କାଳିଆ କଲା ଗୋଳମାଳିଆ! ନେଉଳପୁର ପଂଚାୟତରୁ ଅଧିକ ଭୋଟ ବିଜେପିକୁ ଚାଲିଯିବ

Spread the love

ଯାଜପୁର, ୨୦ /୩ (ସନ୍ଧାନ ନିଉଜ/ମାନସ ରାଉତ) ରାଜ୍ୟ ସରକାରଙ୍କ ଦ୍ୱରା କରାଯାଇଥିବା କାଳିଆ ଯୋଜନାରେ ବହୁ ହିତାଧିକାରୀ ମାନେ କୌଣସି ସହାୟତା ରାଶି ନପାଇବାରୁ ଏହାକୁ ନେଇ ଏବେ ଚାଷୀ ଏବଂ ଭୂମିହୀନଙ୍କ ପକ୍ଷରୁ ଅସନ୍ତୋଷ ଦେଖାଦେଇଛି । ଯାହାକୁ ନେଇ ରାଜ୍ୟ ସାରା ତୁମ୍ବି ତୋଫାଳ ହେବା ସହିତ ବିରୋଧିମଧ୍ୟ ପ୍ରଶ୍ନ ଉଠାଇଥିଲେ । ଏପରକି ଏଥିରେ ଦିଆଯାଉଥିବା ଅର୍ଥ ଆପତ୍ତିକାଳୀନ ଅର୍ଥକୁ ସଠିକ ବିନିଯୋଗ କରାଯାଇନଥିବା ବିରୋଧି ବିଜେପି ଏବଂ କଂଗ୍ରେସ ଅଭିଯୋଗ ଉଠାଇଥିଲେ । ମାତ୍ର ଏବେବି ବହୁ ଲୋକ ଏହି ଅର୍ଥରାଶି ପାଇବାରୁ ବଂଚିତ ହୋଇଥିବାରୁ ତାହା ଚଳିତ ନିର୍ବାଚନ ଉପରେ ପ୍ରଭାବ ପକାଇବ ବୋଲି ଆଶଙ୍କା କରାଯାଇଛି । ଏପରକି ନେଉଳପୁର ଗ୍ରାପଂଚାୟତରୁ ଏହି ଯୋଜନା ବହୁ ସ୍ୱଳ୍ପସଂଖ୍ୟାରେ ହିତାଧିକାରୀ ମାନେ ସହାୟତା ପାଇଥିବା ବେଳେ ବହୁ ଲୋକ ବାଦ ପଡିଛନ୍ତି । ଫଳରେ ବାଦ ପଡିଥିବା ଚାଷୀ ଏବଂ ଭୁମିହୀନ ଲୋକମାନେ ଭୋଟ ବିଜେପିକୁ ଦେବେ ବୋଲି ଖୁଲମଖୁଲା ପ୍ରକାଶ କରିଛନ୍ତି । ଯଦି ଏହା ହୁଏ ତେବେ ୫ହାଜର ଜନସଂଖ୍ୟା ବିଶିଷ୍ଠ ଗ୍ରାମପଂଚାୟରୁ ୯୦ଭାଗ ଲୋକ ବିଜେପିକୁ ଭୋଟଦେଇଦେବେ ବୋଲି ଜଣାପଡୁଛି । କାରଣ ମାତ୍ର ୨୦ରୁ ୩୦ହିତାଧିକାରୀ ମାନେ କାଳିଆ ଯୋଜନାରେ ଅର୍ଥରାଶି ପାଇଥିବାରୁ ଏହି ପଂଚାୟତର ଅଜିତ କୁମାର ରାଉତ, ଅନିଲକ କୁମାର ରାଉତ, ନକୁଳ ଚରଣ ସାହୁ, ଗୋକୁଳ ଚରଣ ସାହୁ, ସଦାଶିବ ରାଉତ, ସହଦେବ ସାହୁ, ଅକ୍ଷୟ ସାହୁ ଅଦ୍ଧ୍ରନ୍ଦୁ ରାଉତ, ସନ୍ତୋଷ କୁମାର ରାଉତ, ପ୍ରକାଶ କୁମାର ରାଉତ, ଯୁଧିଷ୍ଟିର ସାହୁ, କୌଳାସ ସଂହ, ଲକ୍ଷ୍ମୀଧର ବେହେରା, ପାଣ୍ଡବ ସେଠୀ, କାଳନ୍ଦୀ ସେଠୀ, ବଟକୃଷ୍ଣ ସାହୁ, ରଘୁନାଥ ରାଉତ, ପ୍ରଫୁଲ୍ଲ ରାଉତ, ଭାସ୍କର ସାହୁ, ରାମଚନ୍ଦ୍ର ବାରିକ, ଦିନେଶ ବେହେରା, ଦିପକ ବେହେରା, ଛବି ସାହୁ, ସୁରେନ୍ଦ୍ର ସିଂହ, ରାମଚନ୍ଦ୍ର ସାହୁ ପ୍ରମୁଖ ଚାଷୀ ଏବଂ ଭୁମିହୀନ ମାନେ ଅସନ୍ତୋଷ ବ୍ୟକ୍ତ କର ପ୍ରକାଶ କରିଛନ୍ତି । ସେହିପରି ସୁନ୍ଦରିଆ ପାଂଚୟତର ଚାଷୀ ପ୍ରଶାନ୍ତ ପରିଡା, ପତିତୋପାବନ ପରିଡା, ପର୍ଶୁରାମ ସାମଲ ସମେତ ବହୁ ଚାଷୀ କାଳିଆ ଯୋଜନାର ସୁଫଳ ପାଇନଥିବା ଅଭିଯୋଗ କରିଛନ୍ତି । ଫଳରେ ଏବେ ଯଦି ଲୋକମାନେ କାଳିଆ ଯୋଜନାରେ ସହାୟତା ରାଶି ନପାଆନ୍ତି ତେବେ ନିର୍ବାଚନରେ ଏହି ପଂଚାୟତ ଭୋଟ ବ୍ୟଙ୍କ ବିଜେପିକୁ ଚାଲିଯିବ ଏଥିରେ ସନେ୍ଦହ ନାହିଁ ।

Related Posts

About The Author

Add Comment