କୁଆଖିଆଠାରେ ଭାଜପା ରାଜ୍ୟ ସଂପାଦକଙ୍କୁ ବିପୁଳ ସମ୍ବର୍ଦ୍ଧନା

Spread the love

ରସୁଲପୁର,୧୦/୪ (ସନ୍ଧାନ ନିୟୁଜ) ରସୁଲପୁର ବ୍ଲକ ଅନ୍ତର୍ଗତ କୁଆଖିଆ ବଜାରଠାରେ ଭାଜପା ରାଜ୍ୟ ସଂପାଦକ ସୁରେନ୍ଦ୍ର ପଣ୍ଡାଙ୍କୁ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଧର୍ମଶାଳା ନିର୍ବାଚନ ମଣ୍ଡଳିର ବରିଷ୍ଠ ନେତା ଶ୍ରୀ ପଣ୍ଡାଙ୍କୁ ଦଳୀୟ ଟିକେଟ ନମିଳିବା ପରେ ସମର୍ଥକମାନଙ୍କ ମନରେ ନୈରାଶ୍ୟଭାବ ଦେଖାଦେଇ ଥିଲା । ଦଳୀୟ ନିଷ୍ପତିକୁ ବିରୋଧ କରି କିଛି କର୍ମୀ ରାଜରାସ୍ତାକୁ ଓହ୍ଲାଇଥିଲେ । ଦଳ ଛାଡିବାକୁ ଧମକ ବି ଦେଇଥିଲେ । ଦଳୀୟ ଶୃଙ୍ଖଳାକୁ ବଜାଇ ରଖିବା ସହ ଧର୍ମଶାଳା ନିର୍ବାଚନ ମଣ୍ଡଳିରେ ସଂଗଠନକୁ ସଦୁଳ କରିବା ପାଇଁ ସୁରଙ୍କୁ ଦଳରରେ ଥଇଥାନର ବ୍ୟବସ୍ଥା କରାଯାଇଛି । ତାଙ୍କୁ ରାଜ୍ୟ ସଂପାଦକ ଭାବରେ ଦାଇତ୍ୱ ମିଳିବା ପରେ ସୁରଙ୍କ ସମର୍ଥକଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି । ଏହି ଅବସରରେ ଆଜି ଶ୍ରୀ ପଣ୍ଡା ଭୂବନେଶ୍ୱରରୁ ଆସି କୁଆଖିଆ ବଜାରରେ ପହଁଚି ଥିଲେ । ତାଙ୍କୁ ସମର୍ଥକମାନଙ୍କ ପକ୍ଷରୁ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଅପେକ୍ଷାରତ ସମର୍ଥକମାନେ ୧୬ ନଂ ଜାତୀୟ ରାଜପଥ ପାଶ୍ୱର୍ରୁ ଏକ ବାଇକ ଶୋଭାଯାତ୍ରାରେ ବାହାରି ବଜାର ପରିକ୍ରମା କରିବା ସହ ମଧୁବନ ରୋଡ ସ୍ଥିତ ଦଳୀୟ କାର୍ଯ୍ୟାଳୟଠାରେ ପହଁଚିଥିଲେ । ଏଥିରେ ଭାଜପା ନେତା ଦିଲୀପ ରାଉତ, ସତ୍ୟରଂଜନ ସାହୁ, ରାମଚନ୍ଦ୍ର ପାଣିଗ୍ରାହୀ, ଦେବେନ୍ଦ୍ର ନାଥ, ପ୍ରଶାନ୍ତ ସ୍ୱାଇଁ, ନେତ୍ରାନନ୍ଦ ପାତ୍ର, ନବଘନ ମଲିକ, ଘନଶ୍ୟାମ ବାରିକ, ସୁଦାମ ଜେନା, ପ୍ରାକ୍ତନ ଜିଲାପରିଷଦ ସଭ୍ୟ ଅଜୟ ମଲିକ, ଦେବାଶିଷ ଶତପଥି, ଅକ୍ଷୟ ମିଶ୍ର, ଗଙ୍ଗାଧର ସାହୁ, ଦିବ୍ୟକାନ୍ତ ନାୟକ, ଲକ୍ଷ୍ମୀଧର ପତି, ଚୈତନ୍ୟ ନାୟକ, ବ୍ରହ୍ମାନନବ୍ଦ ପଣ୍ଡା, କାଳନ୍ଦି ପଣ୍ଡା, ଗଣେଶ୍ୱର ପୁରି, ବିପିିନ ରାଉତ, ଶ୍ରୀଧର ରାଉତ, ଟୁକୁନା ରାଉତ, ରବିନ୍ଦ୍ର ପଣ୍ଡାଙ୍କ ସମେତ ହଜାରରୁ ଉର୍ଦ୍ଧ କର୍ମୀ ଶୋଭାଯାତ୍ରା ସାମିଲ ହୋଇ ଶ୍ରୀ ପଣ୍ଡାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଏ ସଂପର୍କରେ ସଂପାଦକ ପଣ୍ଡାଙ୍କୁ ପଚାରିବାରୁ ସେ ଦଳର ଜଣେ ଶୃଙ୍ଖଳିତ କର୍ମୀ, ଦଳର ସଂଗଠନ ପାଇଁ କାର୍ଯ୍ୟକରିବେ । ରାଜ୍ୟ ଓ କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାର ଗଠନ କରିବା ଦିଗରେ ତାଙ୍କ କାର୍ଯ୍ୟ ସେ ନିର୍ବାଚନ ମଣ୍ଡଳିରୁ ଆରମ୍ଭ କରିବେ ବୋଲି ମତ ରଖିଛନ୍ତି ।

Related Posts

About The Author

Add Comment