ବଡ଼ଚଣା , ୨୭/୧୦(ସନ୍ଧାନ ନିୟୁଜ) ରାଜ୍ୟ ସରକାର ଯୁବକ ମାନଙ୍କୁ ସ୍ୱେଛାସେବୀ ଭାବେ କାର୍ଯ୍ୟ କରିବା ପାଇଁ ଉସôାହିତ କରିବା ଉଦେ୍ଦଶ୍ୟରେ ଯୁବବାହିନୀ ଗଠନ କରିଅଛନ୍ତି । ବିଭିନ୍ନ ବ୍ଳକରେ ଯୁବ ବାହିନୀ ସଭ୍ୟ ସଂଗ୍ରହ କରିବା ପାଇଁ ସରକାରୀ ନିତି ନିୟମ ଅନୁ୍ୟାୟୀ ଆବେଦନ କରିଥିବା ସଂଯୋଜକ ପଦବୀ ପୂରଣ କରା ଯାଇଥାଏ । ବ୍ଳକ ମୁଖ୍ୟାଳୟରେ ଏବଂ ବିଭିନ୍ନ ପଂଚାୟତ କାର୍ଯ୍ୟାଳୟରେ ନୋଟିସ ଲଗାଯିବା ସହ ପଂଚାୟତ ସ୍ତରରୁ ଏଥି ନିମନ୍ତେ ଦରଖାସ୍ତ ଆହ୍ୱାନ କରାଯାଇଥାଏ । ନିଯୁକ୍ତିପ୍ରାପ୍ତ ବ୍ଳକର ସଂଯୋଜକ ଏହିସବୁ କାର୍ଯ୍ୟ ନିର୍ବାହ କରିବା ପାଇଁ ତାଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କରାଯାଇଥାଏ । ବଡଚଣା ବ୍ଳକରେ ଏହାର ତୀବ୍ର ବ୍ୟତିକ୍ରମ ଦେଖିବାକୁ ମିଳୁଛି । ବିଭିନ୍ନ ପଂଚାୟତରୁ ଆବେଦନ କରିଥିବା ବହୁ ଯୋଗ୍ୟ ଏବଂ ସ୍ୱେଛାସେବୀ ମୁଳକ କାର୍ଯ୍ୟରେ ଦୀର୍ଘଦିନ ଧରି କାର୍ଯ୍ୟ କରିଥିବା ପାର୍ଥୀ ମାନେ ଏଥିରୁ ବଂଚିତ ହୋଇଥିବା ନଜିର ରହିଛି । ବ୍ଳକରେ ନିଯୁକ୍ତି ପାଇଥିବା ସଂଯୋଜକ କାର୍ଯ୍ୟକୁ କେତେକ ବ୍ୟକ୍ତି ନିଜ ଇଛା ଅନୁସାରେ ବ୍ଖ କାର୍ଯ୍ୟାଳୟରେ ଫର୍ମ ଭରି ପଂଚାୟତ ସ୍ତରୀୟ ଯୁବ ବାହିନୀ ତାଲିକା ପ୍ରସ୍ତୁତ କରିଛନ୍ତି । ବ୍ଳକର ସଂଯୋଜକ ଭାବେ ଡଲି ବିଶ୍ୱାଳ ନିଯୁକ୍ତ ପାଇଥିଲେ ବି ଜଣେ ଯୁବ ନେତା ନିଜକୁ ସଂଯୋଜକ ପରିଚୟ ଦେବାସହ ଯୁବ ବାହିନୀକୁ ନିଜ କବଜାରେ ରଖିବାକୁ ଉଦ୍ୟମ ଜାରି ରଖିଛନ୍ତି । ଗତ ରବିବାର ମୁଁ ହିରୋ ଏକ କାର୍ଯ୍ୟକ୍ରମ ସଂର୍ପକିତ ଖବର କେତେକ ଗଣ ।ମଧ୍ୟମରେ ବାହାରି ଥିଲା ଯେଉଁଥିରେ କି ସଂଯୋଜକ ଭାବେ ସେହି ଯୁବନେତାଙ୍କ ନାମ ଦର୍ଶାଯିବା ପରେ ବଡଚଣା ଅଂଚଳରେ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି ।
କାଳିଦାସ କବଜାରେ ବଡଚଣା ଯୁବ ବାହିନୀ, ସଂଯୋଜକ ପଦବୀ ହୋଇଛି ହାଇଜାକ
|
October 29, 2018 |
