ସୁନ୍ଦରଗଡ଼ ତା:୦୬-୦୨-୨୦୨୬ରିଖ (ସନ୍ଧାନ ନ୍ୟୁଜ ) ବାଲିସଙ୍କରା ବ୍ଲକ କୁରେଇ ଗ୍ରାମ ପଞ୍ଚାୟତ ର ମହାଦେବ ଟାଙ୍ଗର ମନ୍ଦିର ପ୍ରାଙ୍ଗଣ ଠାରେ ବିରାଟ ହିନ୍ଦୁ ସମ୍ବିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ଶ୍ରୀଯୁକ୍ତ ଧନେଶ୍ୱର ମାଝୀ ସଭାପତିତ୍ୱ କରିଥିବା ବେଳେ ଶ୍ରୀଯୁକ୍ତ ସନାତନ ପଟେଲ ମୁଖ୍ୟ ଅତିଥି ଭାବରେ ଯୋଗଦେବା ସହିତ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।ଶ୍ରୀ କୈଳାସ ପ୍ରସାଦ ଭିତ୍ରିଆ, ଶ୍ରୀ ଭବାନୀ ଶଙ୍କର ମାଝୀ ସମ୍ମାନିତ ଅତିଥି ଭାବରେ ଉପସ୍ଥିତ ଥିଲେ l କୁରେଇ ଗ୍ରାମ ପଞ୍ଚାୟତ ତଥା ଅନ୍ୟାନ୍ୟ ଗ୍ରାମ ରୁ ଅନେକ ଶ୍ରଦ୍ଧାଳୁ ହିନ୍ଦୁ ଭକ୍ତ ମାନେ ରହି ଏହି କାର୍ଯ୍ୟକ୍ରମ ର ଉପଭୋଗ କରିଥିଲେ l ଭାରତୀୟ ଜନତା ପାର୍ଟି ର ବାଲିଶଙ୍କରା ବ୍ଲକ ସଭାପତି ଯଶନ୍ତି ଏକ୍କା, ରବି ଚନ୍ଦ୍ର ପଟେଲ, ବୁଧୁରାମ ଓରାମ, ନନ୍ଦନ ସିଂ, ନରେନ୍ଦ୍ର ମହାକୁଳ, ସଂସଦ ପ୍ରତିନିଧି ଶ୍ରୀ ଉଛବ ତନ୍ତୀ, ଭାଗଳ ଶ୍ୟାମ ଗରଡ଼ିଆ, ସୁରେନ୍ଦ୍ର ମହାକୁଳ, ବେଚନ ମାଝୀ, ସରିତା ପ୍ରଧାନ ତଥା ଅନ୍ୟାନ୍ୟ ସଦସ୍ୟ ସଦସ୍ୟା ମାନେ ଉପସ୍ଥିତ ଥିଲେ l ସର୍ବ ପ୍ରଥମେ କଳସ ଶୋଭା ଯାତ୍ରା ରେ ସମସ୍ତେ ସାମିଲ ହୋଇ ଭଜନ କୀର୍ତନ କରି କଳସ ଶୋଭାଯାତ୍ରା କରିଥିଲେ l କୁରେଇ ପଞ୍ଚାୟତ ର ଏହି ମହାଦେବ ଟାଙ୍ଗର ସ୍ଥାନଟି ଅତି ଶାନ୍ତ ପରିବେଶରେ ଥିବା ବେଳେ ଯଜ୍ଞ କାର୍ଯ୍ୟକ୍ରମ ରେ ସମସ୍ତ ଙ୍କ ମନ ଶାନ୍ତ ଭାବନା ଥିବାର ଦେଖିବାକୁ ମିଳିଥିଲା l ପରେ ଧର୍ମ ସଭା ଅନୁଷ୍ଠିତ ହୋଇଥିଲା l ଧର୍ମ ସଭାରେ ହିନ୍ଦୁ ରାଷ୍ଟ୍ରର ଅଗ୍ରଗତି କିପରି ଭାବରେ ହୋଇପାରିବ, ସ୍ବଦେଶୀ ଜିନିଷ ପତ୍ର ବ୍ୟବହାର କରିବାକୁ ପଡିବ, ବିଦେଶୀ ସଂସ୍କୃତି କିପରି ବର୍ଜନ କରାଯିବ ସେ ବିଷୟରେ ଆଲୋକପାତ କରାଯାଇଥିଲା । ଏହାର ନିବାରଣ କିପରି କରିପାରିବା ସେ ବିଷୟରେ ଶ୍ରୀ ସନାତନ ପଟେଲ ପୁଙ୍ଖା ନୁ ପୁଙ୍ଖ ତାଙ୍କର ଅଭିଭାଷଣ ରେ କହିଥିଲେ l ଶେଷରେ ପ୍ରସାଦ ସେବନ କରି ସଭା ସାଙ୍ଗ କରାଯାଇଥିଲା ।
କୁରେଇ ମହାଦେବ ଟାଙ୍ଗର ମନ୍ଦିର ପ୍ରାଙ୍ଗଣରେ ବିରାଟ ହିନ୍ଦୁ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ l
|
February 6, 2026 |



