କଳାକାର କଲ୍ୟାଣ ପାଣ୍ଠିକୁ ଧନ୍ୟବାଦ ଦେଲେ ବୈକୁଣ୍ଠ

Spread the love

ଯାଜପୁର, ୦୨/୦୬/୨୦୨୧ (ସନ୍ଧାନ ନିଉଜ) : ସରକାର କେବଳ କଳାକାରଙ୍କୁ ଭତା ଦେଇସହଯୋଗ କରନ୍ତି ନାହିଁ, ଦୁରାରୋଗ୍ୟ ଓ କଠିନ ରୋଗରେ ପୀଡିତ କଳାକାର ମାନଙ୍କୁ ଚିକିସôା ସୁବିଧା ଯୋଗାଇ ଦେଇ ଜୀବନ ରକ୍ଷା କରନ୍ତି ବୋଲି କୃତଜ୍ଞତା ସ୍ୱରରେ କୁହନ୍ତି ବରିଷ୍ଠ କଳାକାର ତଥା ଓଡିଶୀ ନୃତ୍ୟଗୁରୁ ବୈକୁଣ୍ଠ ନନ୍ଦ । ଯାଜପୁର ଜିଲ୍ଲା କୋରାଇ ବ୍ଲକ ସାଧକପୁର ପଂଚାୟତ ଖରଜାବଟିରା ଗ୍ରାମର ବୈକୁଣ୍ଠ ଜଣେ ଓଡିଶୀ ନୃତ୍ୟଗୁରୁ ଭାବେ ବେଶ୍ ପରିଚିତ । ବର୍ତମାନ ବୟସ ୭୫ ଛୁଇଁଲାଣି । ତଥାପି କଳାରୁ ସେ ଦୁରେଇ ପାରି ନାହାନ୍ତି । ଶହ ଶହ କଳାକାର ସୃଷ୍ଟି କରିଛନ୍ତି ଜୀବନ କାଳରେ । ପତ୍ନୀ ଓ ଗୋଟିଏ ପୁଅକୁ ନେଇ ତାଙ୍କ ସଂସାର । ମୁତ୍ରାଶୟ(ପ୍ରୋଷ୍ଟ୍ରେଟ୍) ଓ ଆଣ୍ଠୁଗଣ୍ଠି ଜନୀତ ରୋଗରେ ଆକ୍ରାନ୍ତ ହେଲେ ବୈକୁଣ୍ଠ । କଳାକାରର ସୀକୃତି ସ୍ୱରୁପ ରାଜ୍ୟ ଓ କେନ୍ଦ୍ର କଳାକାର ଭତା ପାଉଥିବା ବୈକୁଣ୍ଠ ଓଡିଆ ଭାଷା ଓ ସାହିତ୍ୟ, ସଂସ୍କୃତି ବିଭାଗର ସହାୟତା ଲୋଡିଲେ ଚିକିସôା ପାଇଁ । ନିଜର ଅସୁସ୍ଥତା, ଡାକ୍ତରଙ୍କ ପରାମର୍ଶ ସହ ଆବଶ୍ୟକ ଚିକିସôା ପାଇଁ ଅନୁରୋଧ କଲେ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ଓ ନିଦେ୍ର୍ଧଶକ ରଂଜନ କୁମାର ଦାସଙ୍କୁ । ତାଙ୍କର ସ୍ଥିତି ଅନୁଧ୍ୟାନ ଓ ଡାକ୍ତରଙ୍କ ପରାମର୍ଶ ଅନୁସାରେ ସଂସ୍କୃତି ବିଭାଗ ପକ୍ଷରୁ ୨୦ହଜାର ଟଙ୍କା ରାଜ୍ୟ ସରକାରଙ୍କ କଳାକାର କଲ୍ୟାଣ ପାଣ୍ଠିରୁ ମଞ୍ଜୁର କରାଯାଇଥିଲା । ନିଜର ଚିକିସôା କରାଇ ଏବେ ଏକ ସୁସ୍ଥ ଜୀବନ ଜିଉଁଛନ୍ତି ବୈକୁଣ୍ଠ । ଧନ୍ୟବାଦ ଦେଉଛନ୍ତି ରାଜ୍ୟ ସରକାରଙ୍କୁ ଓ ସଂସ୍କୃତି ବିଭାଗକୁ । ୨୦୨୦-୨୧ ବର୍ଷରେ ସଂସ୍କୃତି ବିଭାଗ କଳାକାର କଲ୍ୟାଣ ପାଣ୍ଠିରୁ ୧୯ଜଣ କଳାକାରଙ୍କ ଚିକିସôା ସୁବିଧା ପାଇଁ ୮ଲକ୍ଷ ୧୫ହଜାର ଟଙ୍କା ପ୍ରଦାନ କରିଛନ୍ତି ବୋଲି ବିଭାଗ ସୂତ୍ରରୁ ପ୍ରକାଶ ।

Related Posts

About The Author

Add Comment