ଧର୍ମଶାଳା,୨୫/୧୧ (ସନ୍ଧାନ ନିୟୁଜ) : ଧର୍ମଶାଳା ବ୍ଲକ ଜାରକାର କଳ୍ପତରୁ ଦାସ ଷ୍ଟାଡିୟମରେ ଚାଲିଥିବା ପଞ୍ଚମ ବାର୍ଷିକ କେଡିଏମ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ରେ ଆଜି ଅନୁଷ୍ଠିତ ପ୍ରଥମ ମ୍ୟାଚ୍ରେ ଥାନୁଆଳ ଟିମ୍କୁ ୭ ଉଇକେଟ୍ରେ ପରାସ୍ତ କରି କ୍ଷେତ୍ରପାଳ ପଞ୍ଚାୟତ ବିଜୟୀ ହୋଇଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଥାନୁଆଳ ଦଳ ୧୨.୩ ଓଭରରେ ସମସ୍ତ ଓି୍ୱକେଟ୍ ହରାଇ ୫୦ ରନ୍ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ସୁରଜ ବେହେରା ଓ ଦୀପକ ବଳ ପ୍ରତ୍ୟେକ ୧୧ ରନ୍ କରିଥିଲେ । ବିପକ୍ଷ ଦଳର ରଂଜିତ୍ ଦାସ ୪ ଓ ପଙ୍କଜ ସାହୁ ୩ ଟି ୱିକେଟ୍ ନେଇଥିଲେ । ଜବାବ୍ରେ କ୍ଷେତ୍ରପାଳ ଦଳ ବ୍ୟାଟିଂ କରି ୧୦.୩ ଓଭରରେ ୩ ୱିକେଟ୍ ହରାଇ ୫୧ ରନ୍ କରି ବିଜୟୀ ହୋଇଥିଲା । ଦଳ ପକ୍ଷରୁ ଜିତେନ୍ଦ୍ର ଦାସ ଅପରାଜିତ ୨୨ ରନ୍ ଓ ଅଭିଜିତ୍ ଖଣ୍ଡାଇ ୧୦ ରନ୍ ରିଥିଲେ । ବିପକ୍ଷ ଦଳର ଦୀପକ ବଳ ଓ ଜିତେନ୍ଦ୍ର ଜେନା ଗୋଟିଏ ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ । ସେହିପରି ଦ୍ୱିତୀୟ ମ୍ୟାଚ୍ ରେ ପାଖର ଟିମ୍କୁ ୬ ଉଇକେଟ୍ରେ ପରାସ୍ତ କରି ଆରୁହା ପଞ୍ଚାୟତ ବିଜୟୀ ହୋଇଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ପାଖର ଦଳ ନିର୍ଦ୍ଧାରିତ ୧୫ ଓଭରରେ ୮ ଓି୍ୱକେଟ୍ ହରାଇ ୮୮ ରନ୍ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ରାକୋ ରାଉତ ଅପରାଜିତ ୨୨ ରନ୍ ଓ କୌଶିକ୍ ପରିଡା ୧୯ ରନ୍ କରିଥିଲେ । ବିପକ୍ଷ ଦଳର ଜିତେନ୍ଦ୍ର ସାମଲ ଓ ଶୁଭାଶିଷ ସେନାପତି ୨ ଟି ଲେଖାଏଁ ଉଇକେଟ୍ ନେଇଥିଲେ । ଜବାବ୍ରେ ଆରୁହା ଦଳ ବ୍ୟାଟିଂ କରି ୯.୪ ଓଭରରେ ୪ ୱିକେଟ୍ ହରାଇ ୯୩ ରନ୍ କରି ବିଜୟୀ ହୋଇଥିଲା । ଦଳ ପକ୍ଷରୁ ସମ୍ବିତ ପୃଷ୍ଟି ୪୮ ଓ ଶୁଭାଶିଷ ସେନାପତି ୮ ରନ୍ କରିଥିଲେ । ବିପକ୍ଷ ଦଳର ରାକେଶ ରାଉତ ଓ ବାଦଳ ମଲିକ ୨ଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ । ଉଭୟ ମ୍ୟାଚ୍କୁ ଶୁଭାଶିଷ ଦାସ, ସିଦ୍ଧାର୍ଥ ମହାନ୍ତି, ରଂଜନ ପାଳ ଓ ଅବିନାଶ ସାମଲ ପରିଚାଳନା କରିଥିବା ବେଳେ ବାସୁଦେବ ମିଶ୍ର, ପ୍ରକାଶ ଧଳ, ପ୍ରହ୍ଲାଦ ସାହୁ, ଗିରିଶ ବେହେରା, ଶକ୍ତିକାନ୍ତ ବଳ, ଉତ୍ତମ ସାମଲ ଓ ଚନ୍ଦନ ଦାସ ଏଥିରେ ସହଯୋଗ କରିଥିଲେ । ଆସନ୍ତାକାଲି ପ୍ରଥମ ମ୍ୟାଚ୍ ହରିଦାସପୁର ଓ କଣ୍ଟିଗଡିଆ ଏବଂ ଦ୍ୱିତୀୟ ମ୍ୟାଚ୍ ଗଙ୍ଗାଧରପୁର ଓ ଭବାନୀପୁର ପଞ୍ଚାୟତ ମଧ୍ୟରେ ଅନୁଷ୍ଠିତ ହେବ ବୋଲି କେଡିଏମ୍ ପକ୍ଷରୁ ରଶ୍ମିରଂଜନ ରାୟ ସୂଚନା ଦେଇଛନ୍ତି ।
କେଡିଏମ୍ କ୍ରିକେଟ୍ : କ୍ଷେତ୍ରପାଳ, ଆରୁହା ପଞ୍ଚାୟତ ବିଜୟୀ
|
November 25, 2019 |
