କଳିଙ୍ଗନଗର ରକ୍ତ ରଞ୍ଜିତ ଗୁଳିକାଣ୍ଡକୁ ବିତିଲା ୧୮ବର୍ଷ ଝୁରୁଚି ସହିଦ ମାଟି

Spread the love

ଯାଜପୁର ସଦର, ୦୨ା୦୧: ଯାଜପୁର ଜିଲ୍ଲା କଳିଙ୍ଗନଗର ଗୁଳିକାଣ୍ଡକୁ ୧୮ବର୍ଷ ପୁରଣ ହୋଇଥିବା ବେଲେ, ବନ୍ଧୁକ ମୁନରେ ସହିତ ହୋଇଥିବା ଝୁରିଚି କଳିଙ୍ଗନଗରର ଆମ୍ବ ଗାଡ଼ିଆ ସହିହ ମାଟିର ସହିଦ ମାନଙ୍କ ସମାଧି ପିଠରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହିତ ଏହି ଗୁଳିକାଣ୍ଡରେ ପ୍ରାଣ ହରାଇଥିବା ସହିଦ ମାନଙ୍କ ପିରବାକୁ ସମ୍ବର୍ଦ୍ଧିତ କରାଯିବା ସହିତ ବିସ୍ତାପନ ବିରୋଧି ଜନମଞ୍ଚ ସମ୍ପାଦକ ରବିନ୍ଦ୍ର ଜାରକା ଗଣମାଧ୍ୟମକୁ ସୂଚନା ଦେଇଥିବା ବେଳେ, ଯାଜପୁର ଜିଲ୍ଲାରେ କଳିଙ୍ଗନଗର ମାଟିରେ ରକ୍ତ ରଞ୍ଜିତ ହୋଇଥିବା ଜଣେ ପୋଲିସ ହାବିଳଦାରଙ୍କ ସହିତ ୧୩ଜଣ ଆଦିବାସୀ ଲୋକ ପ୍ରାଣ ହରାଇଥିଲେ । ଯାହାକି ଚମ୍ପାକୋଇଲି ମାଟିର ଲୋମହର୍ଷଣକାରୀ ଦୃଶ୍ୟ ଆଖିଆଗରେ ନାଚି ଯାଉଥିବା ସମୟରେ ଏହା ମଧ୍ୟରେ ୧୮ବର୍ଷ ବତିଯାଇଥିବା ବେଳେ, ଏହି ମାଟି ଉପରେ ଠିଆ ହୋଇଚି ଟାଟାଷ୍ଟିଲ କାରଖାନର ସ୍ତମ୍ବ ଆଦିବାସୀ ମାନଙ୍କୁ ସ୍ୱରକୁ ଚପାଇ ଦିଆଯାଇ ସେମାନଙ୍କୁ ବନ୍ଧୁକ ମୁନରେ ହତ୍ୟା କରାଗଲା । ଟଳିପଡ଼ିଲେ ସେମାନଙ୍କ ମଧ୍ୟରୁ ୧୩ଜଣ ଆଦିବାସୀ ଲୋକ ଯେଉଁ ଆମ୍ବଗାଡ଼ିଆରେ ସେମାନଙ୍କ ସ୍ମୃତି ଲୁଚି ରହିଚି । ବୀରଭୂମି ନାମରେ ନାମିତ କରାଯାଇଥିବା ଏହି ରକ୍ତ ମାଟିରେ ମୃତକଙ୍କ ମାନଙ୍କ ପରିଚୟ ପାଇବାଲାଗି ସୋନଙ୍କର ହାତର ପାପୁଲି କଟାଯାଇ ରଖାଯାଇଥିଲା । ଏବେବି ମନେପଡ଼େ କଳିଙ୍ଗନଗରର ଗୁଳିକାଣ୍ଡର କିମ୍ବଦନ୍ତି ସେମାନଙ୍କ ପରିବାର ଲୋକମାନଙ୍କୁ ଦରପୋଡ଼ା କରାଯାଇଥିବା ପରିବାର ସଦସ୍ୟ ମାନେ ଅଭିଯୋଗ କରିଛନ୍ତି ଡିଏନଏ ଟେଷ୍ଟ କରାଯିବା ଲାଗି ହାତର ପାପୁଲି କଟା ହୋଇଥିଲା । ସରକାରଙ୍କ ନିକଟରେ କଳିଙ୍ଗନଗର ଦାବି ଗୁଡ଼ିକ ଏପର୍ଯ୍ୟନ୍ତ ପୁରଣ ହୋଇନଥିବା ଦେଖିବାକୁ ମିଳେ । ଯାହାକି ଏନେଇ ୧୪ ମାସ ଧରି ଜାତୀୟ ରାଜପଥ ଅବରୋଧ ହୋଇରହିଥିଲା । ଯାଜପୁର ଜିଲ୍ଲାର ପ୍ରଶାସନ କେତୋଟି ଦାବିକୁ ପୁରଣ କରିଥିବା ବେଳେ, ଲୁଚିଗଲା ସେମାନଙ୍କ କରୁଣ ଚିତ୍କାର ଯାହାକି କଳିଙ୍ଗନଗର ଗୁଳିକାଣ୍ଡକୁ ୧୮ବର୍ଷ ବିତିଗଲାଣି । ଏହି ମାଟିରେ ଶିଳ୍ପ କାରଖାନା ଗଢ଼ାଯାଇଥିବା ବେଳେ, ବିସ୍ଥାପନ ବିରୋଧି ଜନମଞ୍ଚ ଏବଂ ବିସ୍ଥାପିତ ଉନୟନ ପରିଷଦ ମିଳିତ ଭାବେ ଏହି ଆମ୍ବଗାଡ଼ିଆର ସମାଧିପିଠରେ ସ୍ମ୍ମୃତି ଦିବସ ପାଳନ କରିଆସୁଥିବା ବେଳେ, ଏଠାରେ ସୂଚନା ଯୋଗ୍ୟ ଯେ, ୨୦୦୬ ମସହିହରେ ଘଟିଯାଇଥିବା କଳିଙ୍ଗନଗର ଗୁଳିକାଣ୍ଡ ସେହି ସହିଦ ମାନଙ୍କ ସ୍ମୃତି ଦିବସ ଅବସରରେ ସେହି ସହିଦ ଦିବସ ଅଞ୍ଚଳରେ ପାଳନ କରାଯାଉଚି ।

Related Posts

About The Author

Add Comment