ଧର୍ମଶାଳା ୧୮/୦୯ (ସନ୍ଧାନ ନିୟୁଜ/ମାନସ ରାଉତ) ‘‘କାଇଁଚ’’ ନା’ଟି ଶୁଣିଲେ ମନ ଭିତରେ ଭାସିଆସେ ଶାଗୁଆ କ୍ଷେତର ଲହରି ଏବଂ ବିଭିନ୍ନ ଚଳଚ୍ଚିତ୍ରର ଗୀତ । ଏହା ଆମ୍ଭମାନଙ୍କ ମନକୁ ବହୁତ ଆନନ୍ଦ ଦେଉଥିଲେ ମଧ୍ୟ ଏଥିରେ କାରୁକାର୍ଯ୍ୟ କରି ନିଜର ଜୀବିକା ନିର୍ବାହ କରୁଥିବା ପରିବାର ମାନେ ଦୁର୍ଦ୍ଦିନରେ କାଳତିପାତ କରୁଛନ୍ତି , ଯାହାକୁ ନିଜ ଆଖିରେ ନ ଦେଖିଲେ ବିଶ୍ୱାସ କରିହେବ ନାହିଁ । ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ ଅଂଟିଆ ଓ କମାଗଡ ଗ୍ରାମରେ ଏହି ହସ୍ତକଳାକୁ ଆପଣେଇ ନେଉଛନ୍ତି ଶହ ଶହ ପରିବାର । ହେଲେ ଅଭାବି ବିକ୍ରି ଓ ଅର୍ଥାଭାବକୁ ଦେଶ ବିଦେଶରେ ଆଦୃତଲାଭ କରିଥିବା କାଇଁଚ କଳାକୃତୀକୁ ଛାଡିବାକୁ ବାଧ୍ୟ ହେଉଛନ୍ତି ଶହ ଶହ କାରିଗର । ଦୀର୍ଘ ୫୦ ବର୍ଷ ପୂର୍ବରୂ ଧର୍ମଶାଳା ଅଂଚଳର ଅଂଟିଆ ଓ କମାଗଡ ପଂଚାୟତର କାଇଁଚ କାରୁକାର୍ଯ୍ୟ ଓ ଏହାର କଳାକାରମାନେ ଜିଲ୍ଲା କିମ୍ବା ଜିଲ୍ଲା ବାହାରେ ବେଶ ପରିଚିତ ଲାଭ କରିଛନ୍ତି । ହେଲେ ଦୁଃଖ ଏବେ ବହୁ ମାତ୍ରାରେ ବଢ଼ିଯାଇଛି । ସୁନାଭଳି ଚିକିମିକି କରୁଥିବା ଏହି କାଇଁଚରୁ ସଂପୃକ୍ତ ଅଂଚଳର କଳାକାରମାନେ ବିଭିନ୍ନ ଘରକରଣା ସାମଗ୍ରୀ ସାଙ୍ଗକୁ ତିଆରି କରନ୍ତି ମୁଣ୍ଡରେ ନାଇବା ପାଇଁ ସୁନ୍ଦର ସୁନ୍ଦର ଟୋପି । ଯାହାର ଚାହିଦା ଜାତୀୟ ଓ ଆନ୍ତଃଜାର୍ତୀୟ ବଜାରରେ ରହିଥିବା ବେଳେ ଏମାନଙ୍କର କାଇଁଚର ହସ୍ତକଳା ଉପଯୁକ୍ତ ମୂଲ୍ୟରେ ବିକ୍ରି ହୋଇନପାରିବା ଫଳରେ ଖତଖାଉଛି ଶତାଧିକ ମହିଳା ଏହି କଳାରେ ନିପୂଣ ହୋଇଥିବା ବେଳେ ଅଭାବୀବିକ୍ରି ଯୋଗୁଁ କାଇଁଚ କାରୁକାର୍ଯ୍ୟ ଛାଡିବାକୁ ବସିଲେଣି । କମାଗଡ ଗ୍ରାମର ଦିବଂଗତ ପ୍ରାଣକୃଷ୍ଣ ମହାନ୍ତି ଏହି କାଇଁଚ କାରୁକାର୍ଯ୍ୟରେ ବେଶ ନିପୁଣ ଥିଲେ । ଦୀର୍ଘ ୫୦ ବର୍ଷ ପୂର୍ବେ ଆସନ୍ତାଦିନର ବଜାର କାଇଁଚ କାରୀଗରୀ ଶିକ୍ଷା ସେମାନଙ୍କୁ ଶିକ୍ଷାଦେଇ କାଇଁଚ ଦ୍ୱାରା ପରିବାରକୁ ପ୍ରତିପୋଷଣ କରାଯାଇପାରିବ ବୋଲି ଆଶା ପୋଷଣ କରିଥିଲେ । ତାଙ୍କର ଶିଷ୍ୟା ଅଂଟିଆର ଟୁନିପ୍ରଭା ମଲ୍ଲିକ ଓ ଜିଲ୍ଲା ବାହାରେ ଅନେକ କାଇଁଚ କାରିଗର ସୃଷ୍ଟିକରିବାରେ ଲାଗିଛନ୍ତି । ଯାଜପୁର ଜିଲ୍ଲାକୁ ଛାଡିଦେଲେ ଭଦ୍ରକ ଜିଲ୍ଲାର ତିହିଡି, ଭଣ୍ଡାରୀ ପୋଖରୀ ଓ ପାଟୁଳଠାରେ ଅନେକ କାଇଁଚ କାରୀଗର ସୃଷ୍ଟିକରି ସେମାନଙ୍କୁ ଜୀବିକା ନିର୍ବାହ ପାଇଁ ବାଟ ଦେଖାଇଛନ୍ତି । ଯାଜପୁର ଜିଲ୍ଲାର କୁସ୍ତିରା, ଟୋଲବାନୀ, ଘାସିବର ଓ ରସୁଲପୁର ଠାରେ ଅନେକ କାରିଗର ସୃଷ୍ଟି କରିଛନ୍ତି । ଡିଆଇସି ର ନିମନ୍ତ୍ରଣ ବିଭିନ୍ନ ଜିଲ୍ଲାକୁ ଯାଇ କାଇଁଚ କାରୁକାର୍ଯ୍ୟ ଶିକ୍ଷା ମଧ୍ୟ ଦେଉଛନ୍ତି , ଯହା ବଦଳରେ ତାଙ୍କୁ ସାମାନ୍ୟ କିଛି ପାରିଶ୍ରମିକ ମିଳୁଛି କିନ୍ତୁ ତାଙ୍କର ଦୁଃଖ ସେ ସୃଷ୍ଟି କରିଥିବା କାରିଗରମାନଙ୍କ ପାଇଁ । ଜିଲ୍ଲାରେ କେତୋଟି ମହୋସôବକୁ ଛାଡିଦେଲେ ଜିଲ୍ଲା ରାଜ୍ୟ ବାହାରର କୈାଣସି ମେଳାକୁ ସେମାନଙ୍କୁ ଯିବାପାଇଁ କେହି ସହଯୋଗ କରୁନାହାନ୍ତି । ପାଣି କାଦୁଅରେ ପାଣି ବିଲ ଡିଡରୁ ବର୍ଷା ଋତୁରେ କାଇଁଚ ସଂଗ୍ରହ କରିବା ଏକ କଷ୍ଟକର ବ୍ୟାପାର ହୋଇଥିବା ବେଳେ ଏଥି ପାଇଁ ମାସାଧିକ ସ୍ଥାନୀୟ ଅଂଚଳର ମହିଳା ଓ ପୁରୁଷ କାରୀଗର ମାନଙ୍କୁ ବସିବାକୁ ପଡୁଛି । ପରେ ଖରା ପାଗ ଦେଖି ଏହାକୁ ଶୁଖାଇ ବିଭିନ୍ନ ଘରକରଣ ଜିନିଷ ସାଙ୍ଗକୁ
‘’କାଇଁଚ କଳାରେ ପୁରୁନି ପେଟ, ଉପାସରେ ପରିବାର’’ ବିକ୍ରିପାଇଁ ମିଳୁନି ସହଯୋଗ
|
September 18, 2019 |