କୁହୁଡି ସାଜିଲା କାଳ; ଟ୍ରକ୍ ଓ କାର୍ ମୁହାଁ ମୁହିଁ ଧକା,୬ ଜଣ ଗୁରୁତର

Spread the love

କୋରାପୁଟ, ୨୮/୧୨/୨୫/(ସନ୍ଧାନ ନ୍ୟୁଜ) : କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ମାଳିପେଟା ଗ୍ରାମ ନିକଟରେ ଏକ ଅଘଟଣ ଘଟିଯାଇଛି । ଘନ କୁହୁଡି ଯୋଗୁଁ ଏକ କୁକୁଡ଼ା ବୋଝେଇ ଟ୍ରକ୍ ଓ କାର୍ ମୁହାଁ ମୁହିଁ ଧକା ହୋଇଛି । ଯାହା ଫଳରେ କାରରେ ଥିବା ୬ ଜଣ ଗୁରୁତର ଆହତ ହୋଇଥିବା ବେଳେ ଡ୍ରାଇଭରଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ସୂଚନା ଅନୁସାରେ କୌଣସି କାରଣରୁ କାରଟି କୁନ୍ଦୁରାରୁ ଆସୁଥିଲା । ଏହି ସମୟରେ ଘନ କୁହୁଡି ଯୋଗୁଁ ଏକ କୁକୁଡ଼ା ବୋଝେଇ ଟ୍ରକ୍ ଓ କାର୍ ମୁହାଁ ମୁହିଁ ଧକା ହୋଇଥିଲା । ତେବେ ସ୍ଥାନୀୟ ଲୋକଙ୍କ ସହାୟତରେ ସମସ୍ତ ଆହତ ମାନଙ୍କୁ ଉଦ୍ଧାର କରି ବୈପାରୀଗୁଡା ମେଡିକାଲକୁ ପଠାଯାଇଛି । ଆହତଙ୍କ ମଧ୍ୟରେ ୫ ଜଣ ମହିଳା ଅଛନ୍ତି ।  ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

Related Posts

About The Author

Add Comment