କାଠ ବୋଝେଇ ଭ୍ୟାନ୍ ଜବତ :ଚାଳକ ଫେରାର

Spread the love

କୁଳିଅଣା, 15.12.2020 (ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା): ରବିବାର ବିଳମ୍ବିତ ରାତିରେ କୁମାର ମୁଣ୍ଢାକଟା ଅଞ୍ଚଳରୁ ବାରିପଦା ଆଡ଼କୁ ଯାଉଥିବା ଏକ ଚୋରା କାଠ ବୋଝେଇ ଭ୍ୟାନ୍ ଜବତ ହୋଇଛି । ତେବେ ଭ୍ୟାନ୍ ଚାଳକ ଚଳନ୍ତା ଗାଡ଼ିରୁ ଡେଇଁ ଫେରାରହୋଇଯାଇଥିବା ଜଣାପଡିଛି । କୁମ୍ବାର ମୁଣ୍ଢାକଟା ଅଞ୍ଚଳରୁ ଉକ୍ତ ଭ୍ୟାନ୍ (ଓଆର୦୨ଏ-୭୫୦୯)ରେ ଚୋରା କାଠ ଚାଲାଣ ହେଉଥିବା ଖବର ପାଇଁ ଦେଉଳି ବନାଞ୍ଚଳ ଅଧିକାରୀ ରବି ନାରାୟଣ ମହାନ୍ତି, ବନପାଳ ହରିହର ମାଢୀ, କୁଳିଅଣା ବନପାଳ ଗୁରୁବାରୀ ମାରାଣ୍ଡି ଏହାକୁ ଧରିବା ନିମନ୍ତେକୁଳିଅଣା ପୁଲିସର ସହାୟତା ନେଇଥିଲେ । କୁଳିଅଣାପିଏଆଇ ଅନୀଲ କୁମାର ସେଠୀ ଉକ୍ତ ଭ୍ୟାନ୍‌କୁ ପିଛା କରିଥିଲେ । ଏହାର ଚାଳକ ଚଳନ୍ତା ଗାଡ଼ିରୁ ଡେଇଁ ଫେରାର ହୋଇଯାଇଥିଲା । ଫଳରେ ଗାଡ଼ିଟି ରାସ୍ତା ପାର୍ଶ୍ୱରେ ଥିବା ଟ୍ରେରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଗାଡ଼ି ରେ ୧୦ ଖଣ୍ଡ ଶାଗୁଆନ କାଠ ଗଣ୍ଡି ଥିବା ବେଳେ ଏହା ସାମ୍ନା କାଚ ଭାଙ୍ଗି ଆଗକୁବାହାରି ପଡ଼ିଥିଲା । ଦେଉଳି ରେଞ୍ଜ ପକ୍ଷରୁ କେସ୍ ନଂ ୩୧/୨୦-୨୧ରେ ଏକ ମାମଲା ରୁଜୁ କରାଯାଇ ଭ୍ୟାନ୍ ସହ କାଠ ଗଣ୍ଡିଗୁଡ଼ିକୁ ଜବତ କରାଯାଇଛି । ଜବତ କାଠର ଆନୁମାନିକ ମୂଲ୍ୟ ୩୦ ହଜାର ଟଙ୍କା ହେବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି ।

Related Posts

About The Author

Add Comment