କିଶୋର କୁମାରଙ୍କୁ ମନେପକାଇଲା ସୁହାନା ସମା

Spread the love

ରାଉରକେଲା,୮/୮ (ସନ୍ଧାନ ନିୟୁଜ/ସୁବୋଧ ନାୟକ) : ହିନ୍ଦୀ ସଙ୍ଗୀତ ଜଗତର ଯାଦୁଗର ଗାୟକ କିଶୋର କୁମାରଙ୍କ ୯୦ତମ ଜୟନ୍ତୀ ଅବସରରେ ସୁହାନା ସମା ଅର୍କେଷ୍ଟ୍ରା ଗ୍ରୁପ୍ ତରଫରୁ ସ୍ଥାନୀୟ ରାଉରକେଲା କ୍ଲବ୍ ଠାରେ ଏକ ମୁ୍ୟଜିକ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଆର୍ଏସ୍ପି ଏମ୍ଏମ୍ ବିଭାଗ ଇଡି ଦିଲ୍ଲୀପ କୁମାର ମହାପାତ୍ର ମୁଖ୍ୟ ଅତିଥି, ଆର୍ଏସ୍ପି ଅଫିସର ଆସୋସିଏସନ ସଭାପତି ବିମଳ ବିଶି ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ । ଅନ୍ୟତମ ଅତିଥି ଭାବେ ସମାଜସେବୀ କମଳ ଅଗ୍ରୱାଲ, ପଦ୍ମିନୀ ପାଣିଗ୍ରାହୀ, ଚନ୍ଦ୍ରଶେଖର ଶତପଥୀ, ଅଜିତ ମୋହନ ପୁଜାରୀ, କଳ୍ପନା ଶତପଥୀ, ରାମ ନାୟକ, ଓ ମିନତୀ ପଣ୍ଡା, ଅସୀମ ପଣ୍ଡା ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି କିଶୋର କୁମାରଙ୍କ ସଙ୍ଗୀତ ଜୀବନୀ ଓ ସମ୍ମାନିତ ଅତିଥି କିଶୋରଙ୍କ ଅନେକ ଅଭୁଲା କଥାକୁ ଉଲ୍ଲେଖ କରିବା ସହ କିଶୋର ଦା ସଙ୍ଗୀତ ପାଇଁ ସବୁଦିନ ଆମ ହୃଦୟରେ ରହିବେ ବୋଲି କହିଥିଲେ । ଅର୍କେଷ୍ଟ୍ରା ଗ୍ରୁପ୍ ମୁଖ୍ୟ ସ୍ନେହଲତା ପାତ୍ର ଓରମ ଲତା ଓ ମୁଖ୍ୟ ସଂଯୋଜକ ରଞ୍ଜିତ ପଟ୍ଟନାୟକ ଓ ଉପଦେଷ୍ଟା ରଜତ ସାହୁ ପ୍ରମୁଖ କିଶୋର କୁମାରଙ୍କ ସଙ୍ଗୀତ ଗାନ କରି ଉପସ୍ଥିତ ଶ୍ରୋତାଙ୍କୁ ମୁଗ୍ଧ କରିଥିଲେ । ଅନ୍ୟ ଗାୟକ ଗାୟିକାଙ୍କ ମଧ୍ୟରେ ଅଜିତ ପୂଝାରୀ, ସୁଧାଂଶୁ ଶେଖର ପ୍ରଧାନ, ଶୁଭଶ୍ରୀ ଭୋଇ, ମହମ୍ମଦ କରିମ, ନଦୀମ, ଫିରୋଜ ଖାନ, ମୁରାଦ, ସ୍ମୃତିରଞ୍ଜନ, ନରେନ୍ଦ୍ର ଦାସ, ଗ୍ୟାସଉଦ୍ଦିନ, ବିଜୟ ବାଗ ପ୍ରମୁଖ କିଶୋରଙ୍କ ଗୀତକୁ ଗାଇ ପରିବେଶକୁ ସଙ୍ଗୀତ ମୟ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ମହାପାତ୍ର ସମସ୍ତ ଗାୟକ ଗାୟିକାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ଅତିଥି ଦ୍ୱୟଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ସଂଯୋଜକ ଶ୍ରୀ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ ।

Related Posts

About The Author

Add Comment