ବାରିପଦା, 01.02.2021,( ସନ୍ଧାନ ନିଉଜ୍):- କଥାରେ ଅଛି, ରାଗ ବ୍ରହ୍ମ ଚଣ୍ଡାଳ। ଠିକ୍ ସେହିପରି ଜଣେ ଯୁବକ ରାଗରେ ଜଣଙ୍କୁ ପିଟି ପିଟି ହତ୍ୟା କରିଛି। କୋରାପୁଟ ଜିଲ୍ଲା ବିସିଂହପୁର ଥାନା ଅଧିନ ଭୁମିଆଗୁଡା ଗାଁରେ ଯୁବକଙ୍କ କାଠ ଫାଳିଆ ମାଡରେ ଯୁବକଙ୍କ ମୃତ୍ୟୁ। ଏହି ଗ୍ରାମର ୨୫ ବର୍ଷୀୟ ଯୁବକ ଭରତ ନାୟକଙ୍କୁ ଉକ୍ତ ଗ୍ରାମର ୨୭ ବର୍ଷୀୟ ଯୁବକ ଡମ୍ବରୁ ଭୁମିୟା ଏକ କାଠ ଫାଳିଆରେ ପ୍ରହାର କରିଥିଲା। ଗତକାଲି ରାତି ୧୨ଟାରେ ଏହି ଘଟଣା ଘଟିଥିଲା। ପ୍ରଥମେ ୨ ଯୁବକଙ୍କ ମଧ୍ୟରେ କୌଣସି କାରଣରୁ ଗଣ୍ଡଗୋଳ ହୋଇଥିଲା। ଏହି ସମୟରେ ହଠାତ୍ ଡମ୍ବରୁ ରାଗି ଯାଇ ଏକ କାଠ ଫାଳିଆରେ ଭରତଙ୍କୁ ଆକ୍ରମଣ କରିଥିଲେ। ଫଳରେ ଭରତଙ୍କ ମୃତ୍ୟୁ ହୋଇଛି। ତେବେ ହତ୍ୟାକାଣ୍ଡର କାରଣ ଜଣା ପଡିନଥିବା ବେଳେ ସାଇଣ୍ଟିଫିକ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି। ଏ ସଂପର୍କରେ ବିସିଂହପୁର ଥାନା ଅଧିକାରୀ ଦାମୋଦର ବିହାରୀ ସୂଚନା ଦେଇଛନ୍ତି।
କାଠ ଫାଳିଆ ମାଡରେ ଯୁବକଙ୍କ ମୃତ୍ୟୁ
|
February 1, 2021 |
