କୋରାପୁଟ, ୨୦/୦୪/୨୧ (ସନ୍ଧାନ ନିଉଜ) : କାଳଜୟୀ ସାହିତ୍ୟ ସୃଷ୍ଟି ବର୍ତ୍ତମାନର ଆବଶ୍ୟକତା-ଆଜି ଏଭଳି ମତ ପ୍ରକାଶ ପାଇଛି ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ କୋରାପୁଟ ଜିଲ୍ଲା ଶାଖାଦ୍ୱାରା ଆହୂତ ଚତୁର୍ଥ ଇ-ପାଠଚକ୍ର ରେ । ପ୍ରଗତିର ସ୍ୱର ଶୀର୍ଷକ ରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ର ମଙ୍ଗଳବାର ସଂଧ୍ୟା ୬.୦୦-୭.୦୦ ମଧ୍ୟରେ ଗୁଗଲ ମିଟ୍ ଆପ୍ ମାଧ୍ୟମରେ ଅନୁଷ୍ଠିତ ହେଇଥିଲା। ଏଥିରେ ମୁଖ୍ୟବକ୍ତା ଋପେ ସୁସାହିତ୍ୟିକ ତଥା ସମାଜସେବୀ ଗଙ୍ଗାଧର ନନ୍ଦ ଯୋଗଦେଇ ରାମାୟଣ ତଥା ମହାଭାତର ଯୁଗରୁ ବର୍ତ୍ତମାନ ପର୍ଯ୍ୟନ୍ତ ଶାସ୍ୱତ ସାହିତ୍ୟମାନ ବିଭିନ୍ନ ଉଦାହରଣ ତଥା ଶ୍ଳୋକ ମାଧ୍ୟମରେ ବିଷଦ୍ ଆଲୋଚନା କରିଥିଲେ ।”ଜୀବନ ଓ ଶାଶ୍ୱତ ସାହିତ୍ୟ” ଶୀର୍ଷକରେ ଆୟୋଜିତ ଏହି ଉତ୍ସବରେ ଅଧ୍ୟକ୍ଷତା କରିଥିଲେ ସଂଗଠନର ଆଜୀବନ ସଦସ୍ୟ ଶ୍ରୀ ଅରୁଣ କୁମାର ତ୍ରିପାଠୀ । ଏଥିରେ ଓଡିଶାର ବିଭିନ୍ନ ଜିଲ୍ଲାରୁ ଯୁବପିଢିଗଣ ଯୋଗଦେଇ ଏହି ଜ୍ଞାନଯଜ୍ଞକୁ ସଫଳ କରେଇଥିଲେ ।ପ୍ରାରମ୍ଭରେ ସ୍ୱାଗତ ସଙ୍ଗୀତ ସୁଶ୍ରୀ ଆଦ୍ୟାଶା ରାଉତ ପରିବେଷଣ କରିଥିଲେ। ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଅନୁଷ୍ଠାନର ମେଡିଆ ସେଲ୍ ସଂଯୋଜକ ଅଧ୍ୟାପକ ସରୋଜ ପ୍ରହରାଜ ।କାର୍ଯ୍ୟକ୍ରମଟିକୁ ସଂଯୋଜନା କରିଥିଲେ ବିବେକାନନ୍ଦ ଯୁବ ସଂସଦର ସଦସ୍ୟ ଶ୍ରୀ ମନୋରଂଜନ ପଣ୍ତା ।ପ୍ରତିମାସ ୨୦ ତାରିଖରେ କୋରାପୁଟର ବିକାଶ କୁ ନେଇ ଏଭଳି ଆଲୋଚନା ଚକ୍ର ଜାରି ରହିବ ବୋଲି ଅନୁଷ୍ଠାନ ତରଫରୁ ସୂଚନା ମିଳିଛି ।
କାଳଜୟୀ ସାହିତ୍ୟ ସୃଷ୍ଟି ବର୍ତ୍ତମାନର ଆବଶ୍ୟକତା
|
April 20, 2021 |



