କୃଷକ ସଙ୍ଗଠନ ରାଜ୍ୟର ବିପର୍ଯ୍ୟୟ ପାଣ୍ଠିରୁ ସହାୟତା ପାଇଁ ବିଡ଼ିଓ ଙ୍କ ପାଖରେ ଦାବିପତ୍ର ପ୍ରଦାନ

Spread the love

ସୁନ୍ଦରଗଡ, ୧/୭/୨୦୨୧ ( ସନ୍ଧାନ ନିଉଜ/ ରାଜୁ ପଟେଲ ) ଆଜି ବାଲିସଙ୍କରା ବ୍ଲକ ସମ୍ମୁଖରେ କୃଷକଙ୍କ ତରଫରୁ ବିକ୍ଷୋଭ ପ୍ରଦର୍ଶନ କରିବା ସହ ବିଡ଼ିଓଙ୍କ ଜରିଆରେ ଏକ ଦାବିପତ୍ର  ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି ।କୋବିଡ଼ ପାଇଁ  ସରକାରଙ୍କ ଅନବରତ ଲକ ଡାଉନ ସଟ ଡାଉନ ଲାଗିରହିଥିବା ବେଳେ କୃଷକମାନେ ଭାଙ୍ଗି ପଡିଥିବା ବେଳେ ପୁଣି ଚାଷ ସମୟ ଆସିଛି । କୃଷକଙ୍କ ସ୍ଥିତି ଭୁଶୁଡି ପଡିଥିବା ବେଳେ ଆଗକୁ ଚାଷ ପାଇଁ ଆର୍ଥିକ ସହାୟତା ପାଇଁ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ସମୟରେ ଅଧିକ ଚାଷୀ ଙ୍କ ବଲଦ ହଜିଯାଇଥିବା ବେଳେ ବଲଦ ଚାଲାଣ କରି ସାପ୍ତାହିକ ହାଟ ମାନଙ୍କରେ ବିକ୍ରି ହେବାର ଅଭିଯୋଗ ଆସିଛି । ଏହି  ବଲଦ ସାପ୍ତାହିକ ହାଟ କୁ ବନ୍ଦ କରିବା ସହିତ ବଲଦ ହଜିଥିବା ଚାଷୀଙ୍କୁ  ରାଜ୍ୟ ବିପର୍ଯ୍ୟୟ ପାଣ୍ଠିରୁ କିଛି ଅନୁଦାନ ପାଇଁ  ଏକ ସାଇକେଲ ରାଲି ବଡ ବଡ ପୋଷ୍ଟର ନେଇ ବିଡ଼ିଓଙ୍କ ମାଧ୍ୟମରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

Related Posts

About The Author

Add Comment