ଇନ୍ତେକାବ ଆଲମ ଓ ରଞ୍ଜନ ପାଳି ପରିଚାଳନା କରିଥିବା ବେଳେ ବାସୁଦେବ ମିଶ୍ର ଓ ପ୍ରକାଶ ଧଳ ସ୍କୋରରେ ସହାୟତା କରିଥିଲେ ।## Report- Manas Rout

Related Posts

About The Author

Add Comment