କୁନ୍ଦଳ-ହରିପୁର ଗ୍ରାମ ଉନ୍ନୟନ ରାସ୍ତାର କଟୁରୀଘାଇ ନିକଟରେ ଅତଡା ଖସି ଶୋଚନୀୟ, ମରାମତି ଦାବି

Spread the love

ଚଣ୍ଡିଖୋଲ, ୦୩/୦୭ (ସନ୍ଧାନ ନିୟୁଜ) ବଡଚଣାରେ ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ବ୍ୟାପକ ହରିଲୁଟୁ ହେଉଥିବା ନେଇ ବାରମ୍ବାର ଅଭିଯୋଗ ଉଠିଥିଲେ ସୁଧା ପଶାସନ କର୍ଣ୍ଣପାତ କରୁନାହିଁ । ଫଳରେ ଠିକାଦର ମାନେ ନିମ୍ନମାନର କାର୍ଯ୍ୟ କରିବା ଫଳରେ ରାସ୍ତା ଗୁଡିକ ଅଳ୍ପଦିନ ଯାଉନି । କେଉଁଠି ମାଟି ଅତଡା ଖସି ରାସ୍ତା ଶୋଚନୀୟ ହୋଇପଡୁଛି ତ କେଉଁଟି ରାସ୍ତା ଫାଟି ଦୁଇପାଳ ହୋଇଯାଇଛି । ଅନ୍ୟ ସ୍ଥାନରେ ରାସ୍ତାର ଗୋଡି ବାହାରି ପଡିବା ଫଳରେ ରାସ୍ତାରେ ଯାତାୟତ କଷ୍ଟକର ହୋଇପଡିଛି । ବଡଚଣା ବ୍ଲକ କୁନ୍ଦଳ ଠାରୁ ହରିପୁରକୁ ଗ୍ରାମ ଉନ୍ନୟନ ବିଭାଗ ପକ୍ଷରୁ ଲକ୍ଷାଧିକ ଟଙ୍କା ବ୍ୟାୟରେ ରାସ୍ତା ନିର୍ମାଣ କରାଯାଇଛି । ଏହା ଗୋଟିଏ ପଟେ ଗେଙ୍ଗୁଟି ନଦୀକୁ ସଂଯୋଗ କରି ଯାଇଥିବା ବେଳେ ସେହିରାସ୍ତାର ଦାଣ୍ଡହରିପର ଠାରୁ ଏକ ସଯୋଗକରଣ ରାସ୍ତା ଅନ୍ୟସ୍ଥାନରେ ଗେଙ୍ଗୁଟି ନଦୀ ବନ୍ଦକୁ ଲାଗିଛି । ଏହି ରାସ୍ତାଟିର କଟୁରୀଘାଇ ସ୍ଥାନରେ ମାତ୍ର ବର୍ଷକ ତଳୁ ନିର୍ମାଣ ହୋଇଥିବା ପିଚୁରାସ୍ତାର ଅତଡା ଧସି ଯାଇଛି । ଫଳରେ ରାତ୍ରୀ କାଳନୀ ଯାଉଥିବା ଯାତ୍ରୀ ମାନେ ସେଠାରେ ପଡି ଆହତ ହେଉଛନ୍ତି । ଅନ୍ୟପଟରେ ରାସ୍ତାଟି ନିମାଣ ସମୟରେ ତାହାର ଉଭୟପଟରେ ମାଟି ପ୍ୟାଙ୍କିଙ୍ଗ କରିବା କଥା ମାତ୍ର ଏହା କରାଯାଇନଥିବାରୁ ରାସ୍ତାଟି ଧସି ଯାଇଥିବା ଦେଖିବାକୁ ମିଳିଛି । ଏପରକି ନଦୀ କୂଳିଆ ରାସ୍ତାଟିର ଉଭୟ ପଟରେ ପଥର ପ୍ୟାଙ୍କିଙ୍ଗ୍ କରି ରାସ୍ତାକୁ ଅଧିକ ମଜବୁତ କରିବାକୁ ଗ୍ରାମବାସୀ ଦାବି କରିଥିଲେ ସୁଧା ତାହା ବି କରାଯାଉନାହିଁ । ଫଳରେ ଅଳ୍ପଦିନ ରାସ୍ତାଟି ନଯାଇ ଜନସାଧରଣଙ୍କ କର୍ଯ୍ୟରେ ଆସୁନି । ଉକ୍ତ ରାସ୍ତାଟି ଗେଙ୍ଗୁଟି ନଦୀ ବନ୍ଦକୁ ସଂଯୋଗ କରି ଖଡିଅଙ୍ଗକୁ ଯିବା ପାଇଁ ମୁଖ୍ୟ ରାସ୍ତା ହୋଇଥିବା ବେଳେ ପ୍ରତିଦିନ ବହୁ ଲୋକ ଏହା ଉପରେ ନିର୍ମର କରନ୍ତି ମାତ୍ର ରାସ୍ତାଟିର ଅତଡା ଖାଇଯାଇଥିବାରୁ ରାତ୍ରୀ କାଳୀନ ଯାତ୍ରୀମାନେ ଯିବାଆସିବା କରିବାକୁ ଭୟ କରୁଛନ୍ତି । ଆଗକୁ ବର୍ଷଦିନ ରହିଥିବାରୁ ରାସ୍ତାଟି ସମ୍ପୁଣ୍ଣ ନଷ୍ଟ ହୋଇଯିବାର ଆଶଙ୍କା ସୃଷ୍ଟି ହୋଇଛି । ଏପରକି ଗେଙ୍ଗୁଟିନଦୀ ବନ୍ଧର କର୍ଲଭଟ ଉପରେ ରାସ୍ତାଟି ବଡବଡ ଖାଲୁଆ ହୋଇଥିବାରୁ ଯାତାୟତରେ ଅସୁବିଧା ସୃଷ୍ଟି କରିଛୁ । ତୁରନ୍ତ ଏହାରକୁ ମରାମତି କରିବାକୁ କୁନ୍ଦଳ ସରପଂଚ ପ୍ରମିତା ରାଉତ, ସମିତିସଭ୍ୟ ଗଗନ ବିହାରୀ ଦାସ, ନାରାୟଣ ସାମଲ, ମଦନ ମୋହନ ବେହେରା, ବିଶ୍ୱଜିତ ସାମଲ, ବିମଲ ବେହେରା ସମେତ ଗ୍ରାମବାସୀ ମାନେ ଦାବି କରିଛନ୍ତି ।

Related Posts

About The Author

Add Comment