କୁଡୁତୁଲି ପଞ୍ଚାୟତରେ କିଶୋରୀ ମେଳା ଆୟୋଜିତ

Spread the love
ବାଲିଗୁଡା,୧୯/୦୧/୨୪:(ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ କୁଡୁତୁଲି ପଞ୍ଚାୟତ କାର୍ଯ୍ୟାଳୟ ଠାରେ କ.ନୂଆଗାଁ ଶିଶୁ ବିକାଶ କାର୍ଯ୍ୟାଳୟ ପକ୍ଷରୁ କିଶୋରୀ ମେଳା ଅନୁଷ୍ଠିତ ହୋଇଯାଇଛି। ମଣ୍ଡଳ ପରିଦର୍ଶିକା ଅରୁନ୍ଧତି ନାୟକଙ୍କ ତତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡକ୍ଟର ଯୋଗେଶ୍ୱର ବେହେରା,ସରପଞ୍ଚ ଚନ୍ଦ୍ର ମଲିକ, ନିହାର ରଞ୍ଜନ ମହାନ୍ତି ପ୍ରମୁଖ ଯୋଗ ଦେଇ ଉପସ୍ଥିତ କିଶୋର ବାଳିକା ବାଳକଙ୍କୁ ଶିଶୁ ନିର୍ଯାତନା, ପୋସ୍କୋ ଆଇନ ଓ ଶିଶୁ ଶ୍ରମିକ ଏକ ଦଣ୍ଡନୀୟ ଅପରାଧ ସମ୍ପର୍କରେ ସଚେତନ କରିଥିଲେ l ଏହାପରେ ସମସ୍ତ କିଶୋରୀ ବାଳକ ବାଳିକାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ କୁଇଜ, ଝୋଟି ଚିତ୍ରାଙ୍କନ ଭଳି ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଏଥିରେ କୃତିତ୍ୱ ହାସଲ କରିଥିବା ବାଳିକା ବାଳକଙ୍କୁ ସାଟିଫିକେଟ ସହ ବିଭିନ୍ନ ଉପକରଣ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମ ପରିଚାଳନା ରେ ଅଙ୍ଗନବାଡି କର୍ମୀ ରଶ୍ମିତା ମଳିକ, ଅମ୍ବିକା ପ୍ରଧାନ, ରେବତୀ ବେହେରା,ଜାନକୀ ବେହର ଦଳାଇ, ରାଜେଶ୍ୱରି ନାୟକ, ସୀତା ଦଳପତି, ଗୋଲାପୀ ପ୍ରଧାନ, ମାନସୀ ପ୍ରଧାନ, ଲିଳିମା ପ୍ରଧାନ, ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।

Related Posts

About The Author

Add Comment