କେନ୍ଦୁଝର ୧୩ /୩ (ସନ୍ଧାନ ନିୟୁଜ) କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଭୁଲୁଦା ଗ୍ରାମର ନିକଟ ଏକ ଜଙ୍ଗଲ ପାଖରେ ଥିବା କୂଅ ଭିତରୁ ଜଣଙ୍କ ମୃତଦେହ ଠାବ ହୋଇଛି। ମୃତକ ତୁରୁମୁଙ୍ଗା ଥାନା ବଳିଆପଶି ଗ୍ରାମର ନରେନ୍ଦ୍ର ବେହେରା ବୋଲି ଜଣା ପଡ଼ିଛି। ଗାଁ ଲୋକେ ସକାଳୁ ଜଙ୍ଗଲକୁ ଯିବା ସମୟରେ କୂଅ ଭିତରେ ମୃତଦେହ ଭାସିବା ଦେଖି ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଘଟଣା ସ୍ଥଳରେ ତୁରୁମୁଙ୍ଗା ପୋଲିସ ଓ ପାଟଣା ଅଗ୍ନିଶମ ବାହିନୀ ପହଁଚି ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଛି। ମୃତ୍ୟୁର ପ୍ରକୃତ କାରଣ ଜଣା ପଡିନଥିବା ବେଳେ ନରେନ୍ଦ୍ର ତିନିଦିନ ହେବ ନିଖୋଜ ଥିଲେ।




