ବୈପାରିଗୁଡା,୧୨ /୩ (ସନ୍ଧାନ ନିୟୁଜ) କୋରାପୁଟ ଜିଲ୍ଲାର ବୈପାରିଗୁଡା ସ୍ଥିତ ବାତ୍ରିପୁଟ ଛକ ଠାରେ ବୈପାରିଗୁଡା ପୋଲିସ ଏକ ଗଞ୍ଜେଇ ବୋଝେଇ ଟ୍ରକ କୁ ଜବତ କରି ୫୦ ଲକ୍ଷ ଟଙ୍କା ରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ କରିବା ସହିତ ୩ ଜଣଙ୍କୁ ଅଟକ ରଖିଛି ବୈପାରିଗୁଡା ପୋଲିସ ।କୌଣସି ଏକ ବିଶେଷ ସୂତ୍ରରୁ ଖବର ପାଇ ଏହି ଚଢ଼ାଉ କରିଥିବାର ଜଣାପଡ଼ିଛି ।୧୦ ଚକିଆ ଏକ ଟ୍ରକ ନଂ- RJ11 GA 7354 ରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ବୈପାରିଗୁଡା ପୋଲିସ ଗଞ୍ଜେଇ ଧରିବାରେ ସଫଳ ହୋଇଛି ।ଏହି ଗଞ୍ଜେଇ ମାଲକାନଗିରି ଜିଲ୍ଲାରୁ ଉତ୍ତରପ୍ରଦେଶ ରାଜ୍ୟକୁ ଯାଉଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।ଏହି ଟ୍ରକ ଭିତରେ ୪କୁଇଣ୍ଟାଲ ୪୨ କେଜି ରୁ ଉର୍ଦ୍ଧ୍ବ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୫୦ ଲକ୍ଷ ରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡିଛି ।ଚାଲାଣକାରୀମାନେ ହେଲେ ଉତ୍ତରପ୍ରଦେଶର ସଚିନ କୁମାର (୨୫),ଟିଙ୍କୁ କୁମାର (୨୦) ଏବଂ ମୁରତି ହ୍ରଜ ଶୁକ୍ଳା (୧୯) ବୋଲି ପୋଲିସ ପକ୍ଷରୁ ଜଣାପଡ଼ିଛି ।ଏମାନଙ୍କୁ କେସ ନଂ ୩୪/୧୨ ୨ବି ୨ସି – NDPS Act, ୧୯୮୫ ରେ ଜବତ କରାଯାଇ କୋର୍ଟଚାଲାଣ ହୋଇଥିବା ଜଣାପଡିଛି ।ବୈପାରିଗୁଡା ଥାନା ପକ୍ଷରୁ ଏସ. ଆଇ ଶ୍ରୀକାନ୍ତ ସାହୁ, ଏ ଏସ ଆଇ ଗୋପାଳ ବରାଡ଼ ଙ୍କ ସମେତ ବହୁ ଗୃହରକ୍ଷୀ ଉପସ୍ଥିତ ଥିଲେ ।
ରିପୋର୍ଟ – ସରୋଜ କୁମାର ଲେଙ୍କା
SHARE AND SUBSCRIBE