କୁଇ ଭାଷା ସାହିତ୍ୟ ଆସର ଓ ଆଲୋଚନା ଚକ୍ର

Spread the love

ବାଲିଗୁଡା,26/12.(ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା କ.ନୂଆଗାଁ ବ୍ଲକ ଅନ୍ତର୍ଗତ ମହାସିଙ୍ଗିଠାରେ କୁଇ ଭାଷା ସାହିତ୍ୟ ସମିତି ଓ କୁଇ ସମାଜ ଯୁବ ପରିଷଦ ଆନୂକୁଲ୍ୟରେ ଏକ କୁଇ ସାହିତ୍ୟ ଆସର ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। କୁଇ ଭାଷାର ଗବେଷକ ପ୍ରଦୀପ କହଁରଙ୍କ ପୌରୋହିତ୍ୟ ରେ ଆୟୋଜିତ ଏହି ଆସରରେ ୩ ଶହରୁ ଅଧିକ କୁଇ ସାହିତ୍ୟ ପ୍ରେମୀ ଓ ଶ୍ରୋତା ଯୋଗ ଦେଇଥିଲେ। କୁଇ ଭାଷା ସାହିତ୍ୟ ଓ ସମିତିର ସାଧାରଣ ସଂପାଦକ ଡାଃ ନୀରଦ ଚନ୍ଦ୍ର କହଁରଙ୍କ ପରିଚାଳନାରେ ଅୟୋଜିତ କାର୍ଯ୍ୟକ୍ରମରେ ସାହିତ୍ୟ ସମିତିର ସଭାପତି ଦିନବନ୍ଧୁ କହଁର, ସଂପାଦକ ଗଣପତି ମଲିକ, ଉପସଭାପତି ଭୀମସେନ ପ୍ରଧାନ, ଏସିଆ କହଁର, ରିତା ଜାନୀ ପ୍ରମୁଖ ଉପସ୍ଥିତ ରହି କୁଇ ସାହିତ୍ୟ ଉପରେ ଆଲୋଚାନ କରିଥିଲେ। ଏ ଅବସରରେ ୬୦ରୁ ଅଧିକ କବି ସ୍ୱରଚିତ କୁଇ କବିତା ପାଠ କରିଥିଲେ। ଡଃ ନୀରଦ କହଁର କୁଇ ଯୁବ ସମାଜ ଉପରେ ଆଲୋଚନା କରି ଏହାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ପରିଷଦର ସଂଯୋଜକ ଦେବାଶୀଷ କହଁର ଯୁବ ସମାଜକୁ କିପରି ସୁଦୃଢ କରାଯାଇ ପାରିବ ଏବଂ ସେମାନଙ୍କ ମଧ୍ୟରେ ଏକତା ସ୍ଥାପନ କରାଯାଇ ପାରିବ ସେ ନେଇ ବିସ୍ତୃତ ଭାବେ ଆଲୋଚନା କରିଥିଲେ। କନ୍ଧମାନଙ୍କ ବିକାଶ ପାଇଁ ଏହି ସଂଗଠନର ଗୁରୁତ୍ୱ ଉପରେ ସେ ଜୋର ଦେଇ ସମସ୍ତଙ୍କୁ ଏକଜୁଟ ହେବା ପାଇଁ ପରାମର୍ଶ ଦେଇଥିଲେ। ଏ ଅବସରରେ ଯୁବ ପରିଷଦର ବିଭିନ୍ନ ବ୍ଲକ ସଂଯୋଜକ ଚୟନ କରାଯାଇଥିଲା। ଶେଷରେ ଦେବାଶୀଷ କହଁର ଧନ୍ୟବାଦ ଅର୍ପଣ କରିଥିଲେ।

Related Posts

About The Author

Add Comment