କୁକୁଡ଼ା ଲଢେଇ ଓ ଜୁଆ ଖେଳ ବିନା ରୋକ ଟୋକରେ ଚାଲୁଛି

Spread the love

ସୁନ୍ଦରଗଡ ତା:୧୮/୨/୨୦୨୪( ସନ୍ଧାନ ନ୍ୟୁଜ/ରାଜୁ ପଟେଲ) ବାଲିଶଙ୍କରା ବ୍ଲକ ତଲସରା ଥାନା ଅନ୍ତର୍ଗତ ବନଡେଗା ଗ୍ରାମ ପଂଚାୟତର ଆମଝରଣ ଓ ଝାରଖଣ୍ଡ ଜଙ୍ଗଲ ରେ ସପ୍ତାହ ରେ ତିନିଦିନ କୁକୁଡ଼ା ଲଢେଇ ଓ ଜୁଆ ଖେଳ ବିନା ରୋକ ଟୋକରେ ଚାଲୁଥିବା ଜଣା ପଡିଛି l ଅଞ୍ଚଳର ସ୍ଥାନୀୟ ପ୍ରସାସନ ହସ୍ତକ୍ଷେପ କରୁ ନ ଥିବା ବୁଦ୍ଧିଜୀବୀ ମହଲରେ ଚିନ୍ତା ବଢାଇବାରେ ଲାଗିଛି l ଏହି ଜୁଆ ଖେଳାଉଥିବା ଅସାଧାରଣ ବ୍ୟକ୍ତି ମାନଙ୍କୁ ଯେତେ ମନା କଲେ ମଧ୍ୟ ସେମାନେ ଜୁଆ ଖେଳାଇବାକୁ ଛାଡୁ ନ ଥିବା ଅଂଚଳରେ ଚିନ୍ତା ବଢାଇବାରେ ଲାବିଛି l ଏ ନେଇ ଜନ ସାଧାରଣ ମହଲ ରେ ଅଶାନ୍ତି ବାତାବରଣ ସୃଷ୍ଟି ହେବା ସହିତ ଆଗାମୀ ଯୁବ ପିଢ଼ିଙ୍କ ପାଇଁ ଖରାପ ବାତାବରଣ ସୃଷ୍ଟି କରିବା କାରଣରରୁ ପରିବେଶ ଦୁଷିତ ହେଉଥିବା ଜନମହଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଆଗାମୀ ଦିନରେ ସ୍ଥାନୀୟ ପ୍ରସାସନ ତଥା ଜିଲ୍ଲା ପ୍ରଶାସନ ଦୃଷ୍ଟି ନ ଦେଲେ ଆଗାମୀ ଯୁବପିଢି ଜୀବନ ଅନ୍ଧାରମୂହକୁ ପଥଭ୍ରାନ୍ତ ହେବାର ଆଶଙ୍କା ରହିଥିବା ଭବିଷ୍ୟତ ଅନ୍ଧକାର ହୋଇଯିବ।

Related Posts

About The Author

Add Comment