ସବଡେଗା, ୨୬/୦୨/୨୦୨୧ (ସନ୍ଧାନ ନିଉଜ/ରାଜୁ ପଟେଲ) ସବଡେଗା ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ସହଯୋଗ କଲେଜର ଆଧ୍ୟାପିକା ତବଶୁମ ପରବୀଙ୍କର ବୁର୍ଲା ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ସେ ପଦାର୍ଥ ବିଜ୍ଞାନରେ ଆଧ୍ୟାପିକା ରୂପେ କାର୍ଯ୍ୟ କରୁଥିଲେ ।ତାଙ୍କର ଅସମୟରେ ବିୟୋଗ ଘଟିବାରୁ ସାରା ଅଂଚଳରେ ଶୋକର ଛାୟା ଖେଳିଯାଇଛି। ସୂଚନାରୁ ଜଣାପଡିଛି ଯେ ଗତକାଲି ତାଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ ବୁର୍ଲା ଡାକ୍ତର ଖାନାରେ ଭର୍ତି କରାଯାଇ ଥିଲା ।ତାଙ୍କର ଯକୃତ ରୋଗ ବଢିଗିବା କାରଣରୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା ତବଶୁମ ଜଣେ ଦକ୍ଷ ଛାତ୍ରୀ ସହ ତାଙ୍କର ଶିକ୍ଷା ପଦ୍ଧତି ଓ ତାଙ୍କର ସରଳତା ଲୋକଙ୍କ ମନରେ ଘର କରି ନେଇଥିଲା । ସମସ୍ତେ ଶେଷ ଦର୍ଶନ ସାରି ଅଶ୍ରୁ ସହିତ ବିଦାୟ ଦେଇଥିଲେ ।