କିଷାନ ସଭା ପକ୍ଷରୁ ପଗଡି ସମ୍ଭାଳ ଦିବସ ପାଳନ

Spread the love

ବୁଗୁଡା,୨୩/୦୨/୨୦୨୧ (ସନ୍ଧାନ ନିଉଜ) : କୃଷି ଓ କୃଷକ ଧ୍ୱଂସକାରୀ କଳା କୃଷି ଆଇନ ଓ ବିଦ୍ୟୁତ ଆଇନ ୨୦୨୦ କୁ ବାତିଲ କରିବା ଦାବି ସହ ଚାଚା ଅଜିତ ସିଂ ଓ ସ୍ୱାମୀ ସହଜାନନ୍ଦ ସରସ୍ୱତୀଙ୍କ ସୃତି ପାଇଁ ଫେବୃୟାରୀ ୨୩ ତାରିଖ ଦିନ ସଂଯୁକ୍ତ କିଷାନ ମୋର୍ଚ୍ଚା ଓ ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି ଆହ୍ୱାନ କ୍ରମେ ଓଡ଼ିଶା କୃଷକ ସଭା ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ବୁଗୁଡ଼ାରେ “ପଗଡ଼ି ସମ୍ଭାଳ ଦିବସ” ପାଳନ କରିବା ସହ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟ ବୁଗୁଡା ତହସିଲଦାରଙ୍କ ଜରୀଆରେ ଦାବିପତ୍ର ପ୍ରଦାନ କରାଯାଇଛି। ଓଡିଶା କୃଷକ ସଭା, ରାଜ୍ୟ ଉପସଭାପତି ପି.ହରିକୃଷ୍ଣ ରେଡ୍ଡୀଙ୍କ ନେତୃତ୍ୱରେ ବୁଗୁଡା ବ୍ଲକ କର୍ମକର୍ତ୍ତା ସୁରେନ୍ଦ୍ର ନାୟକ, କାଳୁଚରଣ ଜାନୀ, ବିଦ୍ୟାଧର ଜାନୀ, ବୁଦ୍ଧିଆ ଜାନୀ, ରଙ୍କନିଧି ନାୟକ ପ୍ରମୁଖଙ୍କ ସମେତ ବହୁ ଆଦିବାସୀ ଓ କୃଷକ ଏକ ଶୋଭାଯାତ୍ରାରେ ଯାଇ ବୁଗୁଡା ତହସିଲ ଅଫିସରେ ଦାବିପତ୍ର ପ୍ରଦାନ କରିଥିଲେ। ଆନ୍ଦୋଳନରେ ମୃତ୍ୟୁ ବରଣ କରିଥିବା ଅନ୍ନଦାତାଙ୍କୁ କ୍ଷତିପୂରଣ ପ୍ରଦାନ କରିବା, ଅନ୍ନଦାତାଙ୍କ ଉପରୁ ମିଥ୍ୟା ମକଦ୍ଦମା ପ୍ରତ୍ୟାହାର କରିବା, ଆଦିବାସୀଙ୍କୁ ଜଙ୍ଗଲ ଜମି ଅଧିକାର ଦେବା ପ୍ରଭୃତି ଦାବିନେଇ ଜିଲ୍ଲାପାଳ ଙ୍କ ଉଦ୍ଦେଶ୍ୟରେ ପ୍ରେରଣ କରାଯାଇଥିଲା। ଏଥିସହ ଆଞ୍ଚଳିକ ସମସ୍ୟା ଧାନମଣ୍ଡିରେ ହେଉଥିବା ଅସୁବିଧା ନେଇ ମଧ୍ୟ ସ୍ଵତନ୍ତ୍ର ଦାବି କରାଯାଇଛି। ୫୦ ପ୍ରତିଶତ ଚାଷୀ ଟୋକେନ୍ ପାଇଥିବା ବେଳେ ସମବାୟ ସମିତି କିଣିବାକୁ ପ୍ରସ୍ତୁତ ଥିଲେ ମଧ୍ୟ ମିଲମାଲିକମାନେ ଧାନ ନେଉନଥିବା ଯୋଗୁଁ ଚାଷୀମାନେ ବହୁ ଅସୁବିଧାରେ ରାତ୍ର ଅନିଦ୍ରା ରହି ଧାନ ବସ୍ତାକୁ ଜଗି ରହିବାକୁ ପଡୁଛି। ତୁରନ୍ତ ମିଲରମାନଙ୍କ ମାନମୁଖୀ କାର୍ଯ୍ୟକୁ ତାଗିତ କରି ତୁରନ୍ତ ସମସ୍ତ ଚାଷୀଙ୍କ ଠାରୁ ଧାନ କ୍ରୟକରିବାକୁ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି।

Related Posts

About The Author

Add Comment