କାର୍ଯ୍ୟରେ ଅବହେଳା: ଦୁଇ ଶିକ୍ଷକଙ୍କ ଦରମା ବନ୍ଦ କଲେ ଗଣଶିକ୍ଷା ମନ୍ତ୍ରୀ

Spread the love

ଭୁବନେଶ୍ଵର,୨୩/୦୨/୨୦ (ସନ୍ଧାନ ନିଉଜ)  : ମାଟ୍ରିକ ପରୀକ୍ଷା ଚାଲିଥିବା ବେଳେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଆଜି ଅଚାନକ ସ୍କୁଲ ପରିଦର୍ଶନ କରି ବାରଙ୍ଗ ଅରିଲୋ ସ୍କୁଲର ଶିକ୍ଷକ ଶ୍ରୀରାମ ପରୁଆ ଓ ନଗରୀ ସ୍କୁଲର ଶିକ୍ଷୟିତ୍ରୀ ଦୀପାଜଂଳୀ ସାମନ୍ତରାୟଙ୍କ ଦରମା ବନ୍ଦ କରିଛନ୍ତି। ମାଇଧରପୁର ସ୍କୁଲର ପ୍ରଧାନ ଶିକ୍ଷୟିତ୍ରିିଙ୍କୁ ଦେଇଛନ୍ତି ଚେତାବନୀ।

ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦାଶ ଶନିବାର ରାଜଧାନୀ ନିକଟବର୍ତ୍ତୀ ମାଟ୍ରିକ ପରୀକ୍ଷା କେନ୍ଦ୍ର ସହିତ ଆଖପାଖରେ ଥିବା ସ୍କୁଲ ଗୁଡିକୁ ଅଚାନକ ଗସ୍ତ କରିଥିଲେ। ଏହି ଗସ୍ତ କାଳରେ ସେ ଲକ୍ଷେଶ୍ୱର ନୋଡାଲ ସ୍କୁଲ, ହଂସପାଳ ସରକାରୀ ହାଇସ୍କୁଲ, ମାଇଧରପୁର ସରକାରୀ ହାଇସ୍କୁଲ, ନଗରୀ ପ୍ରାଇମେରୀ ସ୍କୁଲକୁ ଯାଇ କିଭଳି ପାଠପଢା ଚାଲିଛି ପଚାରି ବୁଝିଥିଲେ। କାର୍ଯ୍ୟରେ ଅବହେଳା ପାଇଁ ନେଇଥିଲେ କାର୍ଯ୍ୟାନୁଷ୍ଠାନ।

Related Posts

About The Author

Add Comment