କଳିଙ୍ଗା ଘାଟିରେ ବାଇକ ଦୁର୍ଘଟଣା: ଜଣେ ମୃତ

Spread the love
 ବାଲିଗୁଡା,16/02.(ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି. ଉଦୟଗିରି ବ୍ଲକ କଳିଙ୍ଗା ଘାଟିରେ ମଙ୍ଗଳବାର ଅପରାହ୍ନରେ ଏକ ବାଇକ୍ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟି ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ ଗଞ୍ଜାମ ଜିଲ୍ଲା ରମ୍ଭା ଅଞ୍ଚଳର ସୁବ୍ରତ କୁମାର ଦାସ । ସୂଚନା ଯେ, ସୁବ୍ରତ ଓ କୋଦଳା ଅଞ୍ଚଳର ସୁନୀଲ କୁମାର ଗୌଡ଼ ଦୁହେଁ ମିଶି ଏକ ବାଇକ ନଂ. OD-07W-1900 ଯୋଗେ ଟିକାବାଲି ନିଜ ମାଉସୀ ଘରକୁ ଆସି ଫେରୁଥିବା ସମୟରେ କଳିଙ୍ଗା ଘାଟି ଅତିକ୍ରମ କରିବାର ଦୁଇ କି.ମି.ପରେ ଏକ ବୁଲାଣି ରାସ୍ତାରେ ବାଇକଟି ସ୍ଲୀପ ହୋଇ ଯିବାରୁ ବାଇକ ଚାଳକ ସୁବ୍ରତ ଭାରସାମ୍ୟ ହରାଇ ଛିଟିକି ଯାଇ ରାସ୍ତାର ଆଲୁମିନିୟମ ସୁରକ୍ଷା ବାଡରେ ବାଡେଇ ହେବାପରେ  ତାଙ୍କ ବେକ ପାଖରେ କଟି ପ୍ରଚୁର ରକ୍ତ ସ୍ରାବ ହେବାରୁ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା । ଖବର ପାଇ ପୋଲିସ ଓ ଆମ୍ବୁଲାନ୍ସ ଘଟଣା ସ୍ଥଳରେ  ପହଞ୍ଚି ଗାଡି ସହ ଶବକୁ ଜବତ କରି ତଦନ୍ତ  କରୁଥିବା ଜଣାପଡିଛି ।

Related Posts

About The Author

Add Comment