ଲିଙ୍ଗରାଜ ପଣ୍ଡା
ଆରେ ଆରେ ମାନବ କରୁଛୁ ଆହରଣ
ଶିକ୍ଷା ବିଭିନ୍ନ ପ୍ରକାର
କଠିନ ସଂଘର୍ଷ କରୁଛୁ କେବଳ
ପୂରାଇବାକୁ ଉଦର || ୧ ||
ତୋର ସବୁ ଶିକ୍ଷା। ସତ୍ତ୍ୟେ କରୁନାହୁଁ
ପୂର୍ଣ୍ଣାନନ୍ଦ ଅନୁଭୂତି
କାହିଁକି ବୁଡିଛୁ ଏପରି ଭାବରେ
କରି ଦୁଃଖ ଅନୁଭୂତି || ୨ ||
ଦେଖାନ୍ତି ନାହିଁକି ଉପଯୁକ୍ତ ପଥ
କୃପାମୟ ଭଗବାନ
ତାଙ୍କର ଭକ୍ତକୁ କରିଥାଏ ଯିଏ
ନିରନ୍ତର ତାଙ୍କ ଧ୍ୟାନ || ୩ ||
Related Posts
About The Author
Add Comment