ଭୁବନେଶ୍ୱର ୨୫/୫ (ସନ୍ଧାନ ନିଉଜ) ଆସନ୍ତାକାଲି ସକାଳେ ଧାମରାର ଉତ୍ତରରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ଅଛି। ସେଥିପାଇଁ ବାଲେଶ୍ୱର, ଭଦ୍ରକ, କେନ୍ଦାପଡ଼ା, ଜଗତସିଂହପୁର, ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ କୁହାଯାଇଛି। ଆଶଙ୍କା କରାଯାଉଛିଯେ, ବାତ୍ୟା ୟାସ୍ ଭିତରକନିକା ଏବଂ ବାଲେଶ୍ୱର ମଧ୍ୟରେ ଯେକୌଣସି ସ୍ଥାନରେ ଅବତରଣ ପାଇଁ ପ୍ରସ୍ତୁତ ରହିବାକୁ। ସେଥିପାଇଁ ପୂର୍ଣ୍ଣମାତ୍ରାରେ ସ୍ଥାନାନ୍ତର ଜାରି ରଖିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ପ୍ରକାଶ କରିଛନ୍ତି। ଚିହ୍ନିତ ଆଶ୍ରୟସ୍ଥଳ ବ୍ୟତୀତ ସମସ୍ତ ପକ୍କା ସର୍ବସାଧାରଣ ଭବନ ସର୍ବସାଧାରଣଙ୍କ ପାଇଁ ଯେକୌଣସି ସମୟରେ ଆଶ୍ରୟ ନେବା ପାଇଁ ଖୋଲା ରଖିବାକୁ କୁହାଯାଇଛି। ଅପରପକ୍ଷରେ ରାଜ୍ୟସରକାରଙ୍କର ନିର୍ଦ୍ଦେଶ କ୍ରମେ ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକର ଜିଲ୍ଲାପାଳମାନେ ବିଭିନ୍ନ ସତର୍କତା ମୂଳକ ପଦକ୍ଷେପ ନେଉଛନ୍ତି। ବାଲେଶ୍ବର ଜିଲ୍ଲାରେ ବାତ୍ୟା ସ୍ଥଳଭାଗ ଛୁଇଁବା ସମ୍ଭାବନା ଥିବା ପରିପ୍ରେକ୍ଷୀରେ ବିଭିନ୍ନ ପ୍ରଭାବିତ ଅଞ୍ଚଳରେ ଲୋକଙ୍କୁ ଆଶ୍ରୟ ସ୍ଥଳ/ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଏକ ସତର୍କତାମୂଳକ ପଦକ୍ଷେପ ଭାବରେ ଗର୍ଭବତୀ ମହିଳାମାନଙ୍କୁ ଏହି ଜିଲ୍ଲାଗୁଡ଼ିକରେ ସୁରକ୍ଷିତ ସ୍ଥାନ / ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ପୁରୀ ଜିଲ୍ଲାପରିଷଦ ସଭାପତି, କଲେକ୍ଟର, ଏସପି ଏବଂ ଅନ୍ୟ ଅଧିକାରୀମାନେ ଆଜି ଅସ୍ତରଙ୍ଗ ଏବଂ କାକଟପୁର ବ୍ଲକ ପରିଦର୍ଶନ କରିଥିଲେ ଏବଂ ଆଗାମୀ ଘୂର୍ଣ୍ଣିବଳୟକୁ ଦୃଷ୍ଟିରେ ରଖି ଉପକୂଳବର୍ତ୍ତୀ ଗ୍ରାମଗୁଡିକରେ ଲୋକଙ୍କୁ ଠିକ୍ ସମୟରେ ସ୍ଥାନାନ୍ତର କରିବାର ତଦାରଖ କରିଥିଲେ।
କାଲି ସକାଳେ ଧାମରା ନିକଟରେ ଲ୍ୟାଣ୍ଡଫଲ କରିବ ବାତ୍ୟା ୟାସ୍ – ସ୍ୱତନ୍ତ୍ର ରିଲିଫ୍ କମିଶନର
|
May 25, 2021 |



