କୁଣ୍ଡୁକେଲା ଛକ ନିକଟରେ ଦୁର୍ଘଟଣା,ବାଇକ ଆରୋହୀଙ୍କ ମୃତ୍ୟୁ
କୁଣ୍ଡୁକେଲା ଛକ ନିକଟରେ ଦୁର୍ଘଟଣା,ବାଇକ ଆରୋହୀଙ୍କ ମୃତ୍ୟୁ
Sandhan News |
June 28, 2021 |
ସୁନ୍ଦରଗଡ, ୨୭/୬/୨୦୨୧ ( ସନ୍ଧାନ ନିଉଜ/ ରାଜୁ ପଟେଲ ) ଭସମା ଥାନା ଅନ୍ତର୍ଗତ କୁଣ୍ଡୁକେଲା ଛକରେ ରାଜ୍ୟ ରାଜପଥ ୧୦ ରେ ଏକ ବାଇକ ଦୁର୍ଘଟଣା ଘଟିଛି । ଏଥିରେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି । ଗାଡି ନମ୍ବର ଓଡ଼ି୧୬ଡି ୬୭୫୫ ଝାରସୁଗୁଡା ପଟୁ ଆସୁଥିବାବେଳେ ଗାଡିର ଗତି ଅତ୍ୟଧିକ ଥିବାରୁ ଏକ ଟ୍ରଲରରେ ପିଟି ଦୁର୍ଘଟଣା ହେବାର ସୂଚନା ମିଳିଛି । ଏ ପର୍ଯ୍ୟନ୍ତ ମୃତକଙ୍କ ଚିହ୍ନଟ ହୋଇପାରିନାହିଁ। ବାଇକ ଟି କୁତ୍ରା ଥାନା ଅନ୍ତର୍ଗତ ସରୋଜ କୁମାର ବାରିକଙ୍କ ବୋଲି ସୂଚନାରୁ ଜଣାପଡିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁକରି ଘଟଣାର ତଦନ୍ତ କରୁଛି ।
Related Posts
About The Author