ଯାଜପୁର ସଦର, ୩୧।୧୨,ସନ୍ଧାନ ନ୍ୟୁଜ: ରାଜ୍ୟ ସରକାରଙ୍କ ତରଫରୁ ପ୍ରାୟୋଜିତ ସମନ୍ବିତ ଯୁବ ବିକାଶ କାର୍ଯ୍ୟକର୍ମ ବରୀ ବ୍ଲକ ଅନ୍ତର୍ଗତଃ ରାଜାତୋଟା ସ୍ଥିତ କାଦମ୍ବିନୀପାଳ ମହିଳା ମହାବିଦ୍ୟାଳୟରେ ନବୀନ ଓଡିଶା ଯୁବ ଓଡିଶା କ୍ରୀଡା କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଗତ ୨୬ ତାରିଖରୁ ଉଦ୍ଘାଟିତ ହୋଇ ଗତକାଲି ୩୦ ତାରିଖ ଅପରାହ୍ନରେ ସ୍ଥାନୀୟ ବିଧାୟିକାଙ୍କ ଦ୍ୱାରା ଉଦଯାପିତ ହୋଇ ଯାଇଛି । ପ୍ରଥମ ଦିନ କାର୍ଯ୍ୟକ୍ରମକୁ ଉକ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଶଙ୍କର୍ଷଣ ପଣ୍ଡା ଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରିବା ପରେ ମହାବିଦ୍ୟାଳୟର ଛାତ୍ରୀ ମାନଙ୍କ ଦ୍ୱାରା ନିକଟସ୍ଥ ମନ୍ଦିର ନିକଟରୁ ଏକ ମଶାଲ ଶୋଭାଯାତ୍ରା ବାହାରି ମହା ବିଦ୍ୟାଳୟରେ ପହଂଚିବା ପରେ ଅଧ୍ୟାପିକା ଓ ଅଧ୍ୟାପକଙ୍କ ଦ୍ୱାରା ଛାତ୍ରୀ ମାନଙ୍କ ଦ୍ୱାରା କ୍ରୀଡାମାନ ଅନୁଷ୍ଠିତ ହୋଇଥିଲା । ୪ ଦିନ ଧରି ଛାତ୍ରୀମାନେ ବିଭିନ୍ନ କ୍ରୀଡା କୌଶଳ ପ୍ରଦର୍ଶନ କରି କୃତିତ୍ୱ ଅର୍ଜନ କରିବା ସହ ଅନ୍ତର୍ନିହିତ ଗୁଣର ପରିପ୍ରକାଶ କରିଥିଲେ । ଠିକ ସେହିପରି ୪ ଦିନ କ୍ରୀଡା ପ୍ରଦର୍ଶନ ପରେ ପଞ୍ଚମ ଦିନ ଗତ ୩୦ ତାରିଖ ଦିନ ଅପରାହ୍ନରେ ଆୟୋଜିତ କ୍ରୀଡା ଉତ୍ସବ ସଭାରେ ସ୍ଥାନୀୟ ବିଧାୟିକା ଶ୍ରୀମତୀ ସୁନନ୍ଦା ଦାସ ମୁଖ୍ୟ ଅତିଥିଭାବେ ଯୋଗଦେଇ ଛାତ୍ରୀ ଓ ମାନଙ୍କୁ ଜନସାଧାରଣଙ୍କୁ ଉଦବୋଧନ ଦେଇଥିଲେ । ଉକ୍ତ ସଭାରେ ଅଧ୍ୟକ୍ଷ ଶଙ୍କର୍ଷଣ ପଣ୍ଡା ସଭାପତିତ୍ୱ କରିଥିବା ବେଳେ ବରୀ ଅଂଚଳର ସର୍ବ ପୁରାତନ ଗୋପବନ୍ଧୁ ମହାବିଦ୍ୟାଳୟର ଅଧ୍ୟକ୍ଷ ସମାନନୀୟ ଅତିଥି ଭାବେ ଯୋଗ ଦେଇଥିଲେ। ସଭା ପ୍ରାରମ୍ଭରେ ସଂଯୋଜକ ପ୍ରାଧ୍ୟାପକ ବ୍ରଜକିଶୋର ମିଶ୍ର ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ପରିଶେଷରେ କ୍ରୀଡା ସଂଯୋଜିକା ପ୍ରାଧ୍ୟାପିକା ଶ୍ରୀମତୀ ସ୍ଵର୍ଣପ୍ରଭା ସାମଲ ଧନ୍ୟବାଦ ଅର୍ପଣ କରିଥିଲେ । ସରକାରୀ ପ୍ରାୟୋଜିତ କ୍ରୀଡା କାର୍ଯ୍ୟକ୍ରମକୁ ମହିଳା ମହାବିଦ୍ୟାଳୟର ବରିଷ୍ଠ ପ୍ରାଧ୍ୟାପିକା ଜୟନ୍ତୀ ଦାଶ, ମିନତୀ ନାଥ, କ୍ରୀଡା ଶିକ୍ଷିକା ସୁବାସିନୀ ତ୍ରିପାଠୀ ଓ ଅନ୍ୟ ଅଧ୍ୟାପକ/ଅଧ୍ୟାପିକା, କର୍ମଚାରୀ ପ୍ରମୁଖ ଭୂମିକାରେ ସଭା ସାଫଲ୍ୟ ମଣ୍ଡିତ କରିଥିଲେ ।
କାଦମ୍ବିନୀ ପାଳ ମହିଳା ମହାବିଦ୍ୟାଳୟ ବରୀରେ ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ
|
January 3, 2024 |



