କିଶନନଗର ସ୍ବାସ୍ଥ୍ୟକେନ୍ଦ୍ର ସମସ୍ୟାର ସମାଧାନ ନେଇ ଅତିରିକ୍ତ ସ୍ବାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ଯୁବ ସମାଜସେବୀ ଇଂ. ପ୍ରକାଶ ଚନ୍ଦ୍ର ସେଠୀ ।

Spread the love
କଟକ, ୧୮/୧୧/୨୦୨୧ (ସନ୍ଧାନ ନିଉଜ) – କଟକ ସଦରର ସାମାଜିକ ସଙ୍ଗଠନ  ଉତ୍କଳ ବିକାଶ ପରିଷଦ ପକ୍ଷରୁ ଉପଯୁକ୍ତ ସ୍ବାସ୍ଥ୍ୟସେବା ଯଥା କିଶନନଗର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ଗୋଷ୍ଟୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପରିଣତ,ଆବଶ୍ୟକ ଅନୁଯାୟୀ ଡାକ୍ଟର,ସ୍ବାସ୍ଥ୍ୟକର୍ମୀ ନିଯୁକ୍ତି, ଶଯ୍ୟା ସଂଖ୍ୟା ବୃଦ୍ଧି, ଉନ୍ନତ ମାନର ଯନ୍ତ୍ରପାତି ଉପଲବ୍ଧ କରାଯିବ ଏବଂ ୨୪ ଘଣ୍ଟିଆ ସ୍ବାସ୍ଥ୍ୟ ସେବା ପ୍ରଦାନ ଆଦି ସମସ୍ୟା ନେଇ ଏକ ଦାବିପତ୍ର ଅତିରିକ୍ତ ସ୍ବାସ୍ଥ୍ୟ ସଚିବଙ୍କୁ ସଭାପତି ଯୁବ ସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀ ଚିଠି ମାଧ୍ୟମରେ ଅବଗତ କରାଇବା ସହ ସମାଧାନ ପାଇଁ ନିବେଦନ କରିଛନ୍ତି । ସୂଚନା ଥାଉକି ୧୯୪୭ ମସିହାରେ ସାଧାରଣ ଲୋକଙ୍କ ସ୍ବାସ୍ଥ୍ୟସେବା ପାଇଁ କିଶୋନନଗର ତହସିଲ ମୁଖ୍ୟ କାର୍ଯ୍ୟାଳୟରେ ପ୍ରଥମ ରାଜବନ୍ଦି ସ୍ବାଧୀନତା ସଂଗ୍ରାମୀ ତଥା ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାଜକୃଷ୍ଣ ବୋଷଙ୍କ ଉଦ୍ୟମରେ ଏକ ସ୍ବାସ୍ଥ୍ୟକେନ୍ଦ୍ର ଖୋଲା ଯାଇଥିଲା ।  ଆଜିକୁ ୭୫ ବର୍ଷ ବିତିଯାଇଥିଲେ ମଧ୍ୟ ଜନସାଧାରଣ ଟିକେ ହେଲେବି ସାଧାରଣ ସୁବିଧା ପାଇ ପାରି ନାହାନ୍ତି । ରାଜ୍ୟ ସରକାରଙ୍କ ଇଛା ଓ ଆନ୍ତରିକତା ଅଭାବରୁ ଦିନକୁଦିନ ଏଠରେ ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇ ପଡ଼ିଛି । ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ କଟକ ସଦରର ୯ଟି ପଞ୍ଚାୟତ,ସାଲେପୁର ବ୍ଲକର ୪ ଟି ପଞ୍ଚାୟତ, ନିଶ୍ଚିନ୍ତକୋଇଲି ବ୍ଲକର ୫ ଟି ପଞ୍ଚାୟତ ଓ ବିରିଡ଼ି ବ୍ଲକର ଗୋଟିଏ ପଞ୍ଚାୟତର ଲକ୍ଷଲକ୍ଷ ଲୋକ ସମ୍ପୂର୍ଣ ଭାବରେ ନିର୍ଭର କରିଥାନ୍ତି । ସ୍ବାସ୍ଥ୍ୟକେନ୍ଦ୍ରଟି ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବାରୁ ଲୋକମାନେ ସମାଧାନ ପାଇଁ ସରକାର ଓ ପ୍ରଶାସନ ପାଖରେ ଅନେକବାର ଆନ୍ଦୋଳନ ଦାବିପତ୍ର ଓ ଅନଶନ କରିବାପରେ ମଧ୍ୟ କିଛି ଫଳ ମିଳିପାରି ନାହିଁ । ଯଦି ସମସ୍ୟାର ସମାଧାନ ଦିଗରେ କିଛି ପଦକ୍ଷେପ ନିଆ ନଜାଏ  ତେବେ ଉତ୍କଳ ବିକାଶ ପରିଷଦ ରାଜ ରାସ୍ତାକୁ ଆନ୍ଦୋଳନ ପାଇଁ ଓହ୍ଲାଇବାକୁ ନିଷ୍ପତି ନେଇଛି ।

Related Posts

About The Author

Add Comment