କୁଚିଣ୍ଡା ଓ ରେଙ୍ଗାଲିରେ ପାଣ୍ଡିଆନଙ୍କ ପ୍ରଚାର:ଜନତାଙ୍କୁ ବିକାଶକାମର ହିସାବ ଦେଲେ

Spread the love

ସମ୍ୱଲପୁର/ସନ୍ଧାନ ନ୍ୟୁଜ: ବିଜୁ ଜନତା ଦଳର ଷ୍ଟାର ପ୍ରଚାରକ, ୫ଟି ଅଧ୍ୟକ୍ଷ ତଥା ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ପାଇଁ ସମ୍ବଲପୁର ଗସ୍ତ କରିଛନ୍ତି । ରବିବାର ଅପରାହ୍ନରେ ସମ୍ବଲପୁର ଲୋକସଭା କ୍ଷେତ୍ର ଅର୍ନ୍ତଗତ କୁଚିଣ୍ଡା ବିଧାନସଭା ନିର୍ବାଚନମଣ୍ଡଳୀର ବାମରା ଠାରେ ପହଞ୍ଚିଥିଲେ । ସେଠାରେ ଏକ ବିଶାଳ ଜନସମାବେଶର ଆୟୋଜନ କରାଯାଇଥିଲା । କୁଚିଣ୍ଡା ନିର୍ବାଚନମଣ୍ଡଳୀର ଜନସଭାକୁ ସମ୍ବୋଧନ କରି ମାନନୀୟ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ହୋଇଥିବା ବିକାଶ କାମର ହିସାବ ରଖିଛନ୍ତି । ଏହା ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏଭଳି ବିକାଶ କାମର ତାଲିକା ଲୋକଙ୍କୁ ଦେବାକୁ ଆହ୍ୱାନ କରିଛନ୍ତି । ସ୍ୱାଧୀନତା ସଂଗ୍ରାମୀ ବିର୍ସାମୁଣ୍ଡାଙ୍କୁ ପ୍ରଣାମ ଜଣାଇ ବକ୍ତବ୍ୟ ଆରମ୍ଭ କରିଥିଲେ ଶ୍ରୀ ପାଣ୍ଡିଆନ । ମୁଖ୍ୟମନ୍ତ୍ରୀ ବାମରାକୁ ଏନଏସି କରିଛନ୍ତି । ବୁରୁପଡା ମହାବୀର ଧାମ, କିରଶାସନ ସ୍ୱପ୍ନେଶ୍ୱର ବାବା ଶିବମନ୍ଦିର, ପାନପଲ୍ଲି ଶିବ ମନ୍ଦିରର ଋପାନ୍ତରିକରଣ । କୁଚିଣ୍ଡାରେ ଏନଏସିରେ କମ୍ୟୁନିଟି ସେଣ୍ଟର ଏମିତି ବିଭିନ୍ନ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ୨୯ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ସାରା ଓଡିଶାରେ ସର୍ବାଧିକ ଅନୁଦାନ କୁଚିଣ୍ଡାକୁ ନିର୍ବାଚନମଣ୍ଡଳୀକୁ ପ୍ରଦାନ କରାଯାଇଛି । କୁଚିଣ୍ଡାରେ ୧୪ କୋଟି ଟଙ୍କାରେ ନୂଆ ସରକାରୀ ଆଇଟିଆଇ ପ୍ରତିଷ୍ଠା କରାଯାଇଛି । ସେଠାରେ ୫ ଟି ଟ୍ରେଡ ଖୋଲାଯାଇ ପ୍ରଶିକ୍ଷଣ ଦିଆଯାଉଛି। ଜଳସେଚନ ପାଇଁ ବୁଦୁଲାପାଲିରେ ୧୨୮ କୋଟି ଟଙ୍କାରେ ପ୍ରକଳ୍ପ ନିର୍ମାଣ କରାଯାଉଛି। ବୁଢାରାଜାରେ ୫୮ କୋଟି ଟଙ୍କାରେ ବନ୍ଧ, କୀରାଶାସନରେ ୪୭ କୋଟି ଟଙ୍କାରେ ବନ୍ଧ । ସଇଡାରେ ୩୮ କୋଟି ଟଙ୍କାରେ ବନ୍ଧ । ଗୋଚରାରେ ୩୫ କୋଟି ଟଙ୍କାରେ ଆଡିବନ୍ଧ । ପାନୀୟଜଳ ପାଇଁ କୁଚିଣ୍ଡା, ବାମରା ଏବଂ ଜମନକିରା ବ୍ଲକରେ ୫୦ ଟି ପଞ୍ଚାୟତ ୩୧୦ କୋଟି ଟଙ୍କାରେ ବ୍ୟୟ ଅଟକଳରେ ପାଇପ ଜରିଆରେ ପାନୀୟ ଜଳ ଯୋଗାଣ କରାଯିବ । ନରେନ୍ଦ୍ର ଠାରୁ କୁଚିଣ୍ଡା ରାସ୍ତା ପାଇଁ ୪୨ କୋଟି ଟଙ୍କା । ଫସିମଲ ଠାରୁ ଲଇଡା ରାସ୍ତା ପାଇଁ ୨୨ କୋଟି ୫୦ ଲକ୍ଷ ଟଙ୍କା । କେସାଇବାହାଲ ରୁ ସରଗିଡିହି ରାସ୍ତା ପାଇଁ ୧୬ କୋଟି ଟଙ୍କା । ଲାଡଫସିମାଲ ଠାରୁ ଷଣ୍ଢପଥର ରାସ୍ତା ପାଇଁ ୬ କୋଟି ଟଙ୍କା । ଏହା ଛଡା ୬୦ ଟି ସିମେଣ୍ଟ କଂକ୍ରିଟ ରୋଡ ପାଇଁ ୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ୪ଟି ବୃହତ ସେତୁ ପାଇଁ ୪୦ କୋଟି ଟଙ୍କା । ବାମରାରେ ୧୩ କୋଟି ଟଙ୍କାରେ ହକି ଟ୍ରେନିଂ ସେଣ୍ଟର । କୁଚିଣ୍ଡାରେ ଇଣ୍ଡୋର ଷ୍ଟାଡିୟମ ୬ କୋଟି ଟଙ୍କାରେ ନିର୍ମାଣ । ୭୦ ଟି ହାଇସ୍କୁଲକୁ ଋପାନ୍ତରିକରଣ କରାଯାଇଛି । ୧୮ ଟି ହାଇଅର ସେକେଣ୍ଡାରୀ ସ୍କୁଲ ଓ କଲେଜକୁ ୮ କୋଟି ୨୫ ଲକ୍ଷ ଟଙ୍କାରେ ଋପାନ୍ତରିକରଣ କରିଛନ୍ତି । ୩୨୫୦ ପିଲା ନୂଆ ଓ ସ୍କୋଲରସିପରେ ୩ କୋଟି ୩୦ ଲକ୍ଷ ଟଙ୍କା ବୃତ୍ତି ପ୍ରଦାନ । କୁଚିଣ୍ଡାର ୫୦ ହଜାର ଚାଷୀ କାଳିଆ ଯୋଜନାରେ ଲାଭବାନ ହେଉଛନ୍ତି । ୨୪୦୦ ମିଶନ ଶକ୍ତି ମା ମାନେ ୧୩୫ କୋଟି ଟଙ୍କାର ସୁଧବିହୀନ ଋଣ ପ୍ରଦାନ କରାଯାଇଛି । ବିଏସକେୱାଇ ଯୋଜନାରେ ୭୦ ହଜାର ୫୦୦ ପରିବାର ପଞ୍ଜୀକୃତ ହୋଇଛନ୍ତି । ୧୩ ଟି ଲକ୍ଷ୍ମୀ ବସ ୫୦ ଟି ପଞ୍ଚାୟତକୁ ଯାଉଛି । ୩୮ ଟି ପଞ୍ଚାୟତରେ ଆମ ବ୍ୟାଙ୍କ । କେନ୍ଦୁପତ୍ର ତେଳାଳୀଙ୍କ ପାଇଁ ୫୦ ପ୍ରତିଶତ ବୋନସ କରିଛନ୍ତି ବୋଲି କହିଥିଲେ । କୁଚିଣ୍ଡାରେ ପ୍ରାୟ ୫୦ ହଜାରରୁ ଉର୍ଦ୍ଧ୍ବ ଲଙ୍କା ଚାଷୀ ରହିଛନ୍ତି । ସେମାନଙ୍କ ପାଇଁ ଖୁବଶୀଘ୍ର ସ୍ୱତନ୍ତ୍ର ପ୍ୟାକେଜ ଆସିବ ବୋଲି କହିଥିଲେ । କୁଚିଣ୍ଡାରେ ବିକାଶର ଧାରା ବହୁଛି ଏବଂ ଆଗକୁ ମଧ୍ୟ ବହିବ । ଆପଣମାନେ ଲୋକସଭା ପ୍ରାର୍ଥୀ ଭାବରେ ଯାହାଙ୍କୁ ପାଇଛନ୍ତି ସେ ହେଉଛନ୍ତି ନବୀନ ସେନାର ସେନାପତି । ଆପଣଙ୍କର ସୁଃଖଦୁଃଖରେ ଛିଡା ହୋଇ ରହିବେ । ସେହିଭଳି ରାଜେନ୍ଦ୍ର ଛତ୍ରିଆ ମଧ୍ୟ ଆପଣଙ୍କର ଅତି ବିଶ୍ୱସ୍ତ । ତେଣୁକରି ଆସନ୍ତା ୨୫ ତାରିଖ ଦିନ ଦୁଇଥର ଭୋଟ ଦେଇ ଏହି ଦୁଇଜଣଙ୍କୁ ବିଜୟୀ କରିବାକୁ ନିବେଦନ କରିଥିଲେ । ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ତାଙ୍କର ବକ୍ତବ୍ୟରେ ସିଧାସଳଖ ବିକାଶ ବିରୋଧୀମାନଙ୍କୁ ଟାର୍ଗେଟ କରିଥିଲେ । ସେମାନଙ୍କ ଓଡିଶା ଏକ ବିନ୍ଦୁ ହେଲେ ବିଜୁ ଜନତା ଦଳ ପାଇଁ ଏକ ସିନ୍ଧୁ । ସେମାନଙ୍କ ପାଇଁ ଓଡିଶା ହେଉଛି ସଂଖ୍ୟା ବଢାଇବାର ନିର୍ବାଚନୀ କ୍ଷେତ୍ର । କିନ୍ତୁ ନବୀନ ପଟ୍ଟନାୟକଙ୍କ ପାଇଁ ଏକ ପରିବାର ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ହଜାର ହଜାର ସଂଖ୍ୟାରେ ଲୋକଙ୍କ ସମାଗମ ହୋଇଥିଲା । କୁଚିଣ୍ଡା ନିର୍ବାଚନମଣ୍ଡଳୀରୁ ବିଜୁ ଜନତା ଦଳକୁ ବିପୁଳ ପରିମାଣରେ ଭୋଟ ଦେଇ ୨୦ ହଜାରରୁ ଉର୍ଦ୍ଧ୍ବ ଭୋଟ ବ୍ୟବଧାନରେ ଜିତାଇବୁ ବୋଲି ଲୋକେ କହିଥିଲେ । କାର୍ଯ୍ୟକ୍ରମରେ କୁଚିଣ୍ଡା ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର ଛତ୍ରିଆ ଉପସ୍ଥିତ ଥିଲେ । ସେହିପରି ବାମରାରେ କାର୍ଯ୍ୟକ୍ରମ ସାରିବା ପରେ ରେଙ୍ଗାଲିଠାରେ ପହଞ୍ଚିଥିଲେ ବିଜେଡିର ଷ୍ଟାର ପ୍ରଚାରକ ତଥା ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ । ରେଙ୍ଗାଲି ସ୍ଥିତ ପରମାଣପୁର ପଡିଆରେ ଏକ ବିଶାଳ ଜନସମାବେଶର ଆୟୋଜନ କରାଯାଇଥିଲା । ଜନସଭାକୁ ସମ୍ବୋଧନ କରି ବିଜେଡିର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଓ ବିଧାନସଭା ପ୍ରାର୍ଥୀ ସୁଦର୍ଶନ ହରିପାଲଙ୍କୁ ବିପୁଳ ସଂଖ୍ୟାରେ ଭୋଟଦେଇ ଜୟଯୁକ୍ତ କରିବାକୁ ନିବେଦନ କରିଥିଲେ । ଏହା ସହିତ ମଞ୍ଚ ଉପରୁ ବିରୋଧୀଙ୍କୁ ଶାଣିତ ଆକ୍ରମଣ କରି ସେମାନେ ଲୋକଙ୍କୁ ଦିନବେଳା ଲଣ୍ଠନ ଦେଖାଉଛନ୍ତି ବୋଲି କହିଥିଲେ । ସଭା ପ୍ରାରମ୍ଭରେ ବୀର ସୁରେନ୍ଦ୍ର ସାଏଙ୍କ ମାଟିକୁ କୋଟି ପ୍ରଣାମ ଜଣାଇଥିଲେ ଶ୍ରୀ ପାଣ୍ଡିଆନ । ଉପସ୍ଥିତ ଥିବା ଜନସମୁଦ୍ର ହିଁ ସ୍ପଷ୍ଟ କରୁଛି ପରିବର୍ତ୍ତନ ହୋଇଗଲାଣି ବୋଲି କହିଥିଲେ । ସେହିଭଳି ମା ଘଣ୍ଟେଶ୍ୱରୀ ମନ୍ଦିରର ଉନ୍ନତିକରଣ ପାଇଁ ୧୧ କୋଟି ଟଙ୍କା କିଏ ଦେଇଛନ୍ତି । ମହାନ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ସ୍ମୁତିପୀଠର ଉନ୍ନତିକରଣ ପାଇଁ ସାଢେ ଛଅ କୋଟି ଟଙ୍କା କିଏ ଦେଇଛନ୍ତି । କାଳିଆ ଯୋଜନା କିଏ କରିଛନ୍ତି । ଶାସନ ମୁଖ୍ୟ କେନାଲର ଉନ୍ନତିକରଣ ପାଇଁ ୬୧ କୋଟି ଟଙ୍କା କିଏ ଦେଇଛନ୍ତି । ମିଶନ ଶକ୍ତି କାର୍ଯ୍ୟକ୍ରମ କିଏ କରିଛନ୍ତି । ମମତା ଯୋଜନାରେ ୧୦ ହଜାର ଟଙ୍କା କିଏ ଦେଉଛନ୍ତି । ମଧୁବାବୁ ଯୋଜନାରେ ୧୦୦୦ ଟଙ୍କା କିଏ ଦେଛନ୍ତି । ରାସ୍ତଘାଟ, ମନ୍ଦିର ମସଜିଦ ର ଉନ୍ନତିକରଣ କିଏ କରିଛନ୍ତି । ରେଙ୍ଗାଲିକୁ ଏନଏସି କିଏ କରିଛନ୍ତି ବୋଲି ପଚାରିଥିଲେ । ମା ସମଲେଶ୍ୱରୀଙ୍କ ଆଶୀର୍ବାଦରେ, ମହାପ୍ରଭୁଙ୍କ ଆଶୀର୍ବାଦରେ ନବୀନ ପଟ୍ଟନାୟକ ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲାପରେ ବିଜୁଳୀ ବିଲ ଫ୍ରି କରିବେ । ବିଏସକେୱାଇ ଯୋଜନାରେ ସମସ୍ତଙ୍କୁ ଅର୍ନ୍ତଭୁକ୍ତ କରାଇବେ । ମିଶନ ଶକ୍ତି ମା ମାନଙ୍କୁ ପେନସନ ପ୍ରଦାନ କରିବାକୁ ଦସ୍ତଖତ କରିବେ ବୋଲି କହିଥିଲେ । ସେହିଭଳି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରି କହିଥିଲେ । ଏଠାରେ ଥିବା ଜଣେ କେନ୍ଦ୍ରମନ୍ତ୍ରୀ ଧମକ ଦେଇଛନ୍ତି ତାଙ୍କର ସରକାର ଆସିଲେ ମିଶନ ଶକ୍ତିକୁ ବନ୍ଦ କରିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳାମାନଙ୍କୁ ମିଶନ ଶକ୍ତି ମାଧ୍ୟମରେ ସ୍ୱାବଲମ୍ବୀ କରିଛନ୍ତି । ସେମାନଙ୍କୁ ଦୁବାଇ, ସିଙ୍ଗାପୁର ବୁଲିବା ପାଇଁ ପଠାଉଛନ୍ତି । ସିଆରପି ସିଏମ ମାନଙ୍କର ଦରମା ବୃଦ୍ଧି କରିଛନ୍ତି । ସେହିଭଳି ବିରୋଧୀଙ୍କ ସରକାର ହେଲେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ବନ୍ଦକରି ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବେ । କିନ୍ତୁ ଏହି ଯୋଜନାର ସତ୍ୟତା ହେଉଛି ଆୟୁଷ୍ମାନ ଯୋଜନାରେ ଓଡିଶାର ୫୦ ଲକ୍ଷ ଚିକିତ୍ସା ସେବା ପାଇବାରୁ ପରିବାର ବାଦ ପଡିବେ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମା ମାନଙ୍କ ପାଇଁ ୧୦ ଲକ୍ଷ ପର୍ଯ୍ୟନ୍ତ ଚିକିତ୍ସା ସହାୟତା ରହିଛି । କିନ୍ତୁ ଆୟୁଷ୍ମାନ ଭାରତରେ କିଛି ନାହିଁ । ଆୟୁଷ୍ମାନ ଭାରତ ଯୋଜନାରେ ସାରା ଭାରତରେ ବାର୍ଷିକ ୭ ହଜାର କୋଟି ଟଙ୍କାର ବ୍ୟୟ ଅଟକଳ ରଖିଛନ୍ତି କେନ୍ଦ୍ର ସରକାର । ଯେଉଁଥିରେ ଓଡିଶା ଭାଗରେ ବର୍ଷକୁ ୩୦୦ କୋଟି ଟଙ୍କା ପଡିବ । କିନ୍ତୁ ବିଏସକେୱାଇ ଯୋଜନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତି ମାସରେ ୩୦୦ କୋଟି ଖର୍ଚ୍ଚ କରୁଛନ୍ତି ବୋଲି କହିଥିଲେ । ଏବେ ଆପଣମାନେ ବିଚାର କରନ୍ତୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଦରକାର ନା ଆୟୁଷ୍ମାନ ଭାରତ ଯୋଜନା ଦରକାର ବୋଲି କହିଥିଲେ । ବିଜୁଳୀ ବିଲ ଛାଡ କରି ଓଡିଶାର ୯୦ ପ୍ରତିଶତ ପରିବାରକୁ ମାଗଣା ବିଜୁଳୀ ବିଲ ଯୋଗାଇବାକୁ ପ୍ରତିଶୃତି ଦେବାପରେ ବିଜେପି ବାଲାଙ୍କୁ କରେଣ୍ଟ ଲାଗିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନିଶାଣ କରି ଆହୁରି କହିଥିଲେ ଏଠାରୁ ଲୋକସଭା ପ୍ରାର୍ଥୀ ହୋଇଥିବା ବିଜେପି ଦଳର ନେତା ଢେଙ୍କାନାଳରେ ବୁଲିଲେ । କିନ୍ତୁ ଲୋକେ ଜାଣିଲେ ଯେ ଏହି ବ୍ୟକ୍ତିି କାମ କରିବେ ନାହିଁ କି କରେଇ ଦେବେ ନାହିଁ । ତେଣୁକରି ଢେଙ୍କାନାଳବାସୀ ତାଙ୍କୁ ଗ୍ରହଣ ନକରିବାରୁ ସମ୍ବଲପୁର ଚାଲିଆସିଛନ୍ତି । ଆପଣମାନେ ତାଙ୍କୁ ଚିହ୍ନିରଖନ୍ତୁ । ସେ ଏଠାରେ ମଧ୍ୟ କାମ କରିବେ ନାହିଁ କି କରେଇ ଦେବେ ନାହିଁ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଆପଣଙ୍କ ପାଖକୁ ଆସିଥିବା ପ୍ରଣବ ପ୍ରକାଶ ଆପଣଙ୍କ ସୁଃଖଦୁଃଖରେ ସବୁବେଳେ ଛିଡା ହେବେ । ତେଣୁକରି ଆପଣମାନେ ପ୍ରଣବ ପ୍ରକାଶ ଓ ଆପଣଙ୍କ ବିଧାୟକ ପ୍ରାର୍ଥୀ ସୁଦର୍ଶନ ହରିପାଲଙ୍କୁ ବିପୁଳ ପରିମାଣରେ ଭୋଟ ଦେଇ ଜୟଯୁକ୍ତ କରାନ୍ତୁ ବୋଲି ନିବେଦନ କରିଥିଲେ ।

Related Posts

About The Author

Add Comment