ଜେନାପୁର,୨୨/୦୯ (ସନ୍ଧାନ ନ୍ୟୁଜ୍) ; ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ ବୃନ୍ଦାଦେଈପୁର ପଞ୍ଚାୟତ ଅଧିନ ଦଇପୁର ଗ୍ରାମରେ ଏକ କଳିକା କେନ୍ଦ୍ର ଖୋଲିବା ଓ ନିଯୁକ୍ତି ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଆଇ ଏମ୍ ଟି ଏସ୍ ସଂସ୍ଥାର ଏଲ୍ ସି ଏମ୍ ବ୍ଲକ୍ ଅଧିକାରୀ ଶୁଭେନ୍ଦୁ ନାୟକଙ୍କ ନେତୃତ୍ୟରେ କିଳିକା କେନ୍ଦ୍ରରେ କିପରି ନିଯୁକ୍ତି ପାଇବେ ଓ ଖୋଲିବା ଦିଗରେ ବିଶେଷ ଆଲୋଚନା ହୋଇଯାଇଛି । ନିଯୁକ୍ତି ସୂଚନା ଅନୁଯାଇ ପ୍ରଥମେ ସେ ଦଇପୁର ଗ୍ରାମର ବାସିନ୍ଦା ହୋଇଥିବେ । ଶିକ୍ଷାଗତ ଯୋଗ୍ୟାତା ଅଷ୍ଟମ ପାସ୍ କରିଥିବେ ଉଚ୍ଚ ଶିକ୍ଷା ଅଧିକ ହେଲେ କୌଣସି ଅସୁବିଧା ନାହିଁ । ଘରେ ୩ ବର୍ଷରୁ ଅଧିକ ବଡ ଶିଶୁ ଥିଲେ ଆବେଦନ କରିପାରିବେ ବୋଲି ମାପଦଣ୍ତ ରହିଛି । ସେପ୍ଟେମ୍ବର୍ ୩୧ ତାରିଖ ଆବେଦନର ଶେଷ ତାରିଖ ବୋଲି ବୈଠକରେ ଜଣାଇ ଦିଆଯାଇଛି । କଳିକା କେନ୍ଦ୍ରରେ ୬ମାସରୁ ଅଧିକ ୩ ବର୍ଷରୁ କମ୍ ବୟସର କୁନିକୁନି ଶିଶୁଙ୍କୁ ରକ୍ଷଣାବେକ୍ଷଣ, ଖାଦ୍ୟପେୟ ଓ ଯତ୍ନ ନିଆଯିବାର ସୁବିଧା ମଧ୍ୟ ରହିଛି । ଏହି ସଂସ୍ଥା ରାଜ୍ୟ ସରକାରଙ୍କ ଡି ଏସ୍ ଡବ୍ଲୁ ଓ ଆଇ ଏମ୍ ଟି ଏସ୍ ମିଳିତ ଆନୁକୁଲ୍ୟରେ ବ୍ଲକ୍ ର ବିଭିନ୍ନ ପଞ୍ଚାୟତର ଗ୍ରାମରେ ଖୋଲାଯାଇଛି । କଳିକା କେନ୍ଦ୍ର ସଂସ୍ଥା ତରଫରୁ କୌଣସି ଘର ନାହିଁ ବର୍ତ୍ତମାନ ଭଡା ଘରେ ୧୫୦୦ ଟଙ୍କା ମାସିକ ଦେଇ ଚାଲିବାରେ କୌଣସି ଅସୁବିଧା ହେବ ନାହିଁ ବୋଲି ଶ୍ରୀ ନାୟକ ମତ ପ୍ରକାଶ କରିଛନ୍ତି । ଏଥିରେ ଅଙ୍ଗନୱାର୍ଡି କର୍ମୀ ଛବିରାଣୀ ସାହୁ,ଆଶା ଦିଦି ଉମାରାଣୀ ସ୍ୱାଇଁ,ପଞ୍ଚାୟତ ସମିତି ସଭ୍ୟ ଦୀପକ ଦାସ,ୱାର୍ଡମେମ୍ବର ମାମା ମହାନ୍ତି,ଝରଣା ସାଇଁ,ଗ୍ରାମ ମୁଖିଆ ପୀତବାସ ସାହୁ,ଯୁବ ସଂଗଠକ ଲକ୍ଷ୍ମୀଧର ଜେନା, ଯୁବ ସାମ୍ବାଦିକ,ସମାଜସେବୀ ନିଷ୍କାନ୍ତ ଖଟୁଆ ଓ ଗ୍ରାମର ମହିଳାମାନେ ଉପସ୍ଥିତ ରହି ବୈଠକରେ ମତ ବିନିମୟ କରିଥିଲେ ।
କଳିକା କେନ୍ଦ୍ର ଖୋଲିବା ଓ ନିଯୁକ୍ତି ନିମନ୍ତେ ବୈଠକ*
|
September 22, 2025 |



