କାର୍ଯ୍ୟରତ ପ୍ରାଥମିକ ଶିକ୍ଷକମାନେ ସମୂହ ଛୁଟିରେ ରହିବା ସହ ବିଇଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା

Spread the love

ବାଲିଗୁଡା,୧୩/୯/୨୩ (ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ କାର୍ଯ୍ୟରତ ପ୍ରାଥମିକ ଶିକ୍ଷକମାନେ ସମୂହ ଛୁଟିରେ ରହିବା ସହ ବିଇଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଛନ୍ତି। କାର୍ଯ୍ୟାଳୟ ସମ୍ମୁଖରେ ଗାନ୍ଧୀଙ୍କ ଫଟୋରେ ମାଲ୍ୟାର୍ପଣ କରାଯାଇ ଧାରଣା ଦିଆଯାଇଥିଲା। ଏଥିସହ ସେମାନଙ୍କ ଦାବିକୁ ନେଇ ବିକ୍ଷୋଭ କରିବା ସହ ଆନ୍ଦୋଳନକୁ ଜୋରଦାର କରିଛନ୍ତି। ପୂର୍ବରୁ ବିଭିନ୍ନ ପଞ୍ଚାୟତର ଶତାଧିକ ବିଭିନ୍ନ ବର୍ଗର ଶିକ୍ଷକ ବିଭିନ୍ନ ଦାବି ନେଇ ଦୀର୍ଘଦିନ ଧରି ରାଜ୍ୟ ସରକାରଙ୍କ ନିକଟରେ ଫେରାଦ ହେବା ସହ ଦାବି ପୂରଣ ପାଇଁ ବାରମ୍ବାର ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ହେଲେ ରାଜ୍ୟ ସରକାର ତାଙ୍କର ଦାବି ପୂରଣ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ନେଇ ଶିକ୍ଷକ ମହଲରେ ଅସନ୍ତୋଷ ପ୍ରକାଶ କରିଥିଲେ ଫଳରେ ଶିକ୍ଷକମାନେ ଛାତ୍ରୀଛାତ୍ରଙ୍କ ଶିକ୍ଷାଦାନକୁ ବାଧ୍ୟ ହୋଇ ବନ୍ଦ କରିବା ସହ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ସେମାନଙ୍କ ଦାବିଗୁଡ଼ିକ ମଧ୍ୟରେ ମୁଖ୍ୟତଃ ରାଜ୍ୟରେ ସରକାର ସମସ୍ତ ଠିକା ନିଯୁକ୍ତି ଉଚ୍ଛେଦ କରିଥିବାରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ କାର୍ଯ୍ୟରତ କନିଷ୍ଠ ଶିକ୍ଷୟିତ୍ରୀ ଶିକ୍ଷକମାନଙ୍କୁ ନିୟମିତ କରିବା ସହ ଶିକ୍ଷକର୍ମୀ ଓ ଶିକ୍ଷା ସହାୟକମାନଙ୍କ ଠିକା କାର୍ଯ୍ୟକାଳକୁ ଇନ୍‌କ୍ରିମେଣ୍ଟ ପ୍ରଦାନ କରିବା ସହ ମୂଳ ଚାକିରିରେ ଗଣନା କରିବା ସହ ଗଣଶିକ୍ଷକ, ଏକ୍ସ କ୍ୟାଡର ଶିକ୍ଷକ, କଳା ଓ କ୍ରୀଡ଼ା ଶିକ୍ଷକମାନଙ୍କୁ ନିୟମିତ ଶିକ୍ଷକର ମାନ୍ୟତା ପ୍ରଦାନ କରାଯିବା ସହ ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକମାନଙ୍କୁ କେନ୍ଦ୍ରୀୟ ହାରରେ ବେତନ ଦେବା ନୂତନ ପେନ୍‌ସନ୍‌ ଯୋଜନାକୁ ଉଚ୍ଛେଦ କରି ପୁରୁଣା ପେନ୍‌ସନ୍‌ ବ୍ୟବସ୍ଥା ପୁନଃ ପ୍ରଚଳନ କରିବା ଆଦି ଦାବି କରିଛନ୍ତ। ମିଳିତ ଶିକ୍ଷକ ସଂଘ ଆନ୍ଦୋଳନରେ ସାମିଲ ହୋଇଥିବା ବେଳେ ଦାରିଙ୍ଗବାଡ଼ି ସଂଘର ସଭାପତି ଯାମିନୀକାନ୍ତ ପଡ୍ରା, ସମ୍ପାଦକ ସଂଗ୍ରାମ କୁମାର ନାୟକଙ୍କ ସମେତ ଶତାଧିକ ଶିକ୍ଷୟିତ୍ରୀ ଶିକ୍ଷକ ସାମିଲ ହୋଇଛନ୍ତି। ସେହିପରି ରାଜ୍ୟ ମହାସଂଘର ଆଞ୍ଚଳିକ ସମ୍ପାଦକ ବିଦେଶୀ ନାୟକ ମଧ୍ୟ ଗଣଧାରଣାରେ ଯୋଗଦେଇ ବ୍ଲକ ସଂଗଠନକୁ ଉତ୍ସାହିତ କରିଥିଲେ।

Related Posts

About The Author

Add Comment