ସମ୍ବଲପୁର,ସନ୍ଧାନ ନ୍ୟୁଜ: ଯୁଯୁମୁରା ବ୍ଳକ ମହୁଲପାଲିସ୍ଥିତ କସ୍ତୁରବା ଗାନ୍ଧୀ ମାତୃ ନିକେତନ ଉଚ୍ଚ ବିଦ୍ୟାଳୟରେ ରବିବାର ପୂର୍ବତନ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଗୁରୁ ସମ୍ବଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ପୁରାତନ ବହୁ ଛାତ୍ରଛାତ୍ରୀ ଯୋଗଦେଇ ନିମନ୍ତ୍ରିତ ଗୁରୁଙ୍କୁ ପ୍ରଥମେ ପୂଜାର୍ଚ୍ଚନା କରି ସମ୍ବର୍ଦ୍ଧିତ କରିଥିଲେ । ବିଦ୍ୟାଳୟର ପ୍ରଥମ ପ୍ରଧାନଶିକ୍ଷକ ନିୟମ କୁମାର ବାରିକଙ୍କ ନିଧନ ହୋଇସାରିଥିବାବେଳେ ତାଙ୍କ ଧର୍ମପନ୍ଥୀଙ୍କୁ ମରଣତ୍ତର ସମ୍ମାନରେ ସମ୍ମାନିତ କରାଯାଇଥିଲା ଏବଂ ଅନ୍ୟାନ୍ୟଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ଏହି ଅବସରରେ ଅବସରପ୍ରାପ୍ତ ଶିକ୍ଷକ ସଚ୍ଚିଦାନନ୍ଦ ନାଥ, କୁଳଧର ପ୍ରଧାନ, ନେପାଳ ପ୍ରଧାନ, କିଶୋରଚନ୍ଦ୍ର ସାହୁ, ଭୀମସେନ ପ୍ରଧାନ ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା। ପରେ କୁନି କୁନି ଛାତ୍ର ଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜ୍ଞାନେନ୍ଦ୍ର ପ୍ରଧାନ ଏବଂ କୃଷ୍ଣସୁଦାମ ପାଣିଗ୍ରାହୀ ଧନ୍ୟବାଦ ଦେଇଥିଲେ।
କସ୍ତୁରବା ଗାନ୍ଧୀ ମାତୃ ନିକେତନ ଉଚ୍ଚ ବିଦ୍ୟାଳୟରେ ଗୁରୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ
|
December 8, 2025 |



