ରାଉରକେଲା, ମୁମ୍ବାଇ ୨୩/୦୪ (ସନ୍ଧାନ ନିଉଜ) : ଲକଡାଉନ ସମୟରେ ରାଉରକେଲା ଅଞ୍ଚଳରେ ବସବାସ କରୁଥିବା କିନ୍ନରମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିଲେ । ସେମାନଙ୍କ ଆୟ ବନ୍ଦ ହୋଇ ଯାଇଥିବାରୁ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଗୁରୁବାର ପ୍ରଥମ ଥର ରାଉରକେଲା ମହାନଗର ନିଗମ ତରଫରୁ କିନ୍ନରମାନଙ୍କୁ ଖାଦ୍ୟ ସାମଗ୍ରୀ ପ୍ରଦାନ କରାଯାଇଛି । ବାସନ୍ତୀ କଲୋନୀ, ଗୋପବନ୍ଧୁପାଲ୍ଲୀ , ବନ୍ଧମୁଣ୍ଡା ଅଞ୍ଚଳରେ ରହୁଥିବା କିନ୍ନରମାନଙ୍କୁ ଗୁରୁବାର ଚାଉଳ,ଡାଲି, ଆଳୁ ସହିତ ଅନ୍ୟ ସାମଗ୍ରୀ ପ୍ରଦାନ କରାଯାଇଛି ।
କିନ୍ନରଙ୍କୁ ଖାଦ୍ୟ ସାମଗ୍ରୀ ବାଣ୍ଟିଲା ଆରଏମସି
|
April 23, 2020 |
