କଟକ ୦୫/୦୧ : ଭୁବନେଶ୍ୱର କିଟ ପରିସରରେ କାଦମ୍ବିନୀ ମହୋତ୍ସବ ଓ କାଦମ୍ବିନୀ ପତ୍ରିକା ହାଟ ଅନୁଷ୍ଠିତ ହୋଇ କାର୍ଯ୍ୟକ୍ରମରେ ରାଜ୍ୟର କୋଣ ଅନୁକୋଣରୁ ବହୁ ପତ୍ର ପତ୍ରିକା ଆସିଥିବା ବେଳେ ବହୁ ଖ୍ୟାତିନାମ ଲେଖକ ଓ ପାଠକଙ୍କ ସମାଗମ ହୋଇଥିଲା | ଉକ୍ତ ପତ୍ରିକା ହାଟରେ କଟକ ସଦର କିଶନନଗର ଅଞ୍ଚଳରୁ ୨୦୨୨ ମସିହାରେ କିଶନନଗର ଶିଶୁ ମଙ୍ଗଳ କ୍ଲବ ର ପ୍ରଥମ ବାର୍ଷିକ ମୁଖପତ୍ର ଶିଶୁ ପତ୍ରିକା ‘କୁନି ପ୍ରତିଭା’ ସ୍ଥାନିତ ହେବା ସହିତ ବିଭିନ୍ନ ଲେଖକ ଓ ପାଠକଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇପାରିଛି | ଉକ୍ତ ପତ୍ରିକା ହାଟରେ ପତ୍ରିକା କୁନି ପ୍ରତିଭା ପରିବାର ପକ୍ଷରୁ ଶିକ୍ଷାବିତ୍ ପ୍ରଦୀପ୍ତ ଆଚାର୍ଯ୍ୟ, ସାମ୍ବାଦିକ ସୈୟଦ ସାଜିଦ ଅଲ୍ଲୀ,ଖେଣ୍ଟାଳ ସରସ୍ବତୀ ଶିଶୁ ବିଦ୍ୟା ମିନ୍ଦିରର ପ୍ରଧାନ ଆଚାର୍ଯ୍ୟ ସରୋଜ କୁମାର ସାହୁ, ଇଂ.ଶ୍ରୀକାନ୍ତ ବେଉରା, ଶାଶ୍ଵତ ଇଞ୍ଜିନିୟରିଂ ପ୍ଲମ୍ୱିଂ ବିଭାଗ ମୁଖ୍ୟ ଅଶୋକ ସେଠୀ, କିଶନନଗର ଶିଶୁ ମଙ୍ଗଳ କ୍ଲବର ସଭାପତି ତଥା “କୁନି ପ୍ରତିଭା” ପତ୍ରିକାର ସମ୍ପାଦକ ସତ୍ୟରଞ୍ଜନ ବାରିକ,ସହ ସମ୍ପାଦିକା ରାଜଶ୍ରୀ ମଲ୍ଲିକ,ବନଲାତା ଦେହୁରି ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ପତ୍ରିକା ହାଟରେ କିଶନନଗର ଶିଶୁ ମଙ୍ଗଳ କ୍ଲବର ଅନ୍ୟତମ ଶିଶୁ ପ୍ରତିଭା ଝାରପୁର ନିବାସୀ ମାତା ରୋଜାଲିନ ଦାଶ ପିତା ଦେବପ୍ରଶନ୍ନ ଦଶଙ୍କ ପୁତ୍ର ଦ୍ଵିତୀ କୃଷ୍ଣଦାଶ ଯେକି ଗାୟତ୍ରୀ ସ୍ମାର୍ଟ ସ୍କୁଲରେ ଚତୁର୍ଥ ଶ୍ରେଣୀରେ ଅଧ୍ୟୟନ ରତ ତାଙ୍କ ତୁଳୀରୁ ଚିତ୍ରିତ ମା ନୀଳିମା ରାଣୀ ସାମନ୍ତ,କିଟ କିସର ପ୍ରତିଷ୍ଠାତା ଡ଼.ଅଚ୍ୟୁତ ସାମନ୍ତ,କାଦମ୍ବିନୀ ତଥା କୁନି କଥାର ସମ୍ପାଦିକା ଡ଼.ଇତିରାଣୀ ସାମନ୍ତଙ୍କ ଚିତ୍ରକଳା ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସା ଲାଭ କରିଥିଲେ |
କାଦମ୍ବିନୀ ପତ୍ରିକା ହାଟରେ ପ୍ରଶଂସା ସାଉଁଟିଲା ଶିଶୁ ପତ୍ରିକା ‘କୁନି ପ୍ରତିଭା’
|
January 5, 2023 |



