କଳିଙ୍ଗ କ୍ଲବ ଓ ଜନସେବା କେନ୍ଦ୍ରରେ ଉଡ଼ିଲା ତ୍ରୀରଙ୍ଗା

Spread the love

ରାଉରକେଲା, ୨୬ /୧/୨୦ (ସନ୍ଧାନ ନିଉଜ/ସୁବୋଧ ନାୟକ) : ଆଜି ସାରା ଦେଶ ୭୧ତମ ଗଣତନ୍ତ୍ର ଦିବସ ପାଳନ କରିଥିବା ବେଳେ, ରାଉରକେଲା ଫର୍ଟିଲାଇଜର ସ୍ଥିତ କଳିଙ୍ଗ କ୍ଲବ ପରିସରରେ କଳିଙ୍ଗ ଯୁବ ସଙ୍ଗଠନ ଓ ଜନସେବା କେନ୍ଦ୍ର ପକ୍ଷରୁ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ଭଜ ରାଉତ ଯୋଗ ଦେଇ ଜାତୀୟ ପତାକା ଉତୋଳନ କରିଥିଲେ । ସେ ଏହି ଅବସରରେ କହିଲେ ଯେ, ଆଜିର ଦିନରେ ଭାରତରେ ଗଣତନ୍ତ୍ରର ଭିତି ପ୍ରସ୍ତର ସ୍ଥାପନ ହୋଇଥିଲା । ସେ ଉପସ୍ଥିତ ସମସ୍ତ ବ୍ୟକ୍ତି ଓ ଛାତ୍ରଛାତ୍ରୀ ମାନଙ୍କୁ ଭାରତ ମାତାର ସେବାରେ ଉର୍ତ୍ସଗୀକୃତ ହେବାକୁ ଆହ୍ୱାନ ଦେଇଥିଲେ ।  କାର୍ଯ୍ୟକ୍ରମରେ ଶ୍ରୀଚରଣ ସାମଲ, ପ୍ରଶାନ୍ତ ପଣ୍ଡା, ଅନୀଲ ମଲ୍ଲିକ, ବୁଲୁ ବେହେରା, ଦିଲ୍ଲୀପ ମଲ୍ଲିକ, ବବି ପଣ୍ଡା, ବାପି ମଲ୍ଲିକ,ସୁମନ୍ତ ନାୟକ, ସଂଜୟ ଦାସ, ବି.ଡ଼ି. ଦଣ୍ଡପାଟ, ତପନ ସାମନ୍ତରାୟ, କାଳୀଚରଣ ବିଶ୍ୱାଳ, ଜଗଦୀଶ ପଣ୍ଡା, ସଂଜୟ ଭୂୟାଁ. କାଉଁରା ବାବୁ ଓ କଳିଙ୍ଗ କ୍ଲବର ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ । ସେହିପରି ଜନସେବା କେନ୍ଦ୍ର ତଥା ସୃଷ୍ଟି ଇନଫୋଟେକର ନିର୍ଦ୍ଦେଶକ ତପନ କୁମାର ଭୂୟାଁ, ମାନସ ରଂଜନ ପଶାୟତ, ପ୍ରୀୟଙ୍କା ପଣ୍ଡା,ସୁବୋଧ ନାୟକଙ୍କ ସମେତ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପରମାନନ୍ଦ ସିଂ, ଗୌରବ ମହାରଣା, ଇରା ମହାନ୍ତି, ଲିଲିମା ରାଉତିଆ, ଯୋଗଣ୍ରୀ ମୁଣ୍ଡା, ସମଲ ନାୟକ, ସିମ୍ପଲ ନାୟକ, ପ୍ରିୟଦର୍ଶନୀ ଦାଶ, ରଶ୍ମୀ, ଶୀତଲ ବର୍ଣ୍ଣୱାଲ ଓ ଅନ୍ୟ ଛାତ୍ରଛାତ୍ରୀ ଗଣତନ୍ତ୍ର ଦିବସରେ ନିଜକୁ ସାମିଲ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ସମସ୍ତଙ୍କୁ କଳିଙ୍ଗ କ୍ଲବ ତରଫରୁ ମିଷ୍ଟାନ୍ନ ବଂଟନ କରା ଯାଇଥିଲା ।

Related Posts

About The Author

Add Comment