କଳାବଜାରୀଙ୍କ ଦାଦାଗିରି: ନକଲି ଜର୍ଦ୍ଦା କାରବାର ଉପରେ ଚଢାଉ ବେଳେ ପୋଲିସକୁ ଆକ୍ରମଣ, ସାମ୍ବାଦିକଙ୍କୁ ବି ଛାଡିଲେନି

Spread the love
ଭଦ୍ରକ ୨୪।୧୦ (ସନ୍ଧାନ ନିଉଜ): ଭଦ୍ରକରେ ଦିନକୁ ଦିନ ବଢିବାରେ ଲାଗିଛି ନକଲି ଜର୍ଦ୍ଦା କାରବାର । ଯାହାକୁ ନେଇ ଜିଲ୍ଲା ପ୍ରଶାସନ ଚିନ୍ତାରେ, ଏହା ଉପରେ ରୋକ ଲଗାଇବା ପାଇଁ ଚଢାଉ ମଧ୍ୟ ଜାରି ରହିଛି । ତେବେ ଚଢାଉ ସମୟରେ ପୋଲିସ ଓ ସାମ୍ବାଦିକଙ୍କ ଉପରକୁ ମାଡ ମରାଯାଇଥିବା ଅଭିଯୋଗ ଆସିଛି । ଭଦ୍ରକ ଜିଲ୍ଲା ପୁରୁଣାବଜାର ଥାନ ହେଲାସାହିରେ ଘଟିଛି ଘଟଣା ।
ଖବର ଅନୁଯାୟୀ, ହେଲାସାହିରେ ନକଲି ଜର୍ଦ୍ଦା କାରବାର ଚାଲିଥିବାର ପୋଲିସକୁ ସୂଚନା ମିଳିଥିଲା । ପୋଲିସ ସୂଚନାମିଳିବା ମାତ୍ରେ ଘଟଣାସ୍ଥଳରେ ଚଢାଉ କରିଥିଲା । ଭଦ୍ରକ ପୋଲିସର ଚଢାଉ ସମୟରେ ନକଲି ଜର୍ଦ୍ଦା ଓ ସେଥିରେ ବ୍ୟବହୃତ ସାମଗ୍ରୀକୁ ଜବତ କରିଥିଲେ । କିନ୍ତୁ ସ୍ଥାନୀୟ ଲୋକେ ଉତ୍ୟକ୍ତ ହୋଇ ପୋଲିସ ଗାଡ଼ିକୁ ଧକ୍କା ମାରିବା ସହ କର୍ମଚାରୀଙ୍କୁ ମାଡ଼ ମାରିଥିବାର ସୂଚନା ରହିଛି । ତେବେ ଘଟଣାସମ୍ପର୍କରେ ଖବର ପାଇ ଗଣମାଧ୍ୟମ ପ୍ରତିନିଧି ଘଟଣାସ୍ଥଳକୁ ଖବର ସଂଗ୍ରହ ପାଇଁ ଯାଇଥିଲେ । କିନ୍ତୁ ସ୍ଥାନୀୟ ଲୋକ ସାମ୍ବାଦିକଙ୍କୁ ମାଡ଼ ମାରିଥିଲେ, ଏପରିକି ମୋବାଇଲ ଭାଙ୍ଗିବା ସହ ବୁମ୍‌ ଓ ବ୍ୟାଗ୍‌ ଛଡାଉ ନେଇଯାଇଥିଲେ । ଘଟଣାସ୍ଥଳରେ ପରିସ୍ଥିତିକୁ ଦେଖି ଅଧିକ ପୋଲିସ ପହଞ୍ଚିବା ପରେ ମଧ୍ୟ,  ପୋଲିସ ଘଟଣାସ୍ଥଳରୁ ଆସିପାରିନାହିଁ । ସେହିପରି ଜବତ ହୋଇଥିବା ନକଲି ଜର୍ଦ୍ଦା ଓ ସାମଗ୍ରୀ ଉଦ୍ଧାର ହୋଇପାରିନାହିଁ ।

Related Posts

About The Author

Add Comment