ଯାଜପୁର, ୧୦/୧୨ (ସନ୍ଧାନ ନ୍ୟୁଜ):ଲୋକଙ୍କ ଘର ଭାଙ୍ଗନାହିଁ । ଲୋକଙ୍କ ଜୀବିକା ମାରିଦିଅ ନାହିଁ । ରାଜନୀତିର ଠିକାଦାରୀ କରଣ କରି ଠିକା କାର୍ଯ୍ୟରୁ ପ୍ରର୍ଯ୍ୟାପ୍ତ ଲାଭ ପାଇଁ ଲୋକଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦିଅ ନାହିଁ ବୋଲି ବି.ଜେ.ଡି ନେତା ସତୀଶ ବିଶ୍ୱାଳ ଆଜି ଧର୍ମଶାଳାର କାଏମା ବଜାର ଭଙ୍ଗାଯିବା ପୂର୍ବରୁ କ୍ଷେତ୍ର ପରିଦର୍ଶନ କରି ଚେତାବନୀ ଦେଇଛନ୍ତି । ଆଜି ସକାଳୁ କାଏମା ରାସ୍ତା ସଂପ୍ରସାରଣ ପାଇଁ ଲୋକଙ୍କ ଘର ଭଙ୍ଗା ହେବାକୁ ସ୍ଥିର ହୋଇଥିବା ସମଗ୍ର ବଜାର ଅଂଚଳରେ ଚାଲି ଚାଲି କ୍ଷେତ୍ର ପରିଦର୍ଶନ କଲେ ବି.ଜେ.ଡି ନେତା ସତୀଶ ବିଶ୍ୱାଳ । ଜାତିର ପିତା ମାହତ୍ମାଗାନ୍ଧୀଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ ପରେ ସଂପୂର୍ଣ୍ଣ କାଏମା ବଜାର ପରିକ୍ରମା କରି ଲୋକଙ୍କ ସହ ଆଲୋଚନା କରିଥିଲେ । ପରେ ସତୀଶ ଗଣମାଧ୍ୟମକୁ କହିଛନ୍ତି ଯେ, ଧର୍ମଶାଳା ଶାନ୍ତିବଜାରରୁ କାଏମା ସ୍କୁଲ ପାଖରୁ କେନାଲ ବନ୍ଧ, ଡିଗ୍ରି ପଡିଆ ନଦୀବନ୍ଧ ଦେଇ କାଏମା ବ୍ରିଜ ତଥା ଆର ଏଣ୍ଡ ବି ରାସ୍ତାକୁ ପ୍ରଶସ୍ତିକରଣ କରାଯାଉ । କାଏମା ବଜାରକୁ ବଡ ଗାଡି ପ୍ରବେଶ କରାଇ ଦିଆ ନଯାଇ ସେଠାରେ ବଡଗାଡିକୁ ନୋ ଏଂଟ୍ରି କରାଯାଉ । ବାଇପାସ ଦେଇ ବଡ ଗାଡି ପାସ କଲେ କାଏମା ବଜାରର ସୌନ୍ଦର୍ଯ୍ୟ ବଢିବ, ବଜାର ଅଂଚଳ ପ୍ରଦୂଷଣ ହେବ ନାହିଁ ଏବଂ ଲୋକଙ୍କ ଘର ତଥା ଦୋକାନ ଭାଙ୍ଗିବ ନାହିଁ । ଆମ କାଏମାର ସ୍ୱତନ୍ତ୍ର ଗରିମା ରହିଛି । ମୋର ଲଢେଇରେ କାଏମାର ବୌଦ୍ଧକିର୍ତି ଆନ୍ତର୍ଜାତୀୟ ମାନ୍ୟତା ପାଇଛି । କାଏମା
ବଜାରକୁ ବିକଳାଙ୍ଗ କରା ନଯାଉ । ଆମ ଧର୍ମଶାଳାରେ ୨୮ ବର୍ଷର ବଂଶବାଦ ଭ୍ରଷ୍ଟାଚାର ଶାସନରେ ୨୮ ଜଣ ଯୁବକଙ୍କୁ ଚାକିରୀ କିମ୍ବା ଜୀବିକା ଦେଇ ନଥିବା ନେତା କାଏମା ବଜାରରେ ଛୋଟ ବ୍ୟବସାୟ କରି ପେଟ ପୋଷୁଥିବା ଲୋକଙ୍କ ଜୀବିକାକୁ ମାରି ନଦିଅନ୍ତୁ । କାଏମାର ଗୋଟିଏ ପ୍ରତିନିଧି ଦଳ ମୋତେ ସାକ୍ଷାତ କରି ଏଥିରେ ହସ୍ତକ୍ଷେପ କରିବାକୁ ନିବେଦନ କରିବାରୁ ଏଥିନେଇ ମୁଁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲି । ଏହାପରେ ଲୋକଙ୍କ ସ୍ୱାର୍ଥରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଘଟଣାରେ ହସ୍ତକ୍ଷେପ କରିଛନ୍ତି । ପାଣିକୋଇଲି ରାସ୍ତା ଏବଂ ଗୃହ ନିର୍ମାଣ ବିଭାଗ ନିର୍ବାହୀଯନ୍ତ୍ରୀ ଏଥିନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ କୌଣସି ଉତର ନଦେଇ ଚୁପ ରହି ମୁଖ୍ୟମନ୍ତ୍ରୀଙ୍କୁ ଜନବିରୋଧୀ କରୁଛନ୍ତି । ହେଲେ ସେଥିପାଇଁ ଆଜି ସୁଦ୍ଧା ଲୋକଙ୍କ ଘର ଭାଙ୍ଗିବାକୁ ପ୍ରଶାସନ ସାହସ କରୁନାହିଁ । ଧର୍ମଶାଳାରେ ରାଜନୀତିର ଠିକାଦାରୀ କରଣ କରାଯାଇଛି । ଲୋକଙ୍କ ସ୍ୱାର୍ଥ ଅପେକ୍ଷା ଠିକାଦାରଙ୍କ ସ୍ୱାର୍ଥକୁ କ୍ଷମ଼ତାସୀନ ନେତା ଅଧିକ ଗୁରୁତ୍ୱ ଦେଉଛନ୍ତି । ଏହାକୁ ବରଦାସ୍ତ କରାଯିବ ନାହିଁ । ମୋର ଶେଷ ରକ୍ତବିନ୍ଦୁ ଥିବା ଯାଏ ମୁଁ ଧର୍ମଶାଳାର ଲୋକଙ୍କ ସ୍ୱାର୍ଥରକ୍ଷା ପାଇଁ ଲଢିବି । ଏ କ୍ଷେତ୍ରରେ ମଧ୍ୟ ଲଢିବି ବୋଲି ସତୀଶ ଚେତାବନୀ ଦେଇଛନ୍ତି ।ସରକାରୀ ଟଙ୍କାରେ ନିଜର ଇଟା ଫାକ୍ଟେରୀକୁ ଏବଂ ଘଙ୍ଗପାଟଣା ଜଙ୍ଗଲ ଜମିକୁ ରାସ୍ତା କରିଥିବା ନେତା ଥରେ ସାଧାରଣ ଲୋକଙ୍କ ତାଙ୍କର ସମ୍ପତ୍ତି ପ୍ରତି ଥିବା ଲୋଭକୁ ଚିନ୍ତା
କରନ୍ତୁ । ସେମାନଙ୍କ ଘର ଭାଙ୍ଗିଦେଲେ କିମ୍ବା ବେପାର ବୁଡାଇ ଦେଲେ ସେମାନେ ସର୍ବହରା ହୋଇଯିବେ ବୋଲି ସତୀଶ କହିଛନ୍ତି । ଏହି କ୍ଷେତ୍ର ପ୍ରଦର୍ଶନ ବେଳେ କାଏମା ବଜାରର ଭଙ୍ଗା ପ୍ରତିବାଦରେ ଲୋକେ ତିବ୍ର ଅସନ୍ତୋଷ ପ୍ରକାଶ କରିଥିଲେ ।
କାଏମା ବଜାର ଭଙ୍ଗାକୁ ବିରୋଧ କଲେ ବି.ଜେ.ଡି ନେତା ସତୀଶ ବିଶ୍ୱାଳ ପାଣିକୋଇଲି ରାସ୍ତା ଓ ଗୃହ ନିର୍ମାଣ ଡିଭିଜନ କାର୍ଯ୍ୟ ନେଇ ଅସନ୍ତୋଷ
|
December 10, 2023 |
