ଯାଜପୁର, ୨୦/୦୯/୨୦୨୧ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲାରେ ଚୋରାରେ ଗୋରୁଚାଲାଣ ବଢ଼ୁଥିବା ବେଳେ, ଏବେ ଜାତୀୟ ରାଜପଥରେ ଗୋମାଂସ କଣ୍ଟେନର ଭିତରେ ବୋଝେଇ ହୋଇ ଚୋରା ଚାଲାଣ କରାଯାଉଥିବା ବେଳେ, ପୋଲିସ ଆଖିରେ ଧୂଳି ଦେଇ ଜାତୀୟ ରାଜପଥରେ ଗୋମାଂସ ବୋଝେଇ କରି କଣ୍ଟେନର ଭିତରେ ୭ ଟନରୁ ଉର୍ଦ୍ଧ ହେବା ଏହି ଗୋମାଂସ ଚାଲାଣ ହେଉଥିବା ଦେଖିବାକୁ ମିଳିଥିଲା । ଘଟଣାରୁ ପ୍ରକାଶ ଯେ, କୁଆଖିଆ ଥାନା ଅନ୍ତର୍ଗତ ବିଲିପଡ଼ା ନିକଟରେ ୭ଟନରୁ ଉର୍ଦ୍ଧ ହେବା ଗୋମାଂସ ବୋଝେଇ ହୋଇ ଜାତୀୟ ରାଜପଥ ନଂ ୧୬ରେ ଗୋମାଂସ ଚାଲାଣ ହେଉଥିବା ବେଳେ, ଗାଡ଼ି ନଂ- ଡିଏଲଜେସି୪୩୦୨ ଏହି ଗାଡ଼ିକୁ କୁଆଖିଆ ପୋଲିସ ଜବତ କରିଚି । ଏହା ପଶ୍ମିମବଙ୍ଗକୁ ଚାଲାଣ କରାଯାଉଥିବା ସନେ୍ଧହ କରାଯାଉଚି । ଯାହାକି କଣ୍ଟେନର ଡ୍ରାଇଭର ପଶ୍ଚିମବଙ୍ଗ ବାଦୁରିଆ ଥାନା ଅନ୍ତର୍ଗତ ପିପିଳା ଅଞ୍ଚଳର ବାପି ମଣ୍ଡଳ(୩୩) ହେଲପର ଜାଭେଦ ମଣ୍ଡଳକୁ କୁଆଖିଆ ପୋଲିସ ଗିରଫ କରିଚି । ଏଠାରେ ସୂଚନା ଯୋଗ୍ୟ ଯେ, ଏକ ଶୀତତାପ ନିୟନ୍ତ୍ରିତ କଣ୍ଟେନରରୁ ରକ୍ତ ବୋହୁଥିବାର ଦେଖି ସ୍ଥାନୀୟ ଗ୍ରାମବାସୀ କେଦାର ଦେଓ, ଜିତେନ୍ଦ୍ର ମହାନ୍ତି ଏବଂ ସତ୍ୟବ୍ରତ ରାୟ କୁଆଖିଆ ପୋଲିସକୁ ଏସମ୍ପର୍କରେ ଜଣାଇଥିଲେ । ଏଥରେ ମାଂସ ବୋଝେଇ ହୋଇଥିବା ସନେ୍ଧହ କରାଯାଇ ପୋଲିସକୁ ଜଣାଇବା ପରେ କୁଆଖିଆ ଥାନାର ଏସ୍ଆଇ ପ୍ରଶାନ୍ତ ଦାସଙ୍କ ନେତୃତ୍ୱରେ ଏକ ପୋଲିସ ଟିମ ପହଁଞ୍ଚô କଣ୍ଟେନର ଗାଡ଼ିକୁ ଜବତ କରିଥିଲେ । ଗାଡ଼ି ଡୋର ଖୋଲିଲା ବେଳେକୁ ଏହି ଗାଡ଼ି ମଧ୍ୟରେ ୭ଟନରୁ ଉର୍ଦ୍ଧ ହେବା ଗୋମାଂସ ରଖାଯାଇଥିବା ଦେଖିବାକୁ ମିଳିଥିଲା । ଡ୍ରାଇଭର ହେଲପରକୁ ପୋଲିସ ଥାନାକୁ ଆଣି ପଚରା ଉଚରା କରୁଥିବା ବେଳେ, ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଏସଆଇ ଶ୍ରୀ ଦାସ ଗଣମାଧ୍ୟମକୁ ସୂଚନା ଦେଇଥିଲେ । ସୂଚନା ଅନୁସାରେ ଏହି କଣ୍ଟେନରରେ ସମ୍ବଲପୁରରୁ ମାଂସ ଧରି କୋଲକାତା ଯାଉଥିବା ସମୟରେ କୌଣସି କାରଣ ବସତ ଗାଡ଼ିଟି ଦବି ଯିବାରୁ ଏହି ବ୍ଲକ ଅନ୍ତର୍ଗତ ଭୋଟକା ପଂଚାୟତ ବିଲିପଡ଼ା ଗ୍ରାମର ଲୋକମାନେ ଚାଷଜମିକୁ ଯାଇଥିବା ବେଳେ, ଏହାକୁ ଦେଖିବାକୁ ପାଇଥିଲେ । ଖବର ପାଇ ବଜରଙ୍ଗୀ ଦଳର କର୍ମକର୍ତ୍ତାମାନେ ଘଟଣା ସ୍ଥଳରେ କୁଆଖିଆ ଥାନାରେ ଏତଲା କରିବା ପରେ ଏଠାରେ ଉତ୍ତେଜନା ଦେଖାଯାଇଥିଲା । କୁଆଖିଆ ଥାନା ପୋଲିସ ମାଂସ ବୋଝେଇ ଗାଡ଼ିକୁ ଥାନାକୁ ନେଇଥିବା ବେଳେ, ପ୍ରବଳ ଜନସମାଗମ ଥାନା ପରିଶରରେ ଭିଡ଼ ଦେଖାଯାଇଥିଲା । ଘଟଣା ସ୍ଥଳରେ ଜିଲ୍ଲା ଡିଏସପି ସଂଗ୍ରାମ କେଶରୀ ଟୁଡୁ, ପାଣିକୋଇଲି ଥାନା ଅଧିକାରୀ ସୁସିଲ ନାୟ, ରସୁଲପୁର ତହସିଲଦାର ଜ୍ୟୋତିଭୁଷଣ ଭୁଜବଳ, ରାଜସ୍ୱନିରୀକ୍ଷକ ଦୁର୍ଯେ୍ୟାଧନ ସଡ଼ଙ୍ଗୀ କୁଆଖିଆ ଥାନାରେ ପହଁଞ୍ଚôଥିଲେ । ତହସିଲଦାରଙ୍କ ଉପସ୍ଥିତିରେ ଏହି ଗାଡ଼ି ଖୋଲାଯାଇଥିଲା । ଏହି ମାଂସକୁ ପରୀକ୍ଷା ପାଇଁ ଫରେନସିକ ଲ୍ୟାବକୁ ପଠାଯାଇଚି । ମାଂସ ଗୁଡ଼ିକୁ ପୋତିବା ପାଇଁ ପୋଲିସ ପକ୍ଷରୁ ମାଜିଷ୍ଟ୍ରେଟଙ୍କ ଅନୁମତି ନିଆଯାଇଥିବା ବେଳେ, ଏହି ଘଟଣାକୁ ନେଇ ଏକ ମାମଲା କରାଯାଇଥିବା ବେଳେ, କେସନଂ- ୩୧୩/୨୧ରେ ମମଲା ରୁଜୁ ହୋଇଚି । ବଜରଙ୍ଗ ଦଳ ପକ୍ଷରୁ ଗୋମାଂସ ସବୁ ରୋକାଯିବା ପାଇଁ ଜିଲ୍ଲା ପ୍ରଶାସନ ନେବାଲାଗି ସତର୍କ କରାଇ ଦେଇଥିବା ବେଳେ, ପ୍ରଶାସନ ଏହା ଉପରେ ପଦକ୍ଷେପ ନନେଲେ ବଜରଙ୍ଗୀ ଦଳ ବିଶ୍ୱ ହିନ୍ଦୁ ପରିଷଦ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବତନୀ ଦେଇଛନ୍ତି ।
କୁଆଖିଆରେ ଗୋମାଂସ ବୋଝେଇ କଣ୍ଟେନର ଜବତ ୨ ଆସାମୀ ଗିରଫ
|
September 20, 2021 |



